ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରସଙ୍ଗ: ୧୭ ମଠ ମହନ୍ତଙ୍କୁ ଦେବୋତ୍ତର କମିଶନରଙ୍କ ନୋଟିସ

ପୁରୀ ଅଫିସ, ୧୪ା୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ୧୭ଟି ମଠ ମହନ୍ତଙ୍କୁ ଦେବୋତ୍ତର କମିଶନର ନୋଟିସ କରିଛନ୍ତି। ମଠଗୁଡ଼ିକର ଉଚ୍ଛେଦ ସଂକ୍ରାନ୍ତରେ ପୁରୀ ଜିଲାପାଳଙ୍କ ଚିଠିକୁ ଆଧାର କରି କମିଶନର ଏହି ନୋଟିସ କରିଥିବା ଜଣାପଡିଛି। ଏଥିରେ ମହନ୍ତମାନଙ୍କ ଆପତ୍ତି ଓ ପ୍ରସ୍ତାବ ଲୋଡାଯାଇଛିି। କିନ୍ତୁ ସୁରକ୍ଷା ଜୋନରୁ ୪ଟି ମଠ ଉଚ୍ଛେଦ କରାଯିବା ପରେ ଜିଲା ପ୍ରଶାସନ ଏଭଳି ମତାମତ ଲୋଡିବାକୁ ନେଇ ମହନ୍ତମାନେ ଉଦ୍‌ବେଗ ପ୍ରକାଶ କରିଥିବା ସୂଚନା ମିଳିଛି।
ଗତ ୬ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଦେବୋତ୍ତର କମିଶନରଙ୍କୁ ଚିଠି (ନଂ.୬୨୨) କରାଯାଇଥିଲା। ସୁରକ୍ଷା ଜୋନରେ ଥିବା ମଠଗୁଡ଼ିକ ଉଚ୍ଛେଦ କରାଯିବ। ତେଣୁ ମଠଗୁଡ଼ିକର ପୁନଃ ଥଇଥାନ, ବିକାଶ ଆଦି ସଂକ୍ରାନ୍ତରେ କମିଶନରଙ୍କ ପରାମର୍ଶ ଲୋଡିଥିଲେ। କମିଶନର ଚିଠି ପାଇବା ପରେ ମଠ ମହନ୍ତଙ୍କୁ ନୋଟିସ କରିଥିଲେ। ଏଥିରେ ମହନ୍ତମାନେ ଉପସ୍ଥିତ ରହି ୪ଟି ମଠ (ଲଙ୍ଗୁଳି, ଏମାର, ବଡ଼ଆଖଡା ଓ ମଙ୍ଗୁ) ଭାଙ୍ଗିସାରିବା ପରେ କାହିଁକି ପ୍ରଶାସନ ମତ ଲୋଡୁଛି ବୋଲି ପ୍ରଶ୍ନ କରିଥିଲେ। ଅନେକ ମହନ୍ତ ଲିଖିତ ଭାବେ ନୋଟିସର ଉତ୍ତର କମିଶନରଙ୍କୁ ଜଣାଇଥିବା ବେଳେ ଆଉ କେତେଜଣ ଖୁବ୍‌ ଶୀଘ୍ର ଉତ୍ତର ଦେବେ ବୋଲି ସୂଚନା ମିଳିଛି। ଦେବୋତ୍ତର କମିଶନର ନୋଟିସ କରିଥିବା ମଠଗୁଡ଼ିକ ହେଉଛି ଏମାର, ନରସିଂହାଚାରୀ, ବଳରାମକୋଟ, ମଙ୍ଗୁ, ଦକ୍ଷିଣପାର୍ଶ୍ୱ, ଉତ୍ତରପାର୍ଶ୍ୱ, ତୋରାଣି ଛତ୍ର, ତ୍ରିମାଳୀ, ସାନଛତା, ବଡ଼ଆଖଡା, ଲଙ୍ଗୁଳି, ରାଧାବଲ୍ଲଭ, ରେବେସା, ହାବେଳି ମଠ, ପଞ୍ଜାବୀ, କୌଶଲ୍ୟା ଦାସ ଓ ଶଙ୍ଖଚକ୍ର ମଠ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରେ ତାଲା ପକାଇ ଧାରଣା ଦେଲେ ଚାଷୀ

ବରଗଡ଼ ଅଫିସ,୨୧।୧୨: ବରଗଡ଼ ଜିଲାରେ ଧାନ କିଣାବିକା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରିନାହିଁ। ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରିନାହିଁ। ସେହିଭଳି ଧାନଚାଷ ହୋଇଥିଲେ...

ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ୭୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ: ଅନ୍ୟ ୨୭ ଆଶ୍ରୟସ୍ଥଳୀରେ ଚାଲିଛି କ୍ୱାରାଣ୍ଟାଇନ୍‌ ସେଣ୍ଟର

ଛତ୍ରପୁର,୧୭ା୫(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ଗଞ୍ଜାମ ଜିଲାରେ ଚାଲିଛି। ଜିଲାରେ ମୋଟ ୧୦୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ରହିଛି। ଏଥିମଧ୍ୟରୁ ୨୭ଟି...

ଅଧ୍ୟକ୍ଷ, ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବଢ଼ିଲାନି: ଉଚ୍ଚଶିକ୍ଷା ବିଭାଗକୁ ସ୍ପଷ୍ଟୀକରଣ ମାଗିଲା ପ୍ରଶାସନ

ଢେଙ୍କାନାଳ ଅଫିସ, ୩୧।୧୦ – ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପରୁଦ୍ର ମହାପାତ୍ରଙ୍କ ସମେତ ୩ କର୍ମଚାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନାହିଁ। ସେମାନଙ୍କ କାର୍ଯ୍ୟକାଳ ଅବଧି...

ଆଜିଠୁ ୯ ଦିନ ୪ ୱାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌

ପୁରୀ ଅଫିସ, ୨୪। ୭: ପୁରୀ ସହରସ୍ଥ ପେଣ୍ଠକଟା ଅଞ୍ଚଳ ଏବେ ପ୍ରଶାସନର ଚିନ୍ତା ବଢାଇଛି। ଦୁଇଦିନରେ ୨୦ରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ ହେବା ପରେ...

ବାଇକରେ ଆସିଲେ, ଚାଲି କି ଫେରିଲେ

ଖୋର୍ଦ୍ଧା ଅଫିସ,୫।୪ : କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଓ କୋଭିଡ 19...

ମାର୍ଚ୍ଚ ସୁଦ୍ଧା ୩ ଜିଲାକୁ ସମ୍ପ୍ରସାରଣ ହେବ ମୋବାଇଲ ଚକ୍ଷୁ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, ୩।୨(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୬୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୬୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୮୧, ସୁନ୍ଦରଗଡରୁ ୨୨୮,...

ସୌରଶକ୍ତି ଚାଳିତ ହେବ ବିଧାନସଭା

ଭୁବନେଶ୍ୱର,୨।୬(ବ୍ୟୁରୋ): ଓଡିଶା ବିଧାନସଭା ସାୈରଶକ୍ତି ଚାଳିତ ହେବ। ବିଧାନସଭା ଛାତ ଉପରେ ସାୈର ଶକ୍ତି ପ୍ରକଳ୍ପ ସ୍ଥାପନ ହେବ। ଏନେଇ ସୋମବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ...

Play 250+ Trending Games
Archives

Model This Week

Why Dharitri