Posted inଜାତୀୟ

ଶୋପିଆନରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୭।୪: ଗୋଟିଏ ପଟେ ସାରା ବିଶ୍ୱ କରୋନା ଭାଇରସ୍‌ ସଂକ୍ରମଣ ସଙ୍କଟରେ ଗତି କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀ ନିଜ ମନ୍ଦ ବୁଦ୍ଧିରୁ ବାଦ୍‌ ପଡ଼ୁନାହାନ୍ତି। ଶୁକ୍ରବାର ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଶୋପିଆନ ଜିଲା ଦାଇରୁ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସେନାଙ୍କୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌ କରିଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଭୟଭୀତ ହୋଇ ପ୍ରଥମେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହା ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ଟଳିପଡ଼ିଥିଲେ। ଅପରପକ୍ଷେ ଅନ୍ୟ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ଜମ୍ମୁ-କଶ୍ମୀର ପୋଲିସ, ସେନା ଓ ସିଆରପିଏଫ୍‌ ଯବାନ ମିଳିତଭାବେ ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି। ଏବେ ବି ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର: ଖଲିସ୍ତାନ ଆତଙ୍କବାଦୀ ସଂଗଠନକୁ ନେଇ କେକେଆର୍‌ଏଫ୍‌ ଗଠନ କଲା ଆଇଏସ୍‌ଆଇ

ଶ୍ରୀନଗର,୨୩।୧୦: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏବେ ଆଇଏସ୍‌ଆଇ କଶ୍ମୀର-ଖଲିସ୍ତାନୀ ଆତଙ୍କବାଦୀ ସଂଗଠନର...

‘ଜୟ ଶ୍ରୀରାମ’ ନ କହିବାରୁ ମଦ୍ରାସା ଶିକ୍ଷକଙ୍କୁ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗିଦେଲେ

କୋଲକାତା,୨୬ା୬ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗର ଜଣେ ମଦ୍ରାସା ଶିକ୍ଷକ ‘ଜୟ ଶ୍ରୀରାମ’ ନ କହିବାରୁ ତାଙ୍କୁ ମାଡ଼ ମରାଯିବା ସହ ଚଳନ୍ତା ଟ୍ରେନ୍‌ରୁ ଫିଙ୍ଗି ଦିଆଯାଇଛି। ୨୨...

ଲକ୍‌ ଡାଉନ୍‌: ୧୦୦ କିଲୋମିଟର ଚାଲିବା ପରେ ବି ଘରେ ପହଞ୍ଚି ପାରିଲେନି ବାଳିକା; ବାଟରେ ଘଟିଲା ମୃତ୍ୟୁ

ବିଜାପୁର,୨୧।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତରେ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଜାରି ରହିଛି।...

ମୁଖ୍ୟମନ୍ତ୍ରୀଙ୍କ ପିଏ କହି ବିଧାୟକ ଓ ଏମ୍‌ପିଙ୍କୁ ଠକୁଥିଲେ ବିଟେକ୍‌ ଛାତ୍ର

ହାଇଦ୍ରାବାଦ,୨୦।୬: ଆନ୍ଧ୍ର ପ୍ରଦେଶରେ ବିଧାୟକଙ୍କ ସହ ଠକେଇର ଏକ ମାମଲା ସାମ୍ନାକୁ ଆସିଛି। ଉକ୍ତ ସହରର ୪ଜଣ ଛାତ୍ର ବିଟେକ ପାଠପଢ଼ା ଛାଡ଼ି ନିଜର ଏକ...

ଚାକିରି ଦେବାକୁ କହି ଘରକୁ ଡାକି କରୁଥିଲେ ଦୁଷ୍କର୍ମ…

ରାଞ୍ଚି,୨୮।୩: ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲା ପ୍ରୋଗ୍ରାମ୍‌ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଚାକିରି...

୩ ବର୍ଷର କାର୍ଯ୍ୟକାଳ: ନଡ୍ଡାଙ୍କ ଆଗରେ ଦକ୍ଷିଣ ଏବଂ ପୂର୍ବୋତ୍ତର ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେ.ପି. ନଡ୍ଡା ସୋମବାର କାର୍ଯ୍ୟ ଭାର ସମ୍ଭାଳିଛନ୍ତି। ସେ ଏହି ପଦରେ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ରହିବେ। ନଡ୍ଡାଙ୍କ...

କୁହୁଡ଼ି ନେଲା ୬ ଜୀବନ

କନୌଜ,୧୩।୨: ଉତ୍ତରପ୍ରଦେଶ କନୌଜ ଜିଲାରେ କୁହୁଡ଼ି ଯୋଗୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ତାଲଗ୍ରାମ୍‌ ଅଞ୍ଚଳର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ବେରେ...

ଦିଲ୍ଲୀରେ ବିଏସ୍‌ଏଫ୍‌ ଯବାନଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍‌ଡାଉନ ଜାରି ରହିଥିଲେ ମଧ୍ୟ...

Advertisement
Archives

Model This Week