Posted inଜାତୀୟ

ଶୁଟରଙ୍କୁ ଜାମିଆ ଛାତ୍ର କହିଥିଲେ, ଆସ କଥା ହେବା

ନୂଆଦିଲ୍ଲୀ, ୧ା୨ : ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟି ନିକଟରେ ଗୁରୁବାର ଗୁଳିକାଣ୍ଡ ଘଟାଇଥିବା ନାବାଳକ ରାମଭକ୍ତ ଗୋପାଳଙ୍କୁ ଆକ୍ରମଣର ଶିକାର ହେବା ପୂର୍ବରୁ ଛାତ୍ର ଶାଦାବ ନଜାର କହିଥିଲେ, ରହିଯାଅ। ଆସ ବସି କଥା ହେବା। ହେଲେ ରାମଭକ୍ତ ତାଙ୍କ କଥା ନ ଶୁଣି ଗୁଳି ଚଳାଇଥିଲେ। ଶାଦାବଙ୍କ ହାତରେ ଗୁଳି ବାଜିଥିଲା। ରକ୍ତାକ୍ତ ଶାଦାବଙ୍କୁ ମିଧାତ୍‌ ନାମ୍ନୀ ଜଣେ ଛାତ୍ରୀ ଧରି ହୋଲି ଫାମିଲି ହସ୍ପିଟାଲକୁ ନେଇଥିଲେ।
ଗୁଳିକାଣ୍ଡ ବେଳର ଅନୁଭୂତି ସମ୍ପର୍କରେ ଶୁକ୍ରବାର ମିଧାତ୍‌ କହିଛନ୍ତି, ଆମେ ପୋଲିସ ବ୍ୟାରିକେଡ୍‌ ଆଡ଼କୁ ଯାଉଥିବାବେଳେ ଜଣେ କିଶୋର ହଠାତ୍‌ ସାମ୍ନାକୁ ଆସି ବନ୍ଧୁକ ବୁଲାଇଲେ। ଶାଦାବ ଆଗକୁ ଯାଇ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଶାଦାବ ବନ୍ଧୁକ ତଳକୁ କରିବାକୁ ତାଙ୍କୁ ଦୁଇଥର କହିଥିଲେ। ସେ ଯେତେବେଳେ ତୃତୀୟଥର ପାଇଁ ତାଙ୍କୁ ଅନୁରୋଧ କଲେ ନାବାଳକ ତାଙ୍କୁ ଗୁଳି କରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣିବା ପରେ ମୁଁ ଚକିତ ହୋଇ ଶାଦାବଙ୍କ ନିକଟକୁ ଦୌଡ଼ିଥିଲି। ତାଙ୍କ ହାତ ଧରି ହୋଲି ଫାମିଲି ହସ୍ପିଟାଲକୁ ନେଇଥିଲି। ବ୍ୟାରିକେଡ୍‌ ହଟାଇବା ପାଇଁ ପୋଲିସକୁ ବାରମ୍ବାର ଅନୁରୋଧ କରିଥିଲି। ହେଲେ ଶାଦାବ ତାଙ୍କ ଗୁଳିବିଦ୍ଧ ହାତ ନ ଦେଖାଇବା ଯାଏ ପୋଲିସ ବ୍ୟାରିକେଡ୍‌ ହଟାଇ ନ ଥିଲା। ଜଣେ ଫଟୋ ଜର୍ନାଲିଷ୍ଟ ହେବା ପାଇଁ ଲକ୍ଷ୍ୟ ରଖିଥିବା ଶାଦାବ ଦିଲ୍ଲୀରେ ସିଏଏ ବିରୋଧୀ ବିକ୍ଷୋଭ ନେଇ ଏକ ଡକ୍ୟୁମେଣ୍ଟାରି ନିର୍ମାଣ କରିବାକୁ ଚାହୁଁଥିଲେ। ଏଥିଲାଗି ସେଠାକୁ ବିବରଣୀ ସଂଗ୍ରହ ପାଇଁ ଯାଇଥିଲେ ବୋଲି ଛାତ୍ରୀ ଜଣକ କହିଛନ୍ତି। ଅନ୍ୟପକ୍ଷରେ ଏମ୍ସର ଟ୍ରମା କେୟାର ସେଣ୍ଟରରୁ ଶାଦାବଙ୍କୁ ଶୁକ୍ରବାର ଡିସ୍‌ଚାର୍ଜ କରାଯାଇଛି। ସେ ଶନିବାର ପରୀକ୍ଷା ଦେଇ ସାରିବା ପରେ ଜମ୍ମୁସ୍ଥିତ ତାଙ୍କ ଘରକୁ ଯିବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି। ଗୁଳିକାଣ୍ଡ ଘଟାଇଥିବା ନାବାଳକଙ୍କୁ ୧୪ ଦିନିଆ ସୁରକ୍ଷାମତ୍କ ହାଜତ (ପ୍ରୋଟେକ୍ଟିଭ୍‌ କଷ୍ଟଡି)କୁ ପଠାଇ ଦିଆଯାଇଛି। ସେ ପ୍ରକୃତରେ ନାବାଳକ କି ନୁହନ୍ତି ତାହା ଯାଞ୍ଚ କରିବା ପାଇଁ ପୋଲିସ ରାମମନୋହର ଲୋହିଆ ହସ୍ପିଟାଲକୁ ବୋନ୍‌ ଓସିଫିକେଶନ ଟେଷ୍ଟ ଲାଗି ଆବେଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri