ଶ୍ମଶାନ ଜମିରୁ ଜବରଦଖଲ ଉଚ୍ଛେଦ: ଖୋଲା ଆକାଶ ତଳେ ୭୦ ପରିବାର

ଜଳେଶ୍ୱର, ୧୨।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ନିମପୁର ଗାଁରେ ଦୀର୍ଘଦିନ ହେଲା ଆଦିବାସୀମାନେ ଶ୍ମଶାନ ଜମିରେ ଜବରଦଖଲ କରି ରହିଆସୁଥିଲେ। ମଙ୍ଗଳବାର ପୂର୍ବାହ୍ନରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଫଳରେ ୭୦ ପରିବାର ଏବେ ଖୋଲା ଆକାଶତଳେ ଶୀତ କାକରରେ ରହିବାକୁ ବାଧ୍ୟ ହୋଇଛନ୍ତି।
ଆଜକୁ ୪ ବର୍ଷ ହେଲା ଏହି ଶ୍ମଶାନ ଜମିରୁ ଆଦିବାସୀମାନଙ୍କୁ ହଟାଇବା ପାଇଁ ନିମପୁର ଗ୍ରାମବାସୀ (ମୂଳ ବାସିନ୍ଦା) ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଏପରିକି ଜବରଦଖଲକାରୀ ଓ ଗ୍ରାମବାସୀଙ୍କ ଗଣ୍ଡଗୋଳ ହେବା ପରେ ଜବରଦଖଲକାରୀଙ୍କ ମଧ୍ୟରୁ କେତେକ ଉକ୍ତ ସ୍ଥାନ ଛାଡ଼ି ପଳାଇଯାଇଥିଲେ। ମାତ୍ର ଆଜକୁ ବର୍ଷେ ହେବ ଅନ୍ୟ କେତେକ ଆଦିବାସୀ ସେଠାରେ ପହଞ୍ଚତ୍ ସ୍ଥାୟୀ ଘରଦ୍ୱାର କରି ରହିବାର ଚେଷ୍ଟା କରିଥିଲେ। ୭୦ଟି ପରିବାର ସେଠାରେ ଗୃହ ନିର୍ମାଣ କରି ରହିଥଲେ। ଅଭିଯୋଗ ପରେ ଜଳେଶ୍ୱର ତହସିଲଦାରଙ୍କ ପକ୍ଷରୁ ଉପଜିଲାପାଳଙ୍କ ଚିଠି ନଂ. ୬୨୭ ୬ା୨ା୨୦ରେ ଏହି ସ୍ଥାନ ଛାଡ଼ି ଯିବାକୁ କୁହାଯାଇଥିଲା। ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ, ଆର୍‌ଆଇ ଦିଲ୍ଲିପ କୁମାର ଚନ୍ଦ, ମାନସ କୁମାର ବେହେରା, ସୁଶାନ୍ତ ମଙ୍ଗଳ, ସୁପରଭାଇଜର ରବିନାରାୟଣ ତରାଇ, ଦୁଇ ପ୍ଲାଟୁନ୍‌ ଫୋର୍ସ ସହ ଘଟଣାସ୍ଥଳରେ ଜବରଦଖଲ କରି ରହିଥିବା ଲୋକଙ୍କ ଘରଗୁଡ଼ିକ ଭାଙ୍ଗି ଦେଇଥିଲେ। ପୋଲିସ୍‌ ଫୋର୍ସ ସହ ତହସିଲଦାର ଗଲାବେଳେ ସେଠାକାର ମହିଳାମାନେ ରାସ୍ତା ଅବରୋଧ କରିବା ସହ ଗାଡ଼ି ଆଗରେ ଶୋଇଥିଲେ। ସେମାନଙ୍କୁ ହଟାଇବା ଲାଗି ମହିଳା ପୋଲିସ୍‌କୁ ମୁତୟନ କରାଯାଇଥିଲା। ଏବେ ସେଠାରେ ଉତ୍ତେଜନା ଲାଗି ରହିଛି। ଗାଁର ପ୍ରଭାବଶାଳୀ ବ୍ୟକ୍ତିମାନେ ସରକାରୀ ସ୍ଥାନକୁ ଜବରଦଖଲ କରିଥିବାରୁ ସେମାନଙ୍କୁ ଉଚ୍ଛେଦ କରିବାକୁ ଦାବି ହୋଇଛି। ଶୀତ ଦିନ ହୋଇଥିବାରୁ ସେମାନଙ୍କୁ ପଲିଥିନ ଯୋଗାଇ ଦେବାକୁ ସେମାନଙ୍କର ନେତା କେଦାର ସିଂ ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ଯୋଗ୍ୟ ବିବେଚିତ ଲୋକଙ୍କୁ ଜଳେଶ୍ୱର ତହସିଲ ଅନ୍ତର୍ଗତ ଖୁଆଡ଼ଠାରେ ଘରଡ଼ିହ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକୁ କରେଣ୍ଟ ଦେଇ ମାରିଦେଲେ

ଲଙ୍ଗଳେଶ୍ବର,୨୫ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଡଗରା ଗ୍ରାମର ବିଶ୍ୱଜିତ ନାଗ (୩୨) ଶନିବାର ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପୁଅକୁ...

ଆମ୍ବୁଲାନ୍ସରେ ଘଣ୍ଟାଘଣ୍ଟା ଧରି ଅଟକି ରହିଲେ ମା’ଓ ଯାଆଁଳା ଶିଶୁ

ମାଲକାନଗିରି,୩୦ା୪: ନର୍ସଙ୍କ ଅବହେଳା ଯୋଗୁ ରାତି ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ମଧ୍ୟରେ ଫସି ରହିଥିଲେ ଦୁଇ ନବଜାତ ଶିଶୁ। ପରିବାର ଲୋକେ ଯେତେ...

ପ୍ରାଥମିକ ଶିକ୍ଷକ ସଂଘ ଦି’ ଫାଳ: ଗୋଟିଏ ଗୋଷ୍ଠୀ ଆନ୍ଦୋଳନରେ, ଅନ୍ୟ ଗୋଷ୍ଠୀ ପଢାଉଛନ୍ତି ପାଠ

ପୁରୁଷୋତ୍ତମପୁର,୧୪।୯(ସୀମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘ ଦୁଇ ଫାଳ ହୋଇପଡ଼ିଛି। ଯାହାକି ଶିକ୍ଷକଙ୍କ ଗୋଷ୍ଠୀକନ୍ଦଳ ପଦାରେ ପଡ଼ି ଅଞ୍ଚଳରେ ଚର୍ଚ୍ଚାର...

ଦିବ୍ୟାଙ୍ଗ, ବୟସ୍କ ଭୋଟରଙ୍କ ପାଇଁ ଡାକଭୋଟ ବ୍ୟବସ୍ଥା

ଭଦ୍ରକ ଅଫିସ,୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର...

କଟକ ଶଙ୍କରପୁର କଣ୍ଟେନମେଣ୍ଟ ଜୋନ୍‌

କଟକ ଅଫିସ,୨୨।୭: କଟକ ମହାନଗର ନିଗମ(ସିଏମ୍‌ସି)ର ୩୭ ନମ୍ବର ୱାର୍ଡ ପରିଡାସାହି, ଶଙ୍କରପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଠାରୁ କେତେକ କରୋନା ପଜିଟିଭ ଚିହ୍ନଟ...

ସରିଲା ପ୍ରଚାର: ୩ରେ ଉପନିର୍ବାଚନ

ଭଦ୍ରକ ଅଫିସ,୧।୧୧: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ଯୋରଦାର ପ୍ରଚାର ହୋଇଥିଲା। ୩ ପ୍ରମୁଖ ଦଳ ପାଇଁ ମଇଦାନକୁ ହେଭିଓ୍ବେଟ...

ଟାଟା ସ୍ପଞ୍ଜ କାରଖାନା କର୍ତ୍ତୃପକ୍ଷ ଦୁଃଖ ଶୁଣିଲେନି: ଧାରଣାସ୍ଥଳରେ ସ୍ବାମୀଙ୍କୁ ଶ୍ରାଦ୍ଧ ଦେଲେ ମହିଳା

ଯୋଡ଼ା, ୮।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନା ଫାଟକ ସମ୍ମୁଖରେ ଗତ ୮୩ ଦିନ ଧରି ଧାରଣାରେ ବସିଛନ୍ତି ବିଳାସୀ କାରୁଆ। ପୁଅ...

ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ପ୍ରତିବାଦରେ ରାସ୍ତା ଅବରୋଧ

କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମାମାଡ଼ ପ୍ରତିବାଦରେ କେନ୍ଦୁଝରରେ ଭାଜପା ପକ୍ଷରୁ ରାସ୍ତାରୋକୋ ଆରମ୍ଭ ହୋଇଛି। ଟାୟାର୍‌ ଜଳାଇ ଗାନ୍ଧୀ ଛକଠାରେ...

Advertisement
Archives

Model This Week