ଶ୍ମଶାନରୁ ନବବଧୂଙ୍କ ଅଧାପୋଡା ମୃତଦେହ ଜବତ

ସୋରଡା,୧୯ା୫(ଡି.ଏନ୍‌.ଏ.)- ସୋରଡା ବ୍ଲକ ରାଇବନ୍ଧ ମଶାଣିରୁ ବଡଗଡ ପୋଲିସ ଜଣେ ନବବଧୂଙ୍କ ଅଧାପୋଡା ମୃତଦେହ ମଙ୍ଗଳବାର ଜବତ କରିଛି। ସେ ହେଲେ କୁଲାଙ୍ଗି ଗ୍ରାମର କୃଷ୍ଣ ସ୍ବାଇଁଙ୍କ ଝିଅ ଟିକିନା (୨୦)। ରାଇବନ୍ଧ ଗ୍ରାମର କବିରାଜ ସ୍ବାଇଁଙ୍କୁ ୨ ମାର୍ଚ୍ଚରେ ଟିକିନା ବିବାହ କରିଥିଲେ। ମଙ୍ଗଳବାର ଝିଅଦେହ ଖରାପ ଥିବା ଶାଶୁଘର ଲୋକେ ଫୋନ୍‌ କରି କୃଷ୍ଣଙ୍କୁ ଜଣାଇଥିଲେ। ସେ ପହଞ୍ଚତ୍ବାବେଳକୁ ଝିଅର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ବଡଗଡ ଥାନା ଅଧିକାରୀ ପ୍ରତାପ କୁମାର ତ୍ରିପାଠୀ ସଦଳବଳ ଶ୍ମଶାନରେ ପହଞ୍ଚତ୍ ଅଧାପୋଡା ମୃତଦେହ ଜବତ କରିଥିଲେ। ମନା କରିବା ସତ୍ତ୍ୱେ ଶାଶୁଘର ଲୋକେ ନେଇ ମୃତଦେହ ପୋଡି ଦେଉଥିଲେ, ଯୌତୁକ ଦାବିରେ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି ବୋଲି କୃଷ୍ଣ ପୋଲିସ ଆଗରେ କହିଛନ୍ତି। ଦରପୋଡା ମୃତଦେହ ବ୍ରହ୍ମପୁର ଏଫ୍‌ଏମ୍‌ଟିକୁ ପଠାଯିବ, ସ୍ବାମୀ, ଶଶୁର ଓ ଦିଅରଙ୍କୁ ଅଟକ ରଖାଯାଇଛି ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣ ପାଲଟିଛି ତନ୍ମୟୀଙ୍କ ଇକୋ ଫ୍ରେଣ୍ଡଲି ରାଖୀ

ବାଲେଶ୍ୱର ଅଫିସ,୧୯।୭ ଆଗକୁ ଆସୁଛି ରାଖୀ ପୂର୍ଣ୍ଣିମା। ଇକୋ ଫ୍ରେଣ୍ଡଲି ରାଖୀ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟ...

ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କଲା ସେସୁ

ଖୋର୍ଦ୍ଧା ଅଫିସ,୧୬।୧: ପ୍ରଥମେ ଖୋର୍ଦ୍ଧାରୁ ବିଦ୍ୟୁତ୍‌ କାଟ୍‌ ଆରମ୍ଭ କରିଛି ସେସୁ। ବକେୟା ଥିବା ବିଦ୍ୟୁତ୍‌ ଗ୍ରାହକମାନଙ୍କ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଖୋର୍ଦ୍ଧା...

କାଠଯୋଡ଼ିରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ନରାଜ,୨୮।୧୦(ଡି.ଏନ୍‌.ଏ.): ବାରଙ୍ଗ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀରେ ବୁଡ଼ି ଜଣେ ଯୁବକ ବୁଧବାର ନିଖୋଜ ହୋଇଥିଲେ। ସେ ହେଲେ ଝାଡଖଣ୍ଡ ବର୍ଜମଡ଼ ଗ୍ରାମର ରୋହିତ ସାହାଣୀ...

ସ୍କୁଟି ଉପରେ ଚଢ଼ିଗଲା ଟ୍ରକ୍‌, ବର୍ତ୍ତିଲେ ଆରୋହୀ

ବରଗଡ଼ ଅଫିସ୍‌,୨୬।୫: ବରଗଡ଼-ସୋହେଲା ରାସ୍ତାର ପଥର୍ଲା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ସ୍କୁଟି(ଓଡ଼ି୧୭ଜି ୭୬୨୧)ରେ ଜଣେ ଯୁବକ ସେଠାରେ ରାସ୍ତା...

ଓଭରହେଡ୍‌ ଟାଙ୍କି କାର୍ଯ୍ୟ ନିମ୍ନମାନର ଅଭିଯୋଗ

ତାଳଚେର, ୨୧ା୮(ନି.ପ୍ର.)-ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ପଞ୍ଚାୟତ ଚାଇଁପାଳ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପ ଓଭରହେଡ ଟାଙ୍କି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ...

ଚୋରାକାଠ ବୋଝେଇ ଗାଡ଼ି ଜବତ

କେନ୍ଦୁଝର,୧୨ା୬(ସ୍ବ.ପ୍ର.): ବନ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସୋମବାର ଭୋର୍‌ରୁ ଚଢ଼ାଉ କରି କେନ୍ଦୁଝର ଡିଭିଜନ ସଦର ରେଞ୍ଜ ଡୁମୁରିଆ ଗ୍ରାମ ନିକଟରୁ କରତ ଚିରା ଶାଳକାଠ...

ରାଉରକେଲାକୁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ସୁନ୍ଦରଗଡ଼,୧୦ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସୁନ୍ଦରଗଡ଼ ଜିଲାରେ ପୁଣି ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଜିଲା...

ବାସି ପଖାଳ ଖାଇ୧୫ ଛାତ୍ର ଅସୁସ୍ଥ

ଉଦଳା,୧୩।୯(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୁଣ୍ଡାବାଇ ହାଇସ୍କୁଲସ୍ଥିତ ହଷ୍ଟେଲରେ ବାସି ପଖାଳ ଖାଇ ୧୫ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା...

Advertisement
Archives

Model This Week