ଶ୍ରୀକ୍ଷେତ୍ରରେ ସୁଡ଼ଙ୍ଗ

ଶ୍ରୀକ୍ଷେତ୍ରରେ ଗଜପତିମାନେ ପୂର୍ବରୁ ରହୁଥିବା ସ୍ଥାନ ବାଲି ନଅର ଭାବରେ ପରିଚିତ ଥିଲା। ଏହି ନଅରକୁ କେନ୍ଦ୍ର କରି ବିଭିନ୍ନ ଦିଗରୁ ରହିଥିଲା ଅନେକ ସୁଡ଼ଙ୍ଗ । ମାଟିତଳେ ନିର୍ମିତ ଏହି ସୁଡ଼ଙ୍ଗର ସମ୍ପର୍କ ଶ୍ରୀମନ୍ଦିର ସହିତ ରହିଥିବା ଅନେକେ ମତ ଦିଅନ୍ତି । ଏ ପର୍ଯ୍ୟନ୍ତ ସୁଡ଼ଙ୍ଗଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ହୋଇ ନ ଥିବାରୁ ଶ୍ରୀମନ୍ଦିର ସହିତ କେଉଁ ଦିଗରୁ କିପରି ଏହା ସଂଯୋଜିତ
ହୋଇଥିଲା ତାହା ଜଣାପଡ଼ି ନାହିଁ…

ହଜାର ହଜାର ବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ର ପରିଚିତ ଥିଲା ପୁରୁଷୋତ୍ତମ କ୍ଷେତ୍ର ଭାବରେ। ଏହା କେବଳ ପ୍ରାଚୀନ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ନ ଥିଲା, ଭାରତବର୍ଷର ସାଂସ୍କୃତିକ କେନ୍ଦ୍ର ଥିଲା। ଚାରି ଧାମ ମଧ୍ୟରୁ ଅନ୍ୟତମ ଧାମ । ବହୁ ମୁନି ଋଷି, ସାଧୁ ସନ୍ଥଙ୍କର ଥିଲା ସାଧନାଭୂମି। ଏବେ ଚାରୋଟି ପ୍ରାଚୀନ ଋଷି ଆଶ୍ରମ ଅବଶିଷ୍ଟ ରହିଅଛି। ଏହି ଆଶ୍ରମଗୁଡ଼ିକ ମହାପ୍ରଭୁଙ୍କ ଉପାସନା ସହିତ ଆଜି ବି ଜଡ଼ିତ ।
୧୬୪୭ ମସିହା ପର୍ଯ୍ୟନ୍ତ ଗଜପତିମାନେ ଏହି କ୍ଷେତ୍ରରେ ରହୁଥିବା ନଅର ଚଳଚଞ୍ଚଳ ଥିଲା। ଏହା ପରିଚିତ ଥିଲା ବାଲି ନଅର ଭାବରେ। ବାଲି ନଅରକୁ କେନ୍ଦ୍ର କରି ଅନେକ ସୁଡ଼ଙ୍ଗ ବିଭିନ୍ନ ଦିଗରୁ ରହିଥିଲା। ମାଟିତଳେ ନିର୍ମିତ ଏହି ସୁଡ଼ଙ୍ଗର ସମ୍ପର୍କ ଶ୍ରୀମନ୍ଦିର ସହିତ ରହିଥିଲା ବୋଲି ଅନେକେ ସମ୍ଭାବନା କରନ୍ତି। ଏ ପର୍ଯ୍ୟନ୍ତ ସୁଡ଼ଙ୍ଗଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ହୋଇ ନ ଥିବାରୁ ଶ୍ରୀମନ୍ଦିର ସହିତ କେଉଁ ଦିଗରୁ କିପରି ଏହା ସଂଯୋଜିତ ହୋଇଥିଲା ତାହା ଜଣାପଡ଼ି ନାହିଁ।
ଗଙ୍ଗାମାତା ମଠ ସୁଡ଼ଙ୍ଗ : ଶ୍ରୀକ୍ଷେତ୍ରରେ ୭୫୨ ମଠ ରହିଥିଲା ବୋଲି ଲୋକମୁଖରେ ପ୍ରସିଦ୍ଧି ଅଛି, କିନ୍ତୁ ବର୍ତ୍ତମାନ ଅନୁସନ୍ଧାନରୁ ଜଣାଯାଇଛି ୩୭୪ଟି ମଠ ଓ ଆଶ୍ରମ ରହିଅଛି। ସେଥିମଧ୍ୟରୁ ୫୦୦ ବର୍ଷର ପୁରାତନ ମଠ ହେଉଛି ଗଙ୍ଗାମାତା ମଠ। ଏହି ମଠଟି ଶ୍ୱେତଗଙ୍ଗା ତୀର୍ଥର ଦକ୍ଷିଣ ଦିଗରେ ଏବେ ବି ଅଛି। ଏହି ମଠରେ ମାଟିତଳେ ଗୋଟିଏ ସୁଡ଼ଙ୍ଗ ଯାଇଥିବାର ଜଣାଯାଏ। ଇଂରେଜମାନେ ଶାସନ ଆରମ୍ଭ ସମୟରେ ସୁଡ଼ଙ୍ଗର ଗୁରୁତ୍ୱ ବୃଦ୍ଧି ପାଇଥିବାରୁ ଏହା ‘ମନ୍ତ୍ରଣା ସୁଡ଼ଙ୍ଗ’ ଭାବେ ପୁରୀରେ ପ୍ରସିଦ୍ଧ ହୋଇଯାଇଥିଲା। କୁହାଯାଏ ବାଲି ନଅରରୁ ଶ୍ରୀମନ୍ଦିର ଭିତର ପର୍ଯ୍ୟନ୍ତ ଏହି ସୁଡ଼ଙ୍ଗ ଲମ୍ବିଥିଲା। ଗଙ୍ଗାମାତା ମଠରେ ରହିଥିଲା ଏହାର କେନ୍ଦ୍ରବିନ୍ଦୁ। ଐତିହ୍ୟ ଅଛି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଉପରେ ହୋଇଥିବା ୧୮ଥର ଆକ୍ରମଣ ସମୟରେ ଏହି ସୁଡ଼ଙ୍ଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ରାଜକର୍ମଚାରୀ, ସେବକ, ରାଜଗୁରୁ ପ୍ରମୁଖ ଆକ୍ରମଣକାଳରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସୁରକ୍ଷାକୁ ନେଇ ସୁଡ଼ଙ୍ଗ ଭିତରେ ମନ୍ତ୍ରଣା କରୁଥିଲେ। ଗଜପତି ନିଜେ ସାତସାହିର ସାହିନାୟକଙ୍କ ସହିତ ଏହିଠାରେ ମନ୍ତ୍ରଣା କରୁଥିଲେ। ବାଲି ନଅରର ଗୁରୁତ୍ୱ ହ୍ରାସ ପାଇବା ପରେ ଏହି ସୁଡ଼ଙ୍ଗ ପରିତ୍ୟକ୍ତ ହୋଇପଡ଼ିଥିଲା।
ଏହି ସୁଡ଼ଙ୍ଗ ରହସ୍ୟ ଜୟୀରାଜଗୁରୁ ଜାଣିଥିଲେ। ଫିରିଙ୍ଗି ସେନା ଖୋର୍ଦ୍ଧା ଦୁର୍ଗ ଅଧିକାର କରିବାବେଳେ ଗଜପତି ଦ୍ୱିତୀୟ ମୁକୁନ୍ଦଦେବଙ୍କୁ ଜୟୀରାଜଗୁରୁ ଖୋର୍ଦ୍ଧା ଦୁର୍ଗର ଗୁପ୍ତ ସୁଡ଼ଙ୍ଗ ଦେଇ ବାହାରକୁ ପଠାଇ ଦେଇଥିଲେ। ଗଜପତି ପ୍ରଥମେ ଖୁଦୁପୁର ଉଆସରେ ଗୁପ୍ତରେ ରହିଥିଲେ। ଜୟୀରାଜଗୁରୁ ଗଜପତିଙ୍କୁ ସେଠାରୁ ସ୍ଥାନାନ୍ତର କରି ଗଙ୍ଗାମାତା ମଠ ସୁଡ଼ଙ୍ଗରେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ମଠର ତତ୍କାଳୀନ ମହନ୍ତ ଶ୍ରୀନରୋତ୍ତମ ଦାସଙ୍କ ନିକଟକୁ ଚିଟାଉ ଲେଖିଥିଲେ-ଗଜପତିଙ୍କୁ ଗୁପ୍ତରେ ରଖିବ, -ବାହାରେ ପ୍ରଘଟ ହେବ ନାହିଁ, -କଣ୍ଠୀ ଦେଇ ବାବାଜୀ ବେଶରେ ରଖିବ, -ଦରକାର ହେଲେ ନାରୀବେଶରେ ରଖିବ, -ଗଜପତିଙ୍କ ପ୍ରସାଦ ସେବନ, ଘାଟକଉଡ଼ି ହିସାବ, ଶ୍ରୀମନ୍ଦିର ଠିକ୍‌ ଭାବରେ ଶୋଧ କରି ଚାରିଦୁଆର ମୁଦ କରାଯିବା କଥା ଏଥିରେ ଥିଲା।- ଛତିଶା ନିଯୋଗ ନାୟକ, ଭଣ୍ଡାର ମେକାପ, ବେହେରା ଖୁଣ୍ଟିଆଙ୍କୁ ଜଣାଇବ।
ଅଛି ଏହି ସୁଡ଼ଙ୍ଗର ମଧ୍ୟ ଭାଗରେ ଏକ ଗୁପ୍ତ କୋଠରି ଅଛି। ଯେଉଁଠି ଇଂରେଜ ବିରୋଧୀ ରାଜାମାନେ ଏକାଠି ହୋଇ ମନ୍ତ୍ରଣା କରୁଥିଲେ। ଇତିହାସକାର ପ୍ରଫୁଲ୍ଲ ପଟ୍ଟନାୟକ ଅନୁମାନ କରିଛନ୍ତି, ସମୁଦ୍ରକୂଳକୁ ସୁଡ଼ଙ୍ଗ ରହିଥିଲା।
ମଠ ସୁଡ଼ଙ୍ଗର ଦୁଇଟି ମୁହଁ ରହିଛି। ଗୋଟିଏ ଶ୍ରୀମନ୍ଦିର ଦିଗକୁ, ଅନ୍ୟଟି ସମୁଦ୍ର ଆଡ଼କୁ। ପୂର୍ବ ମହନ୍ତଙ୍କଠାରୁ ଜଣାପଡ଼ିଥିଲା ସୁଡ଼ଙ୍ଗ ଦେଇ ଭିତରକୁ ଗଲେ ସମୁଦ୍ରର ଘୁ ଘୁ ଗର୍ଜନ ଶୁଭୁଛି। ସୁଡ଼ଙ୍ଗ ସମ୍ବନ୍ଧରେ ଇଂରେଜ ସରକାର ଅବଗତ ଥିଲେ। ସେତେବେଳର ମହନ୍ତ ବନମାଳୀ ଦାସଙ୍କ ନିକଟକୁ ଲଣ୍ଡନରୁ ସୁଡ଼ଙ୍ଗକୁ ନେଇ ଏକ ପତ୍ର ଆସିଥିଲା। ୨୦୧୧ ମସିହାରେ ମଠର ତତ୍ତ୍ୱାବଧାରକଙ୍କୁ ଆମେ ଭେଟିଥିଲୁ (ତା୨୧ା୧୧ା୧୧)। ସେ କହିଥିଲେ, ଏହି ସୁଡ଼ଙ୍ଗ ଦେଇ ଶ୍ରୀଚୈତନ୍ୟ ଶ୍ରୀମନ୍ଦିରକୁ ଆସି ମଠରେ ପହଞ୍ଚିଥିଲେ। ଶ୍ରୀସାର୍ବଭୌମ ଭଟ୍ଟାଚାର୍ଯ୍ୟ ତାଙ୍କୁ ସୁଡ଼ଙ୍ଗ ଦେଇ ମଠକୁ ନେଇ ଆସିଥିଲେ। ସୁଡ଼ଙ୍ଗର ମୁହଁ ଏବେ ପଥରରେ ବନ୍ଦ ରହିଛି। ଚଳପ୍ରଚଳ ବନ୍ଦ ଥିବାରୁ ଏହା ସର୍ପସଂକୁଳ ହୋଇଥାଇପାରେ ବୋଲି ଆଶଙ୍କା ରହିଛି। ସୁଡ଼ଙ୍ଗଟି ୩ ଫୁଟରେ ୨ ଫୁଟ ଥିବାବେଳେ, ଗୁପ୍ତ କୋଠରିଟି ୧୦ ଫୁଟରେ ୧୦ ଫୁଟ ରହିଥିବାର ସମ୍ଭାବନା କରାଯାଏ।
ରାଧାକାନ୍ତ ମଠ ସୁଡ଼ଙ୍ଗ: ବାଲି ସାହିରେ (ସ୍ବର୍ଗଦ୍ୱାରକୁ ଯିବା ରାସ୍ତାରେ) ଯେଉଁଠି ଶ୍ରୀଚୈତନ୍ୟ ଅବସ୍ଥାନ କରୁଥିଲେ ତାହା ଗୌର ଗମ୍ଭୀରା ବା ରାଧାକାନ୍ତ ମଠ ନାମରେ ପ୍ରସିଦ୍ଧ। ଗଜପତି ପ୍ରତାପରୁଦ୍ର ଦେବଙ୍କ ରାଜଗୁରୁ କାଶୀନାଥ ମିଶ୍ରଙ୍କର ଏହା ବାସଗୃହ ଥିଲା। ଏହି ଗୃହରେ ଶ୍ରୀଚୈତନ୍ୟ ଅବସ୍ଥାନ କରୁଥିଲେ।
ମଠରେ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି। ମଠରେ ମଝି ଅଞ୍ଚଳରୁ ତଳକୁ ତଳ ପାହାଚ ଦେଇ ଏହି ସୁଡ଼ଙ୍ଗ ଲମ୍ବିଯାଇଛି। ଏହି ସୁଡ଼ଙ୍ଗର ୨୪/୨୫ ଫୁଟ ପର୍ଯ୍ୟନ୍ତ ମଠର କର୍ମଚାରୀ ପହଞ୍ଚି ପାରିଛନ୍ତି। ଏହି ସୁଡ଼ଙ୍ଗ କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ଠାବ ହୋଇପାରିନାହିଁ। ଐତିହ୍ୟ ଅଛି ଏହା ରାଜଗୁରୁଙ୍କ ବାସଗୃହରେ ଥିବାରୁ ସୁଡ଼ଙ୍ଗଟି ଗଜପତିଙ୍କ ବାଲିନଅର ପର୍ଯ୍ୟନ୍ତ ଲମ୍ବିଥିଲା। ଏହାର ଅନ୍ୟ ଏକ ଶାଖା ଶ୍ରୀମନ୍ଦିର ଭିତରକୁ ଥାଇପାରେ। ସେ ସମୟରେ ଶ୍ରୀମନ୍ଦିର ଉପରେ ଘନ ଘନ ଆକ୍ରମଣ ହୋଇଥିବାରୁ ଗୁପ୍ତ ସୁଡ଼ଙ୍ଗଟି ଦୁଇ ଦିଗକୁ ଲମ୍ବିଥାଇପାରେ। ତା୨୩ା୧୧ା୨୦୧୧ ରିଖରେ ଆମେ ଅନୁସନ୍ଧାନ କରିବାକୁ ଯାଇ ମଠର ତତ୍ତ୍ୱାବଧାରକ କୃଷ୍ଣଚନ୍ଦ୍ର ମହାରାଜଙ୍କୁ ଭେଟିଥିଲୁ। ତାଙ୍କ କହିବା ଅନୁଯାୟୀ ସୁଡ଼ଙ୍ଗ ଏପରି ଭାବରେ ନିର୍ମିତ ହୋଇଛି ଆରମ୍ଭରୁ ଆଲୋକ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଆମେ ସୁଡ଼ଙ୍ଗରେ ଏପର୍ଯ୍ୟନ୍ତ ମୂଳ ଗମ୍ଭୀରା ପର୍ଯ୍ୟନ୍ତ ଯିବାରେ ସଫଳ ହୋଇଅଛୁ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏହି ସୁଡ଼ଙ୍ଗ ବ୍ୟବହାର ହେଉଥିବାର ଐତିହ୍ୟ ରହିଛି। ଏହାର ପୁନରୁଦ୍ଧାର ହୋଇନାହିଁ।
ଏମାର ମଠ: ଏମାର ମଠର ଗୁପ୍ତ କୋଠରିରୁ ଟନ୍‌ ଟନ୍‌ ରୁପାଇଟା ବାହାରିବା ଘଟଣା ଦେଶରେ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଏହି ମଠରେ ଏକ ଗୁପ୍ତ ସୁଡ଼ଙ୍ଗ ଅଛି ଏବଂ ସୁଡ଼ଙ୍ଗ ଆରମ୍ଭ ସ୍ଥାନରେ ଏକ ଗୁପ୍ତ କୋଠରି ଥିବାର ଜଣାଯାଏ। କୋଠରିଟି ବନ୍ଦ ରହିଥାଏ। ଐତିହ୍ୟରୁ ଜଣାଯାଏ ଏହି ସୁଡ଼ଙ୍ଗ ମଧ୍ୟ ଶ୍ରୀମନ୍ଦିରକୁ ଓ ସମୁଦ୍ରକୁ ଲମ୍ବିଥିଲା। ପୂର୍ବ କାଳରେ ଏମାର ମଠ ମହନ୍ତ ସୁଡ଼ଙ୍ଗ ଦେଇ ଶ୍ରୀମନ୍ଦିରକୁ ଯାଉଥିଲେ ବୋଲି ସମ୍ଭାବନା କରାଯାଏ। କୁହାଯାଏ ବାଲିସାହିରେ ଥିବା ବାଲି ନଅରକୁ ମଧ୍ୟ ସୁଡ଼ଙ୍ଗର ଏକ ଶାଖା ଲମ୍ବିଥିଲା। ପୁରୀରେ ଲୋକକଥା ଅଛି ଏହି ସୁଡ଼ଙ୍ଗ ମାଧ୍ୟମରେ ଚିଲିକାକୁ ପୂର୍ବ କାଳରେ ରାସ୍ତା ଥିଲା। ସୁଡ଼ଙ୍ଗର ବାସ୍ତବ ରହସ୍ୟ ଅନୁସନ୍ଧାନକୁ ଅପେକ୍ଷା ରଖିଛି।
ବାହାରବେଢ଼ାର ଉତ୍ତରପଟ ସୁଡ଼ଙ୍ଗ: ଶ୍ରୀମନ୍ଦିରର ଉତ୍ତର ଦିଗର ବାହାର ବେଢ଼ାରେ ରହିଛି ଐଶାନେଶ୍ୱର ମହାଦେବଙ୍କ ମନ୍ଦିର। ଦର୍ଶନ କରିବାକୁ ହେଲେ ୨୬ ଫୁଟ୍‌ ତଳକୁ ଯିବାକୁ ପଡ଼େ। ପ୍ରାଚୀନ କାଳରେ ଶିବଲିଙ୍ଗ ବିରାଜମାନ କରିଥିବା ସ୍ଥାନରୁ ଶ୍ରୀଜଗନ୍ନାଥଙ୍କ ଗର୍ଭଗୃହ ମଧ୍ୟକୁ ଏକ ସୁଡ଼ଙ୍ଗ ଥିଲା। ନଅବର୍ଷ ତଳେ ଐଶାନେଶ୍ୱରଙ୍କ ସେବକ ବଟକିଶୋର ମହାପାତ୍ର ସୁଡ଼ଙ୍ଗର ରହସ୍ୟ ସମ୍ବନ୍ଧରେ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ। ପୂର୍ବେ ଗଜପତି ମହାରାଜା ଦକ୍ଷିଣେଶ୍ୱର ଦେଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିଲେ। ପ୍ରଥମେ ସେ ଐଶାନେଶ୍ୱରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ ଏହି ମନ୍ଦିର ଭିତରେ ଥିବା ସୁଡ଼ଙ୍ଗ ବାଟରେ ଯାଇ ଗର୍ଭଗୃହରେ ପହଞ୍ଚତ୍ଥିଲେ। ସେ ତାଙ୍କ ଜେଜେବାପାଙ୍କଠାରୁ ସୁଡ଼ଙ୍ଗ ବିଷୟରେ ପ୍ରଥମେ ଜାଣିଥିଲେ।
ଉପରେ ବାରମ୍ବାର ଆକ୍ରମଣ କାଳରେ ଏହି ସୁଡ଼ଙ୍ଗଟି ଆଉ ବ୍ୟବହାର ହେଲା ନାହିଁ। ଫଳରେ ପରିତ୍ୟକ୍ତ ସୁଡ଼ଙ୍ଗ ଭିତରେ ସାପ ଓ ବିଛା ଜାତୀୟ ଜନ୍ତୁ ବାସ କଲେ। ଗଜପତିଙ୍କ ଶାସନ ସମୟରେ ମାଙ୍କଡ଼ା ପଥର ଦ୍ୱାରା ସୁଡ଼ଙ୍ଗଟିକୁ ବନ୍ଦ କରିଦିଆଗଲା। ୧୯୫୪ ମସିହା ବେଳକୁ ସୁଡ଼ଙ୍ଗଟି ବନ୍ଦ ହୋଇସାରିଥିଲା। ସୁଡ଼ଙ୍ଗର ଦ୍ୱାରଦେଶରେ ସିମେଣ୍ଟ ତିଆରି ଏକ ଶିବଙ୍କ ମୂର୍ତ୍ତି ରଖାଯାଇ ପୂଜା କରାଯାଉଛି। ଅନୁସନ୍ଧାନ ନ ହେବା ଫଳରେ ସୁଡ଼ଙ୍ଗ ରହସ୍ୟ ଅନାଲୋଚିତ ହୋଇରହିଛି।
ଶଙ୍କରାନନ୍ଦ ମଠ ସୁଡ଼ଙ୍ଗ: ଶ୍ରୀକ୍ଷେତ୍ରରେ ଏହି ମଠ ଗଙ୍ଗବଂଶ ଶାସନ କାଳରେ ପ୍ରତିଷ୍ଠା ହୋଇଥିଲା। ଅନଙ୍ଗ ଭୀମଦେବ (୩ୟ)ଙ୍କର ଶଙ୍କରାନନ୍ଦ ମଠ ତାମ୍ରଶାସନ ଏହାର ପ୍ରାଚୀନତାକୁ ପ୍ରମାଣିତ କରେ। ଅନଙ୍ଗ ଭୀମଦେବ (୩ୟ)ଙ୍କ ସମୟ ୧୨୧୧ରୁ ୧୨୩୮ ମସିହା ମଧ୍ୟରେ। ଅନେକେ ଏହି ସମୟରେ ୪୦୦ ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିଲା ବୋଲି ମତ ଦେଇଛନ୍ତି। ଏହି ମଠର ଆଦିଗୁରୁ ଭାବରେ ଶ୍ରୀପଦ୍ମପାଦାଚାର୍ଯ୍ୟ ପରିବ୍ରାଜକାଚାର୍ଯ୍ୟଙ୍କ ନାମ ମିଳିଥିବାରୁ ୮୦୦ ମସିହାରେ ପ୍ରଥମ ଦଶକ ବି ହୋଇପାରେ।
ଶ୍ରୀମନ୍ଦିର ଦକ୍ଷିଣ ଦିଗରେ ରହିଥିବା ଏହି ମଠରେ ପ୍ରାଚୀନ କାଳରେ ସୁଡ଼ଙ୍ଗ ରହିଥିଲା। ବର୍ତ୍ତମାନ ଏହି ମଠ ଧ୍ୱଂସ ପ୍ରାୟ। ଐତିହ୍ୟପୂର୍ଣ୍ଣ କୋଠରିଗୁଡିକ ଜରାଜୀର୍ଣ୍ଣ। ଦେଖିଲେ ଲାଗିବ ଏକ ଭୂତକୋଠିପରି। ତାହା ବି ୧୦ ବର୍ଷ ପରେ ପଦା ହୋଇଗଲାଣି। ଏହି ମଠ ଶିବ ଉପାସନାର ମଠ। ଅବ୍ୟବହୃତ ହେବାରୁ ଜନ୍ତୁଜୁନ୍ତାପୂର୍ଣ୍ଣ। ପୂର୍ବରୁ ମଠର ପଛପଟେ ସୁଡ଼ଙ୍ଗଟି ଥିଲା। ରାଧାକାନ୍ତ ମଠ ପରି ସୁଡ଼ଙ୍ଗ ଆରମ୍ଭରୁ ଏକ କୋଠରି ଥିଲା, ଯାହା ବନ୍ଦ ରହୁଥିଲା। ଯେପରି କେହି ଜାଣି ପାରିବେନି ସୁଡ଼ଙ୍ଗ ସେହି କୋଠରଠାରୁ ଆରମ୍ଭ ହୋଇଛି ବୋଲି। ସୁଡ଼ଙ୍ଗ ରହସ୍ୟ ଅନାଲୋଚିତ ହୋଇ ରହିଯାଇଛି। ସୁଡ଼ଙ୍ଗଟି କେଉଁ ଦିଗକୁ କିପରି ଗତି କରିଛି ଜାଣି ହେଉନାହିଁ। ଐତିହ୍ୟ ଅଛି ପୂର୍ବେ ସୁଡ଼ଙ୍ଗଟି ବାଲିମଠ (ଶ୍ରୀଗୋବର୍ଦ୍ଧନ ପୀଠ)କୁ ସଂଯୋଗ ଥିଲା। ଆକ୍ରମଣ କାଳରେ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ପାଇଁ ଏହା ବ୍ୟବହାର ହେଉଥିଲା। ଶ୍ରୀଶଙ୍କରାଚାର୍ଯ୍ୟଙ୍କ ସୁରକ୍ଷା ପାଇଁ ପୁରୀରେ ‘ଦୁବେଇଯାଗା’ ସୃଷ୍ଟି ହୋଇଥିଲା। ହୋଇପାରେ ଶ୍ରୀଶଙ୍କରାଚାର୍ଯ୍ୟ ଏହି ସୁଡ଼ଙ୍ଗ ଦେଇ ଶ୍ରୀମନ୍ଦିରକୁ ବିଜେ କରୁଥିବେ।
-ଡ. ସୁରେନ୍ଦ୍ର କୁମାର ମିଶ୍ର
ଫଟୋ: ଅନୀଲ, ଯଜ୍ଞେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ବାଂଲାଦେଶ ଫେରିବା ନେଇ ଶେଖ୍ ହାସିନାଙ୍କ ବଡ଼ ବୟାନ, ମୃତ୍ୟୁ ମଧ୍ୟ ଗ୍ରହଣୀୟ କିନ୍ତୁ….

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କ୍ଷମତା ଯିବା ପରଠାରୁ ଅର୍ଥାତ୍ ଅଗଷ୍ଟ ୨୦୨୪ରୁ ଭାରତରେ ରହି ଆସୁଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଖେମୁଣ୍ଡି କଲେଜରେ ପ୍ରବେଶ ଉତ୍ସବ, ଶୃଙ୍ଖଳା-ନୈତିକ ମୂଲ୍ୟବୋଧ ପାଇଁ ପରାମର୍ଶ

ଦିଗପହାଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ବୁଧବାର ଯୁକ୍ତ ୨ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ ଜଣାଇ “ପ୍ରବେଶ ଉତ୍ସବ–୨୦୨୬”…

ଘରକୁ ଫେରୁଥିବା ବେଳେ କେନାଲରେ ଭାସିଗଲେ ଚାଷୀ, ତାପରେ ଘଟିଲା….

ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନଶମ ବିଭାଗ…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ! ପ୍ରବଳ ଇନକମ କରିବେ ୪ ରାଶି, ଅଜଣା ଲୋକ ସାଜିବେ ଦେବଦୂତ!

ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାସ। ଏହି ପବିତ୍ର ମାସ ଆହୁରି ଗୁରୁତ୍ୱପୂର୍ଣ୍ଣ କାରଣ ଅଗଷ୍ଟ ୨୮ରେ ଆଶିଂକ ଚନ୍ଦ୍ରଗ୍ରହଣ ଲାଗିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri