Posted inଖେଳ

ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍‌ ପରାଜୟ:କୋହଲି

ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍‌ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି, ଦଳର ପରାଜୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ବେଶୀ ମର୍ମାହତ ହୋଇପଡିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଶୋଇକି ଉଠିଲା ପରେ ବିଶ୍ୱକପ ପରାଜୟ ବେଶୀ ଯନ୍ତ୍ରଣା ଦେଉଛି। ସବୁ ସ୍ତରରେ ଦଳ ଉଚ୍ଚକୋଟୀର ଖେଳ ପ୍ରଦଶର୍ଶନ କରିଥିଲେ ସୁଦ୍ଧା ଗୋଟିଏ ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ ସବୁ ସ୍ବପ୍ନକୁ ଧୂଳିସାତ୍‌ କରିଦେଇଛି ବୋଲି କୋହଲି କହିଛନ୍ତି। ଏଭଳି ପରାଜୟକୁ ସହଜରେ ହଜମ କରିବା କଷ୍ଟକର ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଆଇସିସି ବିଶ୍ୱକପ ସେମିଫାଇନାଲରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡଠାରୁ ୧୮ ରନ୍‌ରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୮୩/୩

ସିଡନୀ,୩।୧(ଏଏଫ୍‌ପି): ଇନ୍‌ଫର୍ମ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଅପରାଜିତ ଶତକ ଓ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ...

ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ ଅପରିବର୍ତ୍ତିତ

ଦୁବାଇ, ୧୩।୭: ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ୍‌ ସହ ଦୀର୍ଘ ୪ ମାସର ବ୍ୟବଧାନ ପରେ ପଡ଼ିଆକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ୍‌। ମହାମାରୀ କରୋନା...

୧୦ ଦୁର୍ଭାଗ୍ୟଶାଳୀ କ୍ରିକେଟର, ଖେଳୁଥିବାବେଳେ ପଡିଆରେ ଟଳିପଡି ଦୁନିଆକୁ କହିଛନ୍ତି ଅଲବିଦା

କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ପଡ଼ିଆରେ ଖେଳା ଯାଉଥିବା ଏହି ଖେଳ କେତେବେଳେ କାହା ଆଡକୁ ଢଳିବ ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟକର। ବିଜୟ...

ଓ୍ବାଲର୍‌ଡ ଲିଗ୍ସ ଫୋରମରେ ଆଇଏସଏଲ ସାମିଲ

ନୂଆଦିଲ୍ଲୀ, ୨୩।୭(ପି.ଟି.)-  ସମ୍ମାନଜନକ ଓ୍ବାଲର୍‌ଡ ଲିଗ୍ସ ଫୋରମ(ଡବ୍ଲ୍ୟୁଏଲଏଫ)ରେ ସାମିଲ ହୋଇଛି ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)। ପ୍ରିମିୟର ଲିଗ୍‌, ଲା ଲିଗା ଓ ବୁନ୍ଦେସଲିଗାପରି ପ୍ରଫେଶନାଲ ଫୁଟବଲ...

୫୫ ବର୍ଷ ପରେ ପାକିସ୍ତାନ ଗସ୍ତ: ଅଗଷ୍ଟ ୫ରେ ଭାରତୀୟ ଡେଭିସ୍‌ କପ୍‌ ଦଳ ଘୋଷଣା

କୋଲକାତା, ୨୯।୭(ପି.ଟି.)- ସେପ୍ଟେମ୍ବର ୧୪ ଓ ୧୫ରେ ପାକିସ୍ତାନର ଇସ୍‌ଲାମାବାଦ୍‌ଠାରେ ଏସିଆ/ଓସେନିଆ ଡେଭିସ୍‌ କପ୍‌ ମ୍ୟାଚ୍‌ (ଗ୍ରୁପ୍‌-୧) ଅନୁଷ୍ଠିତ ହେବ। ଏଥିଲାଗି ଗୋଟିଏ ମାସ ପୂର୍ବରୁ...

ଲଦାଖରେ ସ୍ବାଧୀନତା ଦିବସ ପାଳିଲେ ଧୋନୀ

ଲେ,୧୫।୮- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଦେଶର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା...

ପିତାଙ୍କ ଗୋଟିଏ ଉପଦେଶ ବଦଳାଇ ଦେଇଥିଲା ସଚିନଙ୍କ ଜୀବନ

ଜୁନ ୨୧ ଅର୍ଥାତ୍‌ ଆଜି ପିତୃ ଦିବସ ପାଳନ କରାଯାଉଛି। ଏହି ଅବସରରେ ସାଇନା ନେହୱାଲଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ଖେଳାଳିମାନେ ନିଜ...

ରାଜ୍ୟ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୨୯।୮ (ସ୍ପୋଟର୍‌ସ ବ୍ୟୁରୋ)-ଓଡ଼ିଶା ଷ୍ଟେଟ୍‌ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ଓଏସ୍‌ବିଏ) ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌...


Coronavirus Update

Archives

Model This Week

Why Dharitri