ଶ୍ରଦ୍ଧାଞ୍ଜଳି ସଭାରେ ଆକ୍ରମଣ

କାବୁଲ,୭ା୩(ଏ.ଏଫ୍‌.ପି.): ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ ହୋଇଛି। ଏଥିରେ ଅନୂ୍ୟନ ୨୯ ଜଣ ନିହତ ଓ ୩୦ ଆହତ ହୋଇଛନ୍ତି। ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କୁ ଟାର୍ଗେଟ କରି ଏହି ଗୁଳିକାଣ୍ଡ ଘଟାଯାଇଲା। ତେବେ ସେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଲିବାନ ସହ ଆମେରିକାର ଚୁକ୍ତି ସ୍ବାକ୍ଷର ପରେ ଏହା ହେଉଛି ସବୁଠୁ ବଡ଼ ଘାତକ ଆକ୍ରମଣ।
ଆଫଗାନିସ୍ତାନର ହେଜବ-ଇ ଓ୍ବାହଦାତ ପାର୍ଟି ନେତା ଅବ୍‌ଦୁଲ ଅଲି ମଜାରିଙ୍କୁ ତାଲିବାନ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଶୁକ୍ରବାର କାବୁଲରେ ମଜାରିଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳନ କରାଯାଉଥିଲା। ଏହି ସମାରୋହରେ ଆଫଗାନିସ୍ତାନର ଚିଫ୍‌ ଏକ୍‌ଜ୍ୟୁକେଟିଭ୍‌ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଳା, ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାର୍‌ଜାଇ, ହାଇ ପିସ୍‌ କାଉନ୍‌ସିଲ ଅଧ୍ୟକ୍ଷ ମହମ୍ମଦ କରିମ ଖଲିଲି, ସେକେଣ୍ଡ ଡେପୁଟି ଚିଫ୍‌ ଏକ୍‌ଜ୍ୟୁକେଟିଭ୍‌ ମହମ୍ମଦ ମହକିକ୍‌ଙ୍କ ସମେତ ଅନ୍ୟ କେତେଜଣ ରାଜନେତା ଏଥିରେ ସାମିଲ ଥିଲେ। ପୂର୍ବାହ୍ନ ୧୧ଟା ୨୦ରେ ଖଲିଲି ଭାଷଣ ଦେଉଥିବାବେଳେ ସଭାସ୍ଥଳ ନିକଟ ଏକ ନିର୍ମାଣାଧୀନ କୋଠାରୁ ଜଣେ ବନ୍ଧୁକଧାରୀ ହଠାତ୍‌ ଗୁଳି ଚଳାଇଥିଲେ। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅବ୍‌ଦୁଲ୍ଲା, କାରଜାଇ ଓ ଖଲିଲି ସୁରକ୍ଷିତ ଭାବେ ଘରକୁ ଫେରିବାରେ ସକ୍ଷମ ହୋଇଥିଲେ। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ବିବୃତିରେ କହି ସଙ୍ଗଠନର କୌଣସି ଫାଇଟର ସମ୍ପୃକ୍ତ ନ ଥିବା କହିଛନ୍ତି। ରାଷ୍ଟ୍ରପତି ଅଶ୍ରଫ ଗନି ଏହି ଗୁଳିକାଣ୍ଡକୁ ‘ମାନବିକତା ବିରୋଧରେ ଅପରାଧ’ ଏବଂ ଆଫଗାନିସ୍ତାନର ଜାତୀୟ ଏକତା ଉପରେ ଆକ୍ରମଣ ବୋଲି ନିନ୍ଦା କରିଛନ୍ତି। ପ୍ରକାଶ ଯେ, ଗତବର୍ଷ ମଜାରିଙ୍କ ଶ୍ରାଦ୍ଧ ଦିବସ ପାଳନ ବେଳେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ହୋଇଥିବା ଆକ୍ରମଣରେ ୧୧ ଜଣ ନିହତ ହୋଇଥିଲେ। ଗତ ଫେବୃୟାରୀ ୨୯ରେ ଆମେରିକା ଓ ତାଲିବାନ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ରାଜିନାମା ଅନୁଯାୟୀ ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ପାଇଁ ଆମେରିକା ରାଜି ହୋଇଛି। ଏହାକୁ ନେଇ କାବୁଲରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ରାଜନେତାମାନେ ଉପସ୍ଥିତ ଥିବା ଶ୍ରଦ୍ଧାଞ୍ଜଳି ସଭାକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri