Posted inଖେଳ

ଶ୍ରୀଲଙ୍କା ପ୍ରଶଂସକଙ୍କ ସହ ଜନ୍ମଦିନ ପାଳିଲେ ଓ୍ବିଲିୟମସନ

କଲମ୍ବୋ,୯।୮- ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଦଳକୁ ଫାଇନାଲରେ ପହଞ୍ଚାଇଥିବା ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ପ୍ରଶଂସକଙ୍କ ସଂଖ୍ୟା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। ଓ୍ବିଲିୟମସନ ଗୁରୁବାର ୨୯ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ସେ ଶ୍ରୀଲଙ୍କା ପ୍ରଶଂସକଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। କାଟୁନାୟାକେଠାରେ ଚାଲିଥିବା ଶ୍ରୀଲଙ୍କା ସଭାପତି ଏକାଦଶ ବିପକ୍ଷରେ ନ୍ୟୁଜିଲାଣ୍ଡ ଏକ ଅଭ୍ୟାସ ମ୍ୟାଚ୍‌ ବେଳେ ଶ୍ରୀଲଙ୍କା ପ୍ରଶଂସକମାନେ ଓ୍ବିଲିୟମସନଙ୍କ ପାଇଁ କେକ୍‌ ଆଣିଥିଲେ। ନ୍ୟୁଜିଲାଣ୍ଡ ଅଧିନାୟକ କେକ୍‌ କାଟିବା ସହ ଖାଇଥିଲେ। ଏହାର କିଛି ଫଟୋ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ଏଥିରେ ଓ୍ବିଲିୟମସନ ଗ୍ରାଉଣ୍ଡର ବାଉଣ୍ଡ୍ରି ଅଞ୍ଚଳରେ ଉପସ୍ଥିତ ଥିବା ପ୍ରଶଂସକଙ୍କ ସହ କେକ୍‌ କାଟୁଛନ୍ତି। ଅଭ୍ୟାସ ମ୍ୟାଚ୍‌ରେ ଶ୍ରୀଲଙ୍କା ବୋର୍ଡ ସଭାପତି ଏକାଦଶ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୬ ଉଇକେଟ ହରାଇ ୩୨୩ ରନ୍‌ କରିଥିଲା। ଏହି ସିରିଜରେ ନ୍ୟୁଜିଲାଣ୍ଡ ଦୁଇ ଟେଷ୍ଟ ଓ ୩ ଟି୨୦ ମ୍ୟାଚ୍‌ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ଆଉଟ୍‌ କରିବା ପରେ ଭାବପ୍ରବଣ ହେଲେ ଏହି ବୋଲର୍‌: କହିଦେଲେ ଏମିତି

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ଖେଳୁଥିବା ବାମହାତୀ ଦ୍ରୁତ ବୋଲର ଚେତନ ସାକରିଆ ତାଙ୍କ ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।...

ଦମ୍‌ଦାର ବୋଲିଂ ଯୋଗୁ ବୁମ୍‌ରାଙ୍କୁ ମିଳିଲା ପୁରସ୍କାର ରାଶି

ଡବଲିନ୍‌,୧୯।୮: ଟି -୨୦ସିରିଜର ପ୍ରଥମ ମ୍ୟାଚରେ ଭାରତ ଆୟର୍ଲାଣ୍ଡକୁ ୨ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟରେ କ୍ୟାପଟେନ ଯସପ୍ରୀତ ବୁମ୍‌ରା ଏକ ଗୁରୁତ୍ୱପୂର୍ଣ୍ଣ...

ଲଟସେଙ୍କୋ ୬ଷ୍ଠ ଷ୍ଟେଜ୍‌ ବିଜେତା

ପ୍ୟାରିସ, ୪ା୯: ଅଷ୍ଟାନା ରାଇଡର ଆଲେକ୍ସି ଲଟ୍‌ସେଙ୍କୋ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି। କାଜାଖସ୍ତାନର ଏହି ସାଇକ୍ଲିଷ୍ଟ ଟୁର୍‌ ଡି’ ଫ୍ରାନ୍ସ...

ଗାଙ୍ଗୁଲୀ ପୁଣି ହସ୍ପିଟାଲରେ ଭର୍ତ୍ତି: ଛାତିରେ ଯନ୍ତ୍ରଣା

କୋଲକାତା, ୨୭।୧: ବିବିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ବୁଧବାର ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ଆପୋଲୋ...

କେନ୍ଦୁଝରରେ ରାଜ୍ୟ ସିନିୟର ହ୍ୟାଣ୍ଡବଲ

ଭୁବନେଶ୍ୱର, ୩୧।୭ (ତପନ ସ୍ବାଇଁ): ଅଗଷ୍ଟ ୧୨ ଓ ୧୩ ତାରିଖରେ କେନ୍ଦୁଝରଠାରେ ରାଜ୍ୟ ସିନିୟର ହ୍ୟାଣ୍ଡବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ରବିବାର ପୁରୀରେ ଅନୁଷ୍ଠିତ...

ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ…

ହାଇଦ୍ରାବାଦ,୧୭।୧: ଶ୍ରୀଲଙ୍କା ବିପକ୍ଷରେ ସିରିଜ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଏହାର ଗୋଟିଏ ଦିନ...

ଟେଷ୍ଟ କ୍ରିକେଟରେ ୫ ଦିନ ବ୍ୟାଟିଂ କରିଛନ୍ତି ଏହି ୫ କ୍ରିକେଟର

ଟେଷ୍ଟ କ୍ରିକେଟ ଧୈର୍ଯ୍ୟର ଖେଳ। ପଡିଆରେ ସେଟ୍‌ ହୋଇ ଖେଳିବାକୁ ଜଣେ ବ୍ୟାଟ୍ସମ୍ୟାନ ପାଖରେ ପର୍ଯ୍ୟାପ୍ତ ସମୟ ଥାଏ। ୧୪୩ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ...

୨୦୧୮ରେ କେଉଁ କାରଣ ପାଇଁ ଅବସର ନେଇଥିଲେ ଡି ଭିଲର୍ସ

ଜୋହାନ୍ସବର୍ଗ, ୧।୭- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ୨୦୧୮ରେ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଡି ଭିଲର୍ସ ଯେଉଁ...

Advertisement
Archives

Model This Week