ଶ୍ରୀମନ୍ଦିର ହେରିଟେଜ କରିଡ଼ର: ଦିଅଁଙ୍କ ବାହାର ବିଜେ ପାଇଁ ସ୍ବତନ୍ତ୍ର ପରିକ୍ରମା ମାର୍ଗ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିର ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ ଯେଉଁପରି ଭାବେ ସିଂହଦ୍ୱାର ସମ୍ମୁଖରେ ତିନିରଥ ରହୁଥିଲେ ଏବଂ ମହାପ୍ରଭୁ ରଥାରୂଢ଼ ହେବା ପରେ ରଥ ଟଣାଯାଉଥିଲା ତାହା ହିଁ ହେବ। ସିଂହଦ୍ୱାର ସମ୍ମୁଖରୁ ତିନିରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ହେରିଟେଜ କରିଡ଼ର ପାଇଁ ଯେଉଁ ଚିଠା ନକ୍ସା ପ୍ରସ୍ତୁତ ହୋଇଥିଲା ସେଥିରେ ତିନିରଥ ସିଂହଦ୍ୱାର ସମ୍ମୁଖରେ ଦର୍ଶାଯାଇ ନ ଥିଲା। ଭିନ୍ନ ସ୍ଥାନରେ ଦର୍ଶାଯାଇଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସେବାୟତ ଓ ଭକ୍ତ। କିନ୍ତୁ ଏହି ଦ୍ୱନ୍ଦ୍ୱକୁ ଶୁକ୍ରବାର ଦୂର କରିଛି ହେରିଟେଜ କରିଡର ଚିଠା ନକ୍ସା ପ୍ରସ୍ତୁତ କରିଥିବା ବାଙ୍ଗାଲୋରର ଏକ ସଂସ୍ଥା। କୌଣସି ପରମ୍ପରାରେ ବ୍ୟତିକ୍ରମ ହେବ ନାହିଁ। ପୂର୍ବଭଳି ସିଂହଦ୍ୱାର ସମ୍ମୁଖରୁ ହିଁ ତିନିରଥ ଗଡ଼ିବେ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ପରିଚାଳନା କମିଟିରେ ଥିବା ସେବାୟତ ପ୍ରତିନିଧି ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ଐତିହ୍ୟ କରିଡ଼ର ସମ୍ପର୍କରେ ବିସ୍ତୃତ ଭାବେ ସଂସ୍ଥାର ପ୍ରତିନିଧି ବୁଝାଇଥିଲେ।
ଏଥିରେ ଅନ୍ୟ ନିଷ୍ପତ୍ତି ମଧ୍ୟରେ ଯେଉଁ ନକ୍ସା କରାଯାଇଛି ସେଥିରେ ସିଂହଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭ ନ ଥିଲା। ଏହାକୁ ନେଇ ବି ଦ୍ୱନ୍ଦ୍ୱ ଦେଖାଦେଇଥିଲା। କିନ୍ତୁ ଏବେ ଯେମିତି ଯେଉଁଠି ଅରୁଣ ସ୍ତମ୍ଭ ରହିଛି ସେହି ଜାଗାରେ ରହିବ। ଏହାକୁ ପରିବର୍ତ୍ତନ କରାଯିବ ନାହିଁ। ବର୍ତ୍ତମାନ ଯେଉଁ ନୂଆ ଶେଡ୍‌ ତିଆରି କରାଯାଇଛି ତାହାକୁ ଖୋଲି ଦିଆଯିବ। କାକୁଡିଖାଇଙ୍କ ମନ୍ଦିର ପାଖରୁ ଦର୍ଶନାର୍ଥୀ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ସ୍ଥାୟୀ ଶେଡ୍‌ କାକୁଡ଼ିଖାଇଙ୍କ ମନ୍ଦିର ନିକଟରେ ତିଆରି କରାଯିବ। ତେବେ ସେବାୟତ ପ୍ରତିନିଧିମାନେ ଦିଅଁଙ୍କ ବାହାର ବିଜେ ପ୍ରସଙ୍ଗ ଉଠାଇଥିଲେ। ବର୍ଷତମାମ୍‌ ବିଭିନ୍ନ ଯାନିଯାତ୍ରାରେ ଶ୍ରୀମନ୍ଦିରରୁ ଦିଅଁ ବାହାର ବିଜେ କରିଥାନ୍ତି। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ପ୍ରତ୍ୟେକ ଅମାବାସ୍ୟାରେ ଅମାବାସ୍ୟା ନାରାୟଣ ସାଗର ବିଜେ କରିଥାନ୍ତି। ସେହିପରି ଶ୍ରୀସୁଦର୍ଶନ, ପଞ୍ଚୁପାଣ୍ଡବ, ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁଙ୍କ ପ୍ରତିନିଧି ପ୍ରମୁଖ ଦେବଦେବୀ ବାହାର ବିଜେ କରିଥାନ୍ତି। ତେଣୁ ଦିଅଁଙ୍କ ବିଜେ ପାଇଁ ସୁରକ୍ଷା ଜୋନ ମଧ୍ୟରେ ସ୍ବତନ୍ତ୍ର ଭାବେ ଏକ ପରିକ୍ରମା ମାର୍ଗ ରହିବ। ପ୍ରାୟ ୨୧ ଫୁଟ ଚଉଡ଼ାରେ ଏହି ପରିକ୍ରମା ମାର୍ଗ ଠାକୁର ଯେଉଁ ସାହିକୁ ବିଜେ କରନ୍ତି ସେଠାକୁ ସଂଯୋଗ ରହିବ ବୋଲି ନିଷ୍ପତ୍ତି ହୋଇଥିବା ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି। ସେହିପରି କମିଟିର ଅନ୍ୟତମ ସଦସ୍ୟ ବାବା ସଚ୍ଚିଦାନନ୍ଦ ଦାସ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରଥର ସ୍ଥାନ ପରିବର୍ତ୍ତନ ଆଦୌ କରାଯିବ ନାହିଁ। ଏହା ଆମମାନଙ୍କର ଏକ ଭ୍ରାନ୍ତ ଧାରଣା। ନକ୍ସାରେ ତିନିରଥ ରଖାଯାଇଥିବା ସ୍ଥାନ ହେଉଛି ରଥ ନିର୍ମାଣ ଅର୍ଥାତ୍‌ ରଥ ଖଳାର ସ୍ଥାନ। ସମ୍ପୃକ୍ତ ସଂସ୍ଥା ସେଠାରେ ରଥ ତିଆରି ହୁଏ ବୋଲି ଦର୍ଶାଇଛନ୍ତି। ମହାପ୍ରଭୁଙ୍କ ରୀତିନୀତି ପୂର୍ବରୁ ଯେମିତି ରହିଛି ଏବେ ସେମିତି ଚାଲିବ। ଏଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ। ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା, ଅନନ୍ତ ତିଆଡି, ମାଧବ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଯୁଦ୍ଧବିରତିରେ ଏହି ଦେଶର ବଲ୍ଲେବଲ୍ଲେ, ଆଦାୟ କରିବ ହର୍ମୁଜ ଉପରେ ଶୁଳ୍କ

ଓ୍ବାଶିଂଟନ୍‌,୮।୪: ପଶ୍ଚିମ ଏସିଆରେ ପାଞ୍ଚ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଥିବା ଯୁଦ୍ଧର ନିଆଁ ଶେଷରେ ଥଣ୍ଡା ପଡ଼ିଛି। ଆମେରିକା ଏବଂ ଇରାନ ଦୁଇ ସପ୍ତାହ…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri