ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିରେ ବହୁତଳ ଗୃହ ନିର୍ମାଣ: କଟକଣା ବୋର୍ଡ ଉପାଡ଼ି ରାସ୍ତାରେ ଲଗାଇଲେ ବିଲ୍‌ଡର

ପୁରୁଣା ଭୁବନେଶ୍ୱର, ୮।୩(ଡି.ଏନ.ଏ.): ଭୁବନେଶ୍ୱରରେ ନକ୍ସା ଅନୁମୋଦନ ବ୍ୟତିରେକ କୌଣସି ପ୍ରକାର ବେଆଇନ ଗୃହ ନିର୍ମାଣ ଘରୋଇ ଜମିରେ ହୋଇପାରିବ ନାହିଁ। ଯଦି ହୋଇଥାଏ ତେବେ ଜରିମାନା ଆଦାୟ ସହ ଭାଙ୍ଗି ଦେବାର ଧମକ ବିଡିଏ ଓ ବିଏମ୍‌ସି ପକ୍ଷରୁ ଦିଆଯାଇଥାଏ। ବିଡିଏ ଓ ବିଏମ୍‌ସିର ବିଭିନ୍ନ ଅଞ୍ଚଳରେ କରାଯାଇଥିବା ଜୋନ କଟକଣା କାରଣରୁ ସବୁ ଅଞ୍ଚଳରେ ନିର୍ମାଣ ଅନୁମତି ସାଧାରଣ ଲୋକଟିଏ ପାଇ ପାରୁନାହାନ୍ତି। ଏହି କାରଣରୁ ନିଜସ୍ବ ଅର୍ଥ ଖଟାଇ ସାଧାରଣ ଲୋକଟିଏ ଗୃହ ନିର୍ମାଣ କରୁଛି। ନିର୍ମାଣ ଲାଗି ନକ୍ସା ଅନୁମୋଦନ କରାଯାଇ ବୈଧ କରିବାକୁ ସମୟେ ସମୟେ ବିଡିଏ କର୍ତ୍ତୃପକ୍ଷ ସର୍ବକ୍ଷମା ଯୋଜନା ଲାଗୁ କରୁଛନ୍ତି। ଏହି ସର୍ବକ୍ଷମାକୁ ଆଳ କରି କେତେଜଣ ବିଲଡର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବହୁ ମୂଲ୍ୟ ସମ୍ପତ୍ତି ଜବରଦଖଲ କରିଛନ୍ତି। ନିଜ ନିର୍ମାଣାଧୀନ ପ୍ରକଳ୍ପ ସହ ମିଶାଇ ସେଟ୍‌ ବ୍ୟାକ ନାମରେ ଚଞ୍ଚକତା କରି ବହୁତଳ ପ୍ରାସାଦ ନିର୍ମାଣ କରାଉଛନ୍ତି। ନିୟମାନୁସାରେ ପ୍ରତ୍ୟେକ ବହୁତଳ ଗୃହ ତିଆରି ସ୍ଥଳରେ ନିର୍ମାଣ ପୂର୍ବରୁ ବିଡିଏ ଓ ବିଏମ୍‌ସି କର୍ତ୍ତୃପକ୍ଷ ଉପସ୍ଥିତ ରହିବା ସହ ସମୟେ ସମୟେ ନକ୍ସା ବ୍ୟତିରେକ ବେଆଇନ ନିର୍ମାଣ ନ ହେବା ନେଇ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଅଭିଯୋଗ ହେଉଛି।

ପୁରୁଣା ଭୁବନେଶ୍ୱର ରଥରୋଡ଼ ନିକଟରେ ଜନୈକ ବିଲଡର କୋଟି କୋଟି ଟଙ୍କା ମୁନାଫା ଆଶାରେ ଶ୍ରୀଲିଙ୍ଗରାଜଙ୍କ ପୁନରୁଦ୍ଧାର ହୋଇଥିବା ଜମି ଉପରୁ କଟକଣା ବୋର୍ଡକୁ ହଟାଇ ନିର୍ମାଣ ଜାରି ରଖିଛନ୍ତି। ନକ୍ସା ଅନୁଯାୟୀ ଓ ବିଡିଏ, ବିଏମ୍‌ସିର ଫାୟାର ସେଫଟି ନିୟମ ଅନୁଯାୟୀ ଏହି ବହୁତଳ ନିର୍ମାଣର ଚତୁଃପାର୍ଶ୍ୱରେ ନିର୍ଦ୍ଦିଷ୍ଟ ସେଟ୍‌ ବ୍ୟାକ ରହିବା କଥା। ମାତ୍ର ଗୋଟିଏ ପଟେ ଶ୍ରୀଲିଙ୍ଗରାଜଙ୍କର ଜମିକୁ ନିଜର ଦେଖାଇ ଓ ଅନ୍ୟପାର୍ଶ୍ୱରେ ସାଧାରଣ ପ୍ରଶାସନ ଅଧୀନରେ ରହିଥିବା ସାରଦ କିସମ ଜମିକୁ ଅକ୍ତିଆର କରି କେତେକ ଦିଗରେ ଏକ ଫୁଟରୁ କମ୍‌ ସେଟ୍‌ ବ୍ୟାକ୍‌ ରଖି ବିପଦପୂର୍ଣ୍ଣ ଭାବେ ନିର୍ମାଣ ଜାରି ରଖିଛନ୍ତି। ଶ୍ରୀଲିଙ୍ଗରାଜଙ୍କ ଜମି ବୋଲି ଲିଖିତ ବୋର୍ଡଟିକୁ ଉପାଡ଼ି ବିଲଡର ଜଣକ ମୁଖ୍ୟ ରାସ୍ତା କଡରେ ଲଗାଇଛନ୍ତି। ଏପରି ବେଆଇନ ନିର୍ମାଣ ବିଲଡର କରୁଥିଲେ ହେଁ ବିଡିଏ ଓ ବିଏମସି ପରି ସରକାରୀ ସଂସ୍ଥାର ଅମିନ, ଇଞ୍ଜିନିୟରଙ୍କ ସମେତ ବରିଷ୍ଠ ଅଧିକାରୀ ଯାଞ୍ଚ କରୁନାହାନ୍ତି। ବିଲଡରଙ୍କୁ ଅନୁକମ୍ପା ଦେଖାଇ ସେମାନେ ନୀରବ ରହୁଥିବା ସାଧାରଣରେ ଅଭିଯୋଗ ହେଉଛି। ପୁରୁଣା ଭୁବନେଶ୍ୱରର ଏହି କମିଟି ଜନୈକ ସେବାୟତଙ୍କ ନାମରେ ଥାଇ ନିର୍ମାଣ ହେଉଥିବା କାରଣରୁ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ କରାଯାଉଛି। ସେହିପରି ବିଡିଏ ଓ ବିଏମ୍‌ସି ଅଞ୍ଚଳରେ ପ୍ରତ୍ୟେକ ବହୁତଳ ନିର୍ମାଣ ସ୍ଥଳରେ ସର୍ବସାଧାରଣ ଗୋଚରାର୍ଥେ ଜମିର ବିବରଣୀ ସହ ଅନୁମୋଦନ ପ୍ରାପ୍ତ ନକ୍ସା ସମ୍ବନ୍ଧରେ ବୋର୍ଡ ଲଗାଇବା କଟକଣା ରହିଛି। ମାତ୍ରା ଏଥିପ୍ରତି କୌଣସି ଦୃଷ୍ଟି ନ ଦେବା କାରଣରୁ ବେଆଇନ ନିର୍ମାଣ ସମ୍ବନ୍ଧରେ ସାଧାରଣ ଲୋକଟିଏ ଅଭିଯୋଗ କରିବା ଦୂରର କଥା ଜାଣିବା ମଧ୍ୟ ସମ୍ଭବ ହେଉନାହିଁ। ପରବର୍ତ୍ତୀ ଅବସ୍ଥାରେ ବିଲଡର ଏହି ବେଆଇନ ଓ ନକ୍ସା ବ୍ୟତିରେକ ନିର୍ମାଣକୁ ସର୍ବକ୍ଷମା ଆଳରେ ସରକାରୀ ସଂସ୍ଥାରୁ ଅନୁମତି ପାଇ କୋଟି କୋଟି ଟଙ୍କାର ଲାଭ କରୁଛନ୍ତି। ଏ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କୁ ପଚାରିବାରେ ଗୌତମନଗର ମୌଜାର ନଂ. ୬୦୨/୪୮୫୬, ଜମିଟିକୁ ପୂର୍ବରୁ ଜବରଦଖଲ ମୁକ୍ତ କରାଯାଇ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ବୋଲି ବୋର୍ଡ ମରାଯାଇଥିଲା। ଏଣୁ ଆସନ୍ତା କାର୍ଯ୍ୟ ଦିବସରେ ତୁରନ୍ତ ଅନୁସନ୍ଧାନ କରାଯାଇ ଠାକୁରଙ୍କ ସମ୍ପତ୍ତିରେ ପ୍ରାଚୀର ନିର୍ମାଣ ସହ ଦଖଲ ନ ହେବା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri