Posted inଖେଳ

ଶେଷ ମ୍ୟାଚ୍‌ ଖେଳିଲେ ୮୫ ବର୍ଷୀୟ କ୍ରିକେଟର୍‌

ଲଣ୍ଡନ, ୯।୯- ଦୀର୍ଘ ୬୦ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ୮୫ ବର୍ଷୀୟ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲର ସେସିଲ ରାଇଟ୍‌। ଡାହାଣହାତୀ ଦ୍ରୁତ ବୋଲର ସେସିଲ ଶନିବାର ନିଜର ଅନ୍ତିମ ଅଫିସିଆଲ ମ୍ୟାଚ୍‌ ଖେଳିଛନ୍ତି। ଏଠାରେ ଅନୁଷ୍ଠିତ ପେନ୍ନିନେ ଲିଗ୍‌ର ସ୍ପ୍ରିଙ୍ଗ୍‌ହେଡ୍‌ ଟିମ୍‌ ବିପକ୍ଷ ମ୍ୟାଚ୍‌ରେ ଉପରମେଲ୍‌ କ୍ରିକେଟ୍‌ କ୍ଲବ ପକ୍ଷରୁ ଖେଳିଥିଲେ ସେସିଲ। ଏହି ମ୍ୟାଚ୍‌ରେ ସେସିଲ ଯେତେବେଳେ ଫିଲ୍ଡିଂ ପାଇଁ ପଡ଼ିଆକୁ ପ୍ରବେଶ କରିଥିଲେ ତାଙ୍କୁ ଉଭୟ ଦଳର ଖେଳାଳି ଗାର୍ଡ ଅଫ୍‌ ଅନର ପ୍ରଦାନ କରିଥିଲେ। ସେହିଭଳି ମ୍ୟାଚ୍‌ ପରେ ସାଥୀ ଖେଳାଳିମାନେ ତାଙ୍କ ସହ କରମର୍ଦ୍ଦନ କରିଥିବାର ଦେଖିବାକୁ ମିଳିଥିଲା। ୬୦ ବର୍ଷର ଲମ୍ବା କ୍ରିକେଟ୍‌ କ୍ୟାରିୟରରେ ସେସିଲ ୭ ହଜାରରୁ ଊର୍ଦ୍ଧ୍ୱ ଉଇକେଟ୍‌ ଅକ୍ତିଆର କରିଛନ୍ତି। ୧୯୫୮ରେ ଜାମାଇକା ପକ୍ଷରୁ ପ୍ରତିନିଧିତ୍ୱ କରି ବାର୍ବାଡୋସ ବିପକ୍ଷରେ ସେ ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଏହି ମ୍ୟାଚ୍‌ରେ ସେ ଗ୍ୟାରୀଫିଲ୍ଡ ସୋବର୍ସ, ଓ୍ବେସ ହଲ୍‌, କୋଲି ସ୍ମିଥ୍‌ ଓ ସିମୋର୍‌ ନର୍ସଙ୍କ ପରି ଖେଳାଳିଙ୍କୁ ସାମ୍ନା କରିଥିଲେ। ଏହା ପରବର୍ଷ ସେ ଇଂଲଣ୍ଡ ଚାଲିଆସି ସେଣ୍ଟ୍ରାଲ ଲଙ୍କାଶାୟର ଲିଗ୍‌ରେ କ୍ରମ୍ପଟନ ଦଳ ପକ୍ଷରୁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କୁ ପଛରେ ପକାଇଲେ ଶେଫାଳି

ସେଣ୍ଟ ଲୁସିଆ,୧୦।୧୧(ପି.ଟି.)- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ଥିବା ୩୦ ବର୍ଷର ପୂରୁଣା ରେକର୍ଡ ଭାଙ୍ଗିଛନ୍ତି ୧୫ ବର୍ଷୀୟା ଶେଫାଳି ବର୍ମା। ସେ ଦେଶର...

ଶାହରୁଖ ଖାନ୍‌ଙ୍କ ନାଇଟ୍‌ ରାଇଡର୍ସ ଦଳ ଅପରାଜେୟ

ତ୍ରିନିଦାଦ୍‌, ୬।୯: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ୨୩ ରନରେ ସେଣ୍ଟ ଲୁସିଆ ଜୌକସ୍‌ ଦଳକୁ ପରାସ୍ତ କରିଛି।...

ଓଡ଼ିଶା କ୍ରୀଡ଼ାରେ କରୋନା ପ୍ରଭାବ

ଭୁବନେଶ୍ୱର, ୧୬।୩(କ୍ରୀଡ଼ା ପ୍ରତିନିଧି)- ମାରାତ୍ମକ କରୋନା ଭାଇରସ୍‌ ପ୍ରଭାବରେ ବିଶ୍ୱର ଅନେକ କ୍ରୀଡ଼ା ପ୍ରଭାବିତ ହୋଇଛି। ଅନେକ ଗେମ୍‌କୁ ବାତିଲ କରାଯାଇଥିବାବେଳେ କେତେକ ସାମୟିକ ସମୟ...

ନିଜ ମାଟିରେ ପଦାର୍ପଣ ଦିନିକିଆରେ ହାରିଲା ନେପାଳ

କାଠମାଣ୍ଡୁ, ୬।୨- ନେପାଳ କ୍ରିକେଟ୍‌ ଦଳ ଏହାର ଘରୋଇ ମାଟିରେ ପ୍ରଥମଥର ଏକ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ଖେଳିଛି। ଓମାନ ବିପକ୍ଷ ଏହି ମ୍ୟାଚ୍‌ ସହ...

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି : ମହିଳା ବିଭାଗ ମ୍ୟାଚ ଡ୍ର

ଟୋକିଓ, ୨୧।୮(ପି.ଟି.)-ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକିର ଭାରତ-ଚାଇନା ମହିଳା ବିଭାଗ ମ୍ୟାଚ ଡ୍ର ରହିଛି। ଗୋଲକିପର ସବିତାଙ୍କ ଆକର୍ଷଣୀୟ ପ୍ରଦର୍ଶନ ଯୋଗୁ ଭାରତ...

ପାକିସ୍ତାନରେ ଆରମ୍ଭ ହେବ ପିଏସ୍‌ଏଲ-୫

କରାଚୀ,୧୯।୨(ଏଏଫ୍‌ପି)- ଦେଶର କ୍ରିକେଟ ପ୍ରେମୀମାନେ ପ୍ରଥମ ଥର ପାଇଁ ପାକିସ୍ତାନରେ ପିଏସ୍‌ଏଲ (ପାକିସ୍ତାନ ସୁପର ଲିଗ୍‌) ଉପଭୋଗ କରିବାକୁ ଯାଉଛନ୍ତି। ଦୀର୍ଘ ଏକ ମାସ ଧରି...

ଶାମିଙ୍କ ନାମରେ ଗିରଫ ପରଓ୍ବାନ

କୋଲକାତା, ୩।୯- ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ସୋମବାର ଗିରଫ ପରଓ୍ବାନା ଜାରି ହୋଇଛି। ସ୍ତ୍ରୀ...

୪୮ ବର୍ଷରେ ଗାଙ୍ଗୁଲି

ନୂଆଦିଲ୍ଲୀ,୮।୭(ପି.ଟି.): ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବୁଧବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମ ଦିନରେ...

Coronavirus Update


Archives

Model This Week

Why Dharitri