Posted inଖେଳ

ଶୃଙ୍ଖଳିତ ସୈନିକ ସୁନୀତା

ଭୁବନେଶ୍ୱର, ୩।୧(କ୍ରୀଡ଼ା ପ୍ରତିନିଧି)- ଆଘାତ ଜନିତ ସମସ୍ୟା ଯୋଗୁ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଭାରତୀୟ ମହିଳା ହକି ଦଳର ତାରକା ଡିଫେଣ୍ଡର ଓଡ଼ିଶାର ସୁନୀତା ଲାକ୍ରା। ବର୍ଷ ପ୍ରାରମ୍ଭରେ ତାଙ୍କର ଏହି ନିଷ୍ପତ୍ତି ହକି ଜଗତରେ ନିରାଶା ଖେଳାଇ ଦେଇଛି। ଆଣ୍ଠୁରେ ଦ୍ୱିତୀୟ ଅସ୍ତ୍ରୋଚପଚାରର ଆବଶ୍ୟକତା ଏବଂ ସେଥିରୁ ସୁସ୍ଥ ହେବାନେଇ ସମୟସୀମା ସମ୍ପର୍କରେ ସନ୍ଦିହାନ ଥିବାରୁ ସେ ଅବସର ନେବାକୁ ବାଧ୍ୟ ହେଲେ ବୋଲି ଭାବବିହ୍ବଳ କଣ୍ଠରେ ପ୍ରକାଶ କରିଛନ୍ତି ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟିକା। ତେବେ ସୁସ୍ଥ ହେବାପରେ ସେ ଘରୋଇ ହକି ଓ ନିଯୁକ୍ତିଦାତା ନାଲ୍‌କୋ ପକ୍ଷରୁ ଖେଳିବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି। କ୍ୟାରିୟରରେ ୧୫୬ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ହେଁ ଜୀବନରେ କେବେହେଲେ ରେଡ୍‌ କାର୍ଡ ପାଇ ନ ଥିଲେ ସୁନୀତା । ତେଣୁ ସେ ଭାରତୀୟ ମହିଳା ଦଳର କ୍ୟାପ୍‌ଟେନ୍‌ କୁଲ୍‌ ଏବଂ ଶୃଙ୍ଖଳିତ ସୈନିକଭାବେ ବିଶେଷ ପରିଚିତ ଥିଲେ।
ପ୍ରାରମ୍ଭିକ ଜୀବନ
୧୯୯୧ ଜୁନ ୧୧ରେ ରାଜଗାଙ୍ଗପୁର କୁକୁଡ଼ା ପଞ୍ଚାୟତର କେଶରାମାହାଲଠାରେ ସୁନୀତାଙ୍କ ଜନ୍ମ। ତାଙ୍କ ବାପା ଜଣେ କୃଷକ। ୬ ବର୍ଷର ହୋଇଥିବାବେଳେ ସୁନୀତାଙ୍କୁ ରାଉରକେଲାସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ(ସାଇ)କୁ ହକି ଶିଖିବା ପାଇଁ ପଠା ଯାଇଥିଲା। ସୁନୀତାଙ୍କ ସମ୍ପ୍ରଦାୟର ଅଧିକାଂଶ ବାଳିକା ବାଳକ କ୍ୟାରିୟର ଆରମ୍ଭରେ ପ୍ରାୟତଃ ଫୁଟବଲ ଖେଳିଥାନ୍ତି। ମାତ୍ର ସୁନୀତା ବାପାଙ୍କ ହୃଦ୍‌ବୋଧ ହୋଇଥିଲା ଯେ ଫୁଟବଲ ଏକ ବିପଜ୍ଜନକ ଖେଳ, ତେଣୁ ସେ ଝିଅକୁ ହକିରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୮ ଡିସେମ୍ବର ୨୯ରେ ସୁନୀତା ଓଡ଼ିଶା ପୋଲିସରେ କାର୍ଯ୍ୟରତ ଦୀପକ ଟପ୍ପୋଙ୍କୁ ବିବାହ କରିଥିଲେ।
କ୍ୟାରିୟର
ସୁନୀତା ୨୦୦୯ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେହି ଦିନଠାରୁ ସେ ଭାରତୀୟ ଦଳର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଥିଲେ। ଏସିଆନ ଗେମ୍ସ, ହକି ଓ୍ବାଲର୍‌ଡ ଲିଗ୍‌ ରାଉଣ୍ଡ-୨ ଆଦି ଅନେକ ପ୍ରତିଯୋଗିତାରେ ଭାରତୀୟ ଦଳର ସଦସ୍ୟା ରହିଥିବା ସୁନୀତା ୨୦୧୫ରେ ହକ୍ସ ବେ କପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କ୍ୟାରିୟରର ୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ୨୦୧୭ରେ ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ମ୍ୟାଚ ଖେଳି ସେ ଅନ୍ତର୍ଜାତୀୟ ମ୍ୟାଚରେ ଶତକ ପୂରଣ କରିଥିଲେ। ୫ ମ୍ୟାଚ ବିଶିଷ୍ଟ ସିରିଜର ଏହା ତୃତୀୟ ମ୍ୟାଚ ଥିଲା। ସ୍ଥିର ପ୍ରଦର୍ଶନ ଜାରି ରଖିଥିବାରୁ ୧୭ତମ ଏସିଆନ ଗେମ୍ସ ଓ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ୨୦୧୭ ଅଗଷ୍ଟରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜେତା ଭାରତୀୟ ଦଳର ସେ ସଦସ୍ୟା ଥିଲେ। ଭାରତ ଫାଇନାଲରେ ଚାଇନାକୁ ପରାସ୍ତ କରିଥିଲା। ସେହିବର୍ଷ ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ୟୁରୋପିଆନ ଟୁର୍‌ ପାଇଁ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୮ରେ କୋରିଆର ଡନ୍‌ଘେ ସିଟିରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳର ନେତୃତ୍ୱ ନେଇ ଓଡ଼ିଶାକୁ ଗର୍ବିତ କରିଥିଲେ ସୁନୀତା। ଏଥିରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏହା ବ୍ୟତୀତ ଲଣ୍ଡନରେ ୨୦୧୮ ଜୁଲାଇ ୨୧ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହକି ବିଶ୍ୱକପର ୧୪ତମ ସଂସ୍କରଣରେ ଖେଳିବାର ଗୌରବ ଲାଭ କରିଥିଲେ ଏହି ଓଡ଼ିଆ ମହିଳା ହକି ତାରକା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri