ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ

ସିଙ୍ଗାପୁର: ବଲିଉଡ ସୁପରଷ୍ଟାର ତଥା ସ୍ବର୍ଗୀୟା ଅଭିନେତ୍ରୀ ଶ୍ରୀଦେବୀଙ୍କ ମହମ ପ୍ରତିମୂର୍ତ୍ତି ବୁଧବାର ସ୍ଥାନୀୟ ମାଡାମ ଟୁସାଡ୍ସରେ ଅନାବରଣ ହୋଇଛି। ଏଥିପାଇଁ ଆୟୋଜିତ ଏକ ଉତ୍ସବରେ ଯୋଗଦେଇଥିଲେ ଅଭିନେତ୍ରୀଙ୍କ ସ୍ବାମୀ ବୋନି କପୁର ଏବଂ ତାଙ୍କର ଦୁଇ କନ୍ୟା ଜାହ୍ନବୀ ଓ ଖୁସି। ୧୯୮୭ର ସୁପରହିଟ୍‌ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ଲୋକପ୍ରିୟ ହିନ୍ଦୀ ସଙ୍ଗୀତ ‘ହାଓ୍ବା ହାଓ୍ବାଇ’ ଗାଇ ଶ୍ରୀଦେବୀ ଯେଉଁ ଚାହାଣି ମାରିଥିଲେ ତାହାର ଅବିକଳ ରୂପ ଏହି ପ୍ରତିମୂର୍ତ୍ତିରେ ଦେଖିବାକୁ ମିଳୁଛି। ଏହି କାର୍ଯ୍ୟକ୍ରମରେ ବୋନି ଖୁବ୍‌ ଅଳ୍ପ ସମୟ ପାଇଁ ବକ୍ତୃତା ଦେଇ ଶ୍ରୀଦେବୀଙ୍କୁ ସ୍ମରଣକରି ସାମାନ୍ୟ ଭାଙ୍ଗି ପଡ଼ିଥିଲେ। ଏ ସମ୍ପର୍କରେ ବୋନି ଟୁଇଟ୍‌ କରିଛନ୍ତି, ‘ଶ୍ରୀଦେବୀ କେବଳ ଆମ ହୃଦୟରେ ନୁହଁ, ବରଂ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ବଞ୍ଚତ୍ ରହିଛନ୍ତି।’
ସୁପରଷ୍ଟାର ଶ୍ରୀଦେବୀ ୮୦ଦଶକରେ ବଲିଉଡ ବକ୍ସ ଅଫିସରେ ବେଶ୍‌ ରାଜୁତି କରୁଥିଲେ। ଶ୍ରୀଦେବୀ ଅଭିନୟ କରିବା ସହିତ ଫିଲ୍ମ ପ୍ରଯୋଜନା କରୁଥିଲେ। ସେ ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟଲମ ଏବଂ କନ୍ନଡ ଫିଲ୍ମରେ କାମ କରିଛନ୍ତି। ସେ ୧୯୬୩ ଅଗଷ୍ଟ ୧୩ରେ ଶିବକାଶିଠାରେ ଜନ୍ମଗ୍ରହଣ କରିଥିଲେ। ଦୁବାଇ ଗସ୍ତ କରିଥିବାବେଳେ ୨୦୧୮ ଫେବୃୟାରୀ ୨୪ରେ ଏକ ହୋଟେଲର ଗାଧୁଆକୁଣ୍ଡରେ ବୁଡ଼ିଯାଇ ସେ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ନାଗରିକଙ୍କୁ ବିବାହ କରିବେ ସୁନ୍ଦରୀ ରାଜକୁମାରୀ

ଟୋକିଓ,୨୨।୧୦:ଜାପାନର ରାଜକୁମାରୀ ମାକୋ ଖୁବ୍‌ଶୀକ୍ର ବିବାହ କରିବାକୁ ଯାଉଛନ୍ତି। ସାଧାରଣ ନାଗରିକ କେ କୋମୁରୋଙ୍କୁ ୩-୪ଜଣ ଅତିଥିଙ୍କ ଉପସ୍ଥିତିରେ ଆସନ୍ତା ମଙ୍ଗଳବାର ବିବାହ କରିବେ। ଏହି...

ଯୁଦ୍ଧ ପାଇଁ ପ୍ରସ୍ତୁତି: ବ୍ରିଟେନ୍‌ ତିଆରି କରିବ ୮୦ ନୂଆ ପରମାଣୁ ବୋମା

ଲଣ୍ଡନ,୧୭।୩: ଚାଇନା ସହିତ ବ୍ରିଟେନର ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ୮୦ ନୂଆ ପରମାଣୁ ବୋମା ତିଆରି କରିବାକୁ ଯୋଜନା...

ଇମ୍ରାନଙ୍କୁ ମିଳିଲା ୭୨ ଘଣ୍ଟା: ନ୍ୟାଶନାଲ ଆସେମ୍ଲି ୩ ଏପ୍ରିଲ ପର୍ଯ୍ୟନ୍ତ ସ୍ଥଗିତ

ଇସଲାମାବାଦ,୩୧ ।୩: ପାକିସ୍ତାନର ଅବସ୍ଥା ବେଳକୁ ବେଳ ବଦଳିବାରେ ଲାଗିଛି । ପାକିସ୍ତାନ ଆସେମ୍ଲିର ଡେପୁଟି ସ୍ପିକର ସଂସଦରେ ଭୋଟିଂ ପୂର୍ବରୁ ୩ ଏପ୍ରିଲ ସକାଳ...

ଲୁଚାଛପାରେ ବିବାହ କଲେ ପ୍ରଧାନମନ୍ତ୍ରୀ: କେହି ବି ଜାଣି ପାରିଲେନି !…

ଲଣ୍ଡନ,୩୦।୫: କାହାକୁ ନ ଜଣାଇ ଲୁଚାଛପାରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ବିବାହ କରିଛନ୍ତି। ୫୬ ବର୍ଷ ବୟସ୍କ ବୋରିସ୍‌ ପ୍ରେମିକା ୩୩ ବର୍ଷ ବୟସ୍କା...

ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ...

୧୫୦ ଛାତ୍ରୀଛାତ୍ରଙ୍କୁ ଅପହରଣ

ଆବୁଜା, ୧ା୬: କେତେଜଣ ବନ୍ଧୁକଧାରୀ ରବିବାର ନାଇଜେରିଆର ନାଇଜର୍‌ ପ୍ରଦେଶରେ ଥିବା ଏକ ଇସ୍‌ଲାମିକ୍‌ ସ୍କୁଲରୁ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଅପହରଣ କରିନେଇଛନ୍ତି। ଏ...

ଯୁଦ୍ଧର ତୃତୀୟ ଦିନରେ ରାଜଧାନୀ କ୍ୱିଭ ସମେତ ଅନେକ ଅଞ୍ଚଳ ଦଖଲ କଲା ରୁଷିଆ ସେନା

କ୍ୱିଭ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଶନିବାର ତୃତୀୟ ଦିନରେ ପହଞ୍ଚିଛି। ଶୁକ୍ରବାର ରାଜଧାନୀ କ୍ୱିଭ ଦଖଲ କରିଥିବା ବେଳେ ଶନିବାର...

ପୋଲିସ ଗୁଳିରେ ୨ କୃଷ୍ଣକାୟ ମୃତ

କେନୋଶା, ୨୭ା୮: ଆମେରିକାର କେନୋଶାରେ ମଙ୍ଗଳବାର ପୁଣି ପୋଲିସ ଗୁଳିରେ ୨ କୃଷ୍ଣକାୟ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି। କେନୋଶା ପୋଲିସ ଗତ ରବିବାର...

Advertisement
Archives

Model This Week