ଶେଷରେ ବରେଲିରେ ହଜିଥିବା ଝୁମକା ମିଳିଲା!

ବରେଲି,୯।୨: ଉତ୍ତର ପ୍ରଦେଶର ବରେଲି ସହର ବେଶ୍‌ ଜଣାଶୁଣା। ୧୯୬୬ରେ ବଲିଉଡ୍‌ ଫିଲ୍ମ ‘ମେରା ଶାୟା’ ରେ ଥିବା ଗୀତ ‘ଝୁମ୍‌କା ଗିରାରେ ବରେଲି କି ବାଜାର ମେ’ ଆଜିବି ଅଭୁଲା ହୋଇ ରହିଛି। ଏବେବି ଏହାକୁ ଶୁଣିଲେ ଲୋକେ ପଚାରନ୍ତି ବରେଲିରେ ହଜିଥିବା ଝୁମକା ମିଳିଲା ନା ନାହିଁ। ଶେଷରେ ଦୀର୍ଘ ୫୪ ବର୍ଷ ପରେ ବରେଲିରେ ହଜିଥିବା ଝୁମକା ମିଳିଯାଇଛି। ରାଜ ଖୋସଲାଙ୍କ ନିର୍ଦ୍ଦେଶିତ ମୁଭିରେ ଥିବା ଏକ ଗୀତରେ ସାଧନାଙ୍କ ଝୁମକା ବରେଲିରେ ହଜିଯାଇଥିଲା ବୋଲି ଚିତ୍ରଣ କରାଯାଇଛି। ଆଉ ଏବେ ବରେଲିରେ ଏକ ପୋଲ ତିଆରି ହେବା ପରେ ଲୋକେ କହୁଛନ୍ତି ଶେଷରେ ବରେଲିରେ ହଜିଥିବା ଝୁମକା ମିଳିଯାଇଛି। କାରଣ ସେହି ପୋଲ ନିକଟରେ ଏକ ଝୁମକା ଆକୃତ୍ତି ନିର୍ମାଣ କରାଯାଇଛି। ଯାହା ଦେଖେଣାହାରୀଙ୍କ ମନ ମୋହୁଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ବରେଲି ଜିଲାର ଏନ୍‌ଏଚ୍‌ ୨୪ରେ ଥିବା ଜିରୋ ପଏଣ୍ଟ ଏବେ ଲୋକଙ୍କୁ ଆକର୍ଷିତ କରୁଛି। କାହିଁକିନା ସେଠାରେ ନିର୍ମାଣ କରାଯାଇଥିବା ଝୁମକା ଦେଖେଣାହାରୀଙ୍କୁ ଆକର୍ଷିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୭।୯: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର କ୍ରିଷ୍ଣା ଘାଟି ସେକ୍ଟରେ ଶନିବାର ସକାଳେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରିତି ଉଲ୍ଲଂଘନ କରିଛି। ହେଲେ ଏହାର କଡା ଜବାବ...

କରୋନା ସଂକ୍ରମଣ: ସପ୍ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨।୬: ଭାରତ ବିଶ୍ୱର ସର୍ବାଧିକ କରୋନା ରୋଗୀଥିବା ଦେଶ ତାଲିକାର ସପ୍ତମ ସ୍ଥାନରେ ପହଞ୍ଚିଛି। ଫ୍ରାନ୍ସ, ଜର୍ମାନୀ ଭଳି ଦେଶକୁ ପଛକୁ ଠେଲି ଭାରତ ଉପରକୁ...

ଜାଣନ୍ତି କାହିଁକି ରବିବାରକୁ ଛୁଟିଦିନ ଭାବରେ କରାଯାଇଛି ଘୋଷଣା

ସପ୍ତାହର ଶେଷବାର ରବିବାର। ଏହି ଦିନଟିକୁ ଛୁଟିଦିନ ଭାବରେ ମନାଯାଇଥାଏ। ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସମସ୍ତ ସରକାରୀ/ବେସରକାରୀ କାର୍ଯ୍ୟାଳୟ ମଧ୍ୟ ଏହି ଦିନରେ ବନ୍ଦ ରହିଥାଏ।...

ବିଦ୍ରୋହୀଙ୍କୁ ମନାଇବାକୁ କସରତ

ବେଙ୍ଗାଲୁରୁ,୧୪ା୭(ପି.ଟି.): କର୍ନାଟକରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଦଳକୁ ଫେରାଇନେବା ଲାଗି କଂଗ୍ରେସ ପଛଦ୍ୱାର ବୁଝାମଣା ଚଳାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ...

ରାସ୍ତାରେ ୩ ଘଣ୍ଟା ବସି ରହିଲା ବାଘ

ରାମନଗର, ୬।୯: ଉତ୍ତରାଖଣ୍ଡର ରାମନଗର ରାସ୍ତାରେ ଗୋଟିଏ ବାଘ ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବସି ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ...

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ: ଜାଣନ୍ତୁ କେତେ ରହିଛି ପାସ୍‌ହାର

ନୂଆଦିଲ୍ଲୀ,୧୫।୭: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ୍‌(ସିବିଏସ୍‌ଇ) ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ପାସ୍‌ ହାର ୯୧.୪୬ ପ୍ରତିଶତ ହୋଇଛି। ସେଥିମଧ୍ୟରୁ ୯୩.୩୧...

ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କ ବ୍ରେନ୍‌ଓ୍ବାଶ୍‌ କରି ଜେହାଦୀ କରୁଛନ୍ତି ଆତଙ୍କବାଦୀ ସଂଗଠନ

ନୂଆଦିଲ୍ଲୀ,୨୯।୭: ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ମୁସଲମାନ୍‌ ଯୁବକଙ୍କୁ ଏବେ ଆତଙ୍କବାଦୀ ସଂଗଠନ ଟାର୍ଗେଟ୍‌ କରିଛନ୍ତି। ସେମାନଙ୍କର ବ୍ରେନ୍‌ଓ୍ବାଶ୍‌ କରାଯାଇ ଜେହାଦୀ କରାଯାଉଥିବା ଭାରତୀୟ...

କରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ଲକ୍ଷ ଲକ୍ଷ ରେସ୍ତୋରାଁ ବନ୍ଦ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନାର ପ୍ରଭାବକୁ ଦେଖି ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏନ୍‌ଆର୍‌ଏଆଇ)ଏକ ଆଡଭାଇଜରୀ ଜାରି କରିଛି। ଏହି ଆଡଭାଇଜରୀ ଅନୁଯାୟୀ, ଦେଶର ଲକ୍ଷ ଲକ୍ଷ...

Coronavirus Update

Archives

Model This Week

Why Dharitri