Posted inଖେଳ

ଶ୍ରୀକାନ୍ତ, ଅଞ୍ଜୁମ ପାଇବେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର

ନୂଆଦିଲ୍ଲୀ, ୨୮ା୧୨(ପି.ଟି.)-ଭାରତର ପୂର୍ବତନ ଅଧିନାୟକ ତଥା ୧୯୮୩ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଚଳିତବର୍ଷ ସମ୍ମାନଜନକ ସିକେ ନାୟୁଡୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବେ। ତାଙ୍କ ସହିତ ଭାରତ ମହିଳା ଦଳର ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରା ମଧ୍ୟ ୨୦୧୯ ବର୍ଷ ପାଇଁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଜାନୁୟାରୀ ୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ପୂର୍ବରୁ ଅର୍ଥାତ ଜାନୁୟାରୀ ୧୨ରେ ମୁମ୍ବାଇଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ପୁରସ୍କାର ଉତ୍ସବରେ ଏହି ଦୁଇଜଣଙ୍କୁ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ ପ୍ରତି ଉଭୟ ଶ୍ରୀକାନ୍ତ ଏବଂ ଅଞ୍ଜୁମଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ପୂର୍ବତନ ଭାରତ ଅଧିନାୟକ ଏସ୍‌. ଭେଙ୍କଟ ରାଘବନ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଛାଡ଼ିଦେଲେ ଶ୍ରୀକାନ୍ତ ହେଉଛନ୍ତି ତାମିଲନାଡୁ କ୍ରିକେଟର ଅନ୍ୟତମ ନାମୀ ଖେଳାଳି। ସେ ୧୯୮୧ରୁ ୧୯୯୨ ମଧ୍ୟରେ ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଥିଲେ। ୬୦ ବର୍ଷୀୟ ଶ୍ରୀକାନ୍ତ ୪୩ ଟେଷ୍ଟ ମ୍ୟାଚରେ ମୋଟ ୨୦୬୨ ରନ ସଂଗ୍ରହ କରିଛନ୍ତି। ତନ୍ମଧ୍ୟରେ ତାଙ୍କର ଦୁଇଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ସାମିଲ ରହିଥିଲା। ଅନ୍ତର୍ଜାତୀୟ ଦିନିକିଆରେ ସେ ତାଙ୍କ ସମୟରେ ବିନା ହେଲମେଟ୍‌ରେ ଫାଷ୍ଟ ବୋଲରଙ୍କ ବୋଲିଂରେ ହୁକ୍‌ ଶଟ୍‌ ଖେଳିଥିବାର ବହୁ ଦୃଷ୍ଟାନ୍ତ ରହିଛି। ୧୯୮୩ ପ୍ରୁଡେନ୍‌ସିଆଲ ବିଶ୍ୱକପ୍‌ ଫାଇନାଲରେ ସେ ଭାରତୀୟ ଦଳର ଟପ୍‌ ସ୍କୋରର ଥିଲେ। ମାଲକମ ମାର୍ଶାଲ, ଜୋଏଲ ଗାର୍ନର, ଆଣ୍ଡି ରବଟର୍‌ସ ଏବଂ ମାଇକେଲ ହୋଲ୍‌ଡିଂଙ୍କୁ ନେଇ ସେ ସମୟର ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ ବୋଲିଂ ଆକ୍ରମଣର ସାମ୍ନା କରି ସେ ୩୮ ରନ କରିଥିଲେ। ପୁନଶ୍ଚ ସେ ୧୯୮୫ରେ ବେନସନ ହେଜେସ୍‌ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ୧୯୮୯ରେ କଠିନ ପାକିସ୍ତାନ ଟୁର୍‌ ପାଇଁ ଶ୍ରୀକାନ୍ତଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିଲା। ଏହି ଟୁର୍‌ରେ ସଚିନ ତେନ୍ଦୁଲକର ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହି ସିରିଜ ଡ୍ର ରହିଥିଲା। ମାତ୍ର ଏହାପରେ ତାଙ୍କୁ ଭିନ୍ନ ପରିସ୍ଥିତିରେ ଅଧିନାୟକ ପଦବୀରୁ ବିଦାୟ ନେବାକୁ ପଡ଼ିଥିଲା। ୧୯୯୨ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ବିଶ୍ୱକପ୍‌ ପରେ ଶ୍ରୀକାନ୍ତ କ୍ରିକେଟରୁ ଅବସର ନେଇଥିଲେ। ପରେ ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ନ୍ୟାଶନାଲ ସିଲେକ୍ସନ କମିଟିର ଚେୟାରମ୍ୟାନ ଥିଲେ। ଶ୍ରୀକାନ୍ତଙ୍କ ନେତୃତ୍ୱାଧୀନ କମିଟି ୨୦୧୧ ବିଶ୍ୱକପ୍‌ ପାଇଁ ଦଳ ମନୋନୟନ କରିଥିଲା। ଅନ୍ୟପକ୍ଷରେ ମିଥାଲି ରାଜ୍‌ଙ୍କ ପୂର୍ବରୁ ୪୨ ବର୍ଷୀୟା ଅଞ୍ଜୁମ ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସଓମ୍ୟାନ ବିବେଚିତ ହେଉଥିଲେ। ସେ ବାମହାତୀ ଥିଲେ। ଅଞ୍ଜୁମ ୧୨ଟି ଟେଷ୍ଟ ଖେଳି ୫୪୮ ରନ ସଂଗ୍ରହ କରିଥିଲେ। ସେ ଆହୁରି ମଧ୍ୟ ୧୨୭ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେ ଗୋଟିଏ ଶତକ ଏବଂ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୮ଟି ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ୨୦୦୫ରେ ଅଷ୍ଟ୍ରେଲିଆରେ ମହିଳା ବିଶ୍ୱକପ୍‌ ଫାଇନାଲ ଖେଳିଥିବା ଭାରତୀୟ ମହିଳା ଏକାଦଶର ଅନ୍ୟତମ ସଦସ୍ୟା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର ମଧ୍ୟ ଅଧୁରା ରହିଲା ସ୍ବପ୍ନ

ଟୋକିଓ,୪।୮: ପୁରୁଷଙ୍କ ଭଳି ମହିଳା ହକି ଦଳ ମଧ୍ୟ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ଅନ୍ତିମ ୪ ରାଉଣ୍ଡ...

ଥମିଲା ବର୍ଷା, ୩୦-୩୪ ଓଭର ଖେଳାଯାଇପାରେ

ଜୋହାନ୍ସବର୍ଗ,୬।୧: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନର ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି।...

ଧୋନୀଙ୍କୁ ଟିଭିରେ ଦେଖି ସ୍ତ୍ରୀ କହିଲେ ଏମିତି

ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚରେ ଏମଏସ ଧୋନୀ ୪୩୭ ଦିନ ପରେ କ୍ରିକେଟ ପଡିଆକୁ ଓହ୍ଲାଇଥିଲେ। ପ୍ରଥମ ମ୍ୟାଚ୍‌ରେ ଧୋନୀଙ୍କ ନେତୃତ୍ୱଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ...

ଅପରାଜିତା ଭାରତୀୟ ଦଳର କୋଚ୍‌

ଭୁବନେଶ୍ୱର, ୭।୯(କ୍ରୀଡ଼ା ପ୍ରତିନିଧି): ଚଳିତମାସ ୧୫ରୁ ୨୮ ପର୍ଯ୍ୟନ୍ତ ଜର୍ଜିଆର ବାଟୁମିଠାରେ ହେବାକୁ ଯାଉଛି ଫିଡେ (ଆନ୍ତର୍ଜାତୀୟ ଚେସ୍‌ ଫେଡେରେଶନ୍‌) ୱାଲର୍‌ଡ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌।...

ସନ୍ଦେହରେ ଦନଞ୍ଜୟ, ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନ

ଦୁବାଇ, ୨୦।୮ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଶ୍ରୀଲଙ୍କା ଅଫ୍‌-ସ୍ପିନର ଅକିଲ ଦନଞ୍ଜୟଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରକୁ ଆସିଛି। ଗାଲେଠାରେ ଘରୋଇ...

ପୁରୁଷ କ୍ରିକେଟରଙ୍କୁ ପଛରେ ପକାଇଲେ ହରମନପ୍ରୀତ କୌର

ସୁରତ,୬।୧୦:ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ୬ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଶେଷ ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଇତିହାସ ରଚିଛନ୍ତି।...

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୨୯ ରନ…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ...

ନିର୍ଣ୍ଣାୟକ ଦିନରେ ଫାଇନାଲ; ଫଳାଫଳ ସମ୍ଭାବନା କମ୍‌

ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ ନିର୍ଣ୍ଣାୟକ ଦିନରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍‌ର ଫଳାଫଳ ତଥା ବିଜେତା ମିଳିବାର ସମ୍ଭାବନା...

Advertisement
Archives

Model This Week