ଶ୍ରୀଲଙ୍କା କ୍ରିକେଟ ଦଳର କୋଚ୍‌ ପଦ ଛାଡ଼ିବାକୁ ମନାକଲେ ହାଥୁରାସିଙ୍ଘେ

କଲମ୍ବୋ,୮।୭(ଏଏଫ୍‌ପି)- ବାହାର ଚାପ ସତ୍ତ୍ୱେ ଚନ୍ଦିକା ହାଥୁରାସିଙ୍ଘେ ଶ୍ରୀଲଙ୍କା କ୍ରିକେଟ ଦଳର କୋଚ୍‌ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ବିଶ୍ୱର ୯ମ ର଼୍ୟାଙ୍କ୍‌ ଦଳ ଭାବେ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ବିଶ୍ୱକପ୍‌ରେ ୬ଷ୍ଠ ସ୍ଥାନରେ ରହିଥିଲା। ଶୀର୍ଷ ର଼୍ୟାଙ୍କ୍‌ଧାରୀ ଇଂଲଣ୍ଡ ସମେତ ୩ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଶ୍ରୀଲଙ୍କା ପରାସ୍ତ କରିଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ହାଥୁରାସିଙ୍ଘେଙ୍କ ପ୍ରଦର୍ଶନରେ ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ହାରିନ ଫର୍ନାଣ୍ଡୋ ଖୁସି ନୁହନ୍ତି। ଏଥିଯୋଗୁ ସେ ପଦତ୍ୟାଗ କରିବା ଉଚିତ। କିନ୍ତୁ ସ୍ବଦେଶ ଫେରିବା ପରେ କହିଥିଲେ, ଦଳ ଆଶାନୁଯାୟୀ ପ୍ରଦର୍ଶନ କରିପାରିନାହିଁ। କିନ୍ତୁ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବି। ଚୁକ୍ତି ଭିତ୍ତିରେ ମୋର ଆହୁରି ୧୬ ମାସ ବାକି ଅଛି। ଶ୍ରୀଲଙ୍କା ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଏଥିଲାଗି ସମ୍ପୂର୍ଣ୍ଣ ମ୍ୟାନେଜମେଣ୍ଟ ଦାୟୀ। ଏଭଳି ପ୍ରଦର୍ଶନରୁ ଆମକୁ ଶିକ୍ଷା ନେଇ ଆଗକୁ ବଢ଼ିବାର ଅଛି। ଭାବୁଛି, ମୋ ଦକ୍ଷତା ଅନୁଯାୟୀ କାର୍ଯ୍ୟ କରିଛି। ଅନ୍ୟପକ୍ଷରେ ଯଦି ମୁଖ୍ୟ କୋଚ୍‌ ପଦ ଛାଡ଼ିବାକୁ ଚାହୁଁ ନାହାନ୍ତି, ଆମେ ତାଙ୍କୁ ବାଧ୍ୟ କରିପାରିବା ନାହିଁ। ପରନ୍ତୁ ଆମେ ତାଙ୍କ ଉପରେ ଦାୟିତ୍ୱ ଦେଇପାରିବା ବୋଲି ଫର୍ନାଣ୍ଡୋ କହିଛନ୍ତି। ଶ୍ରୀଲଙ୍କା କ୍ରିକେଟ ସଙ୍କଟରେ ପଡ଼ିଥିବାବେଳେ ୨୦୧୭ ଡିସେମ୍ବରରେ ହାଥୁରାସିଙ୍ଘେ ମୁଖ୍ୟ କୋଚ୍‌ ଦାୟିତ୍ୱ ନେଇଥିଲେ। ଏଥିପୂର୍ବରୁ କୋଚ୍‌ ଭାବେ ତାଙ୍କ କାର୍ଯ୍ୟକାଳରେ ବାଂଲାଦେଶ ଟେଷ୍ଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ହରାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ରେ କରୋନା ମାଡ: ଚେନ୍ନାଇ ଦଳର ୩ ସଦସ୍ୟ ପଜିଟିଭ୍‌

ନୂଆଦିଲ୍ଲୀ,୩।୫: କରୋନା ଯୋଗୁ ଚଳିତବର୍ଷ ଆଇପିଏଲ୍‌ ଅଧାରୁ ପ୍ରଭାବିତ ହୋଇଛି। ତିନିଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ଦଳର ତିନିଜଣ ସଦସ୍ୟଙ୍କ କରୋନା...

ଏମ୍‌ପିଏଲ୍‌ ସ୍ପୋଟର୍‌ସ ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ପ୍ରାୟୋଜକ

ନୂଆଦିଲ୍ଲୀ,୧୮।୧୧(ପି.ଟି.): ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ସ୍ପୋନ୍ସରସିପ୍‌ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଆନୁଷ୍ଠାନିକ ଭବେ ଘୋଷଣା କରିଛି। ଫାଣ୍ଟାସି ଗେମ୍‌...

ଷ୍ଟମ୍ପ ପଛରେ ଏହି ଗୀତ ଗାଉଥିଲେ ପନ୍ତ, ମାଇକ୍‌ରେ କଏଦ

ବ୍ରିସବେନ୍‌,୧୯।୧: ଭାରତୀୟ ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅନେକ ସମୟରେ ଉଇକେଟ ପଛରେ କିଛି କଥା ହେଉଥିବା ଜଣାପଡେ। ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ଉଇକେଟ...

ଜାପାନ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୧୭।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଟୋକିଓରେ ଚାଲିଥିବା ଜାପାନ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଓଡ଼ିଶାର ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି।...

ଚର୍ଚ୍ଚାରେ ହାର୍ଦ୍ଦିକଙ୍କ ଏହି ଜବରଦସ୍ତ କ୍ୟାଚ୍‌; ଫିଟ୍‌ନେସ ପ୍ରଶ୍ନ ଉପରେ…

ଆବୁଧାବି,୪।୧୧: ଟିମ୍‌ ଇଣ୍ଡିଆ ବୁଧବାର ଖେଳିଥିବା ଟି୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଆଫଗାନିସ୍ତାନକୁ ଦଳ ସୁପର-୧୨ ରାଉଣ୍ଡରେ ୬୬ ରନ୍‌ରେ...

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ,ସେମିଫାଇନାଲ: ଭାରତ ଫେଭରାଇଟ

ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରୋମାଞ୍ଚକ ସମୟ ଉପନୀତ। ପୁଲ୍‌ ପର୍ଯ୍ୟାୟ ଓ କ୍ରସ୍‌ ଓଭର ପରେ...

ଡୋପ୍‌ ଟେଷ୍ଟରେ ବିଫଳ ହୋଇ ସାମୟିକ ବାସନ୍ଦ ହେଲେ ପ୍ରଦୀପ

ନୂଆଦିଲ୍ଲୀ,୧୬।୭(ପି.ଟି.): ଭାରୋତ୍ତୋଳକ ପ୍ରଦୀପ ସିଂ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ସାମୟିକ ଭାବେ ବାସନ୍ଦ ହୋଇଛନ୍ତି। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ପ୍ରଦୀପଙ୍କ...

ଦୁନିଆର ସର୍ବ କନିଷ୍ଠ ବାହୁବଳୀ: ୭ ବର୍ଷର ଝିଅ ଉଠାଉଛନ୍ତି ୮୦ କିଲୋର ଓଜନ

ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜର ଚମତ୍କାର କାର୍ଯ୍ୟକରି ସୁନାମ ଅର୍ଜନ କରିଥାନ୍ତି। ଏହି ସଫଳତା ପାଇବା ପାଇଁ ଲୋକଙ୍କୁ ଅନେକ ବର୍ଷ...

Advertisement
Archives

Model This Week