ଶ୍ରୀମନ୍ଦିରରେ ପାନ, ଗୁଟୁଖା ବ୍ୟାନ ନିୟମ ଲାଗୁ: ପ୍ରଥମ ଦିନରେ ଧରାପଡି ଜରିମାନେ ଦେଲେ ୪ଜଣ

ପୁରୀ ଅଫିସ, ୧ା୮: ଏଣିକି ପାନ, ଗୁଟୁଖା ଖାଇ କେହି ଶ୍ରୀମନ୍ଦିରକୁ କେହି ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା କର୍ମଚାରୀ କାହାକୁ ବି ଛଡାଯିବ ନାହିଁ। କେହି ବି ଧରାପଡିଲେ ସେମାନଙ୍କଠାରୁ ଆଦାୟ ହେବ ଜରିମାନା। ଶ୍ରୀମନ୍ଦିରରେ ସ୍ବଚ୍ଛତା ରକ୍ଷା ଲାଗି ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ଗୁରୁବାରଠାରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ପ୍ରଥମ ଦିନରେ ୪ ଜଣ ପାନ ଖାଇ ମନ୍ଦିରକୁ ପ୍ରବେଶ କରିଥିବାରୁ ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ପ୍ରତ୍ୟେକଙ୍କଠାରୁ ୧୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି। ଅନ୍ୟପକ୍ଷରେ ଭକ୍ତଙ୍କ ଅବଗତି ନିମନ୍ତେ ଚାରିଦ୍ୱାର ଏବଂ ଶ୍ରୀମନ୍ଦିର ଭିତରେ ସୂଚନା ଫଳକ ଲଗାଯାଇଥିବାବେଳେ ସୂଚନା କେନ୍ଦ୍ରରୁ ଡାକବାଜି ଯନ୍ତ୍ର ଯୋଗେ ବିଭିନ୍ନ ଭାଷା(ଓଡ଼ିଆ, ହିନ୍ଦୀ, ବଙ୍ଗଳା)ରେ ସଚେତନ ମଧ୍ୟ କରାଯାଉଛି। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସବାୟତ, ଭକ୍ତ ସମସ୍ତେ ସ୍ବାଗତ କରିଛନ୍ତି।
ଶ୍ରୀମନ୍ଦିରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ମନ୍ଦିର ଭିତରକୁ ସମସ୍ତେ ଗୋଡ, ମୁହଁ ଧୋଇ ଶୁଦ୍ଧପୁତ ଭାବେ ପରିଷ୍କାର ହୋଇ ଯିବାର ବିଧି ରହିଛି। ଏହାକୁ ଦୃଷ୍ଟିରେ ରଖି ଗତ ୨୯ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ମୁଖ୍ୟ ପ୍ରଶାସକ କହିଥିଲେ, ଏଣିକି କୌଣସି ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟୁଖା, ପାନ ମସଲା ଖାଇ ବା ମନ୍ଦିର ଭିତରକୁ ନେଇ ଯାଇପାରିବେ ନାହିଁ। ଅଗଷ୍ଟ ୧ ତାରିଖରୁ ଏହି କଟକଣାକୁ କଡାକଡି କରାଯିବ। ପ୍ରବେଶ ପଥରେ ମଧ୍ୟ ଯାଞ୍ଚ ହେବ। ଯଦି ପାନ, ଗୁଟୁଖା, ପାନ ମସଲା ଖାଇ କେହି ମନ୍ଦିର ଭିତରକୁ ପ୍ରବେଶ କରି ଧରାପଡିବେ ତାଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ତେବେ ଗୁରୁବାରଠାରୁ ଏହାକୁ କଡାକଡି ଭାବେ ଲାଗୁ କରାଯାଇଛି। ପ୍ରବେଶ ପଥରେ ଯାଞ୍ଚ ବେଳେ ଭକ୍ତଙ୍କ ପାଟି ଏବଂ ପକେଟ ଦେଖିଥିଲେ ସୁରକ୍ଷା କର୍ମୀ। ଯାହାଙ୍କ ପାଟିରେ ପାନ ଥିଲା ଏବଂ ପକେଟରେ ପାନେ କିମ୍ବା ଗୁଟୁଖା ରହିଥିଲା ସେମାନଙ୍କୁ ଧାଡିରୁ ବାହାର କରି ଦିଆଯାଇଥିଲା। ପୁନଶ୍ଚ ସେମାନେ ପାନ, ଗୁଟୁଖା ବାହାରେ ରଖି ପୁଣି ମନ୍ଦିରକୁ ପ୍ରବେଶ କରିଥିଲେ। ତେବେ ପ୍ରଥମ ଦିନରେ ବାଇଶି ପାହାଚର ଜଣେ ବ୍ରାହ୍ମଣ, ଆନନ୍ଦ ବଜାରରେ ଭୋଗ ଦୋକାନରେ ସୁଆର ସେବକଙ୍କୁ ସହଯୋଗ ପାଇଁ କାମ କରୁଥିବା ୩ ଜଣ ଧରାପଡିଥିଲେ। ଏମାନେ ପାନ ଖାଇ ମନ୍ଦିର ଭିତରେ ପ୍ରବେଶ କରିଥିବାରୁ ପ୍ରତ୍ୟେକଙ୍କଠାରୁ ୧୦୦ ଟଙ୍କା ଲେଖାଏ ଆଦାୟ କରାଯାଇଥିଲା। ଭବିଷ୍ୟତରେ ଆଉ ପାନ ଖାଇ ମନ୍ଦିରକୁ ପ୍ରବେଶ କରିବ ନାହିଁ ବୋଲି ସେମାନଙ୍କୁ ତାଗିଦ କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ବାଲେଶ୍ୱରର ସମରେନ୍ଦ୍ର ମହାପାତ୍ର କହିଛନ୍ତି, କେବଳ ଶ୍ରୀମନ୍ଦିର ନୁହେଁ, କୌଣସି ଦେବଦେବୀଙ୍କ ପୀଠକୁ ଗଲାବେଳେ ସମସ୍ତେ ଶୁଦ୍ଧପୁତ ମନରେ ଯିବା ଉଚିତ। କୌଣସି ପ୍ରକାର ପାନ, ଗୁଟୁଖା ଖାଇବା କଥା ନୁହେଁ। ତେବେ ଶ୍ରୀମନ୍ଦିର କ୍ଷେତ୍ରରେ ପ୍ରଶାସନ ଏ ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବାସ୍ତବିକ ବେଶ୍‌ ସ୍ବାଗତଯୋଗ୍ୟ। କିନ୍ତୁ ଏହା ଦୀର୍ଘସ୍ଥାୟୀ ହେବା ଦରକାର। ଫଳରେ ଶ୍ରୀମନ୍ଦିରରେ ସ୍ବଚ୍ଛତା ଓ ପରିଛନ୍ନତା ରହିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ ପ୍ରାଥମିକ…

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri