ଶୁଆ ବିକ୍ରିକୁ ନେଇ ବରବରା ରେଞ୍ଜରେ ଲଙ୍କା କାଣ୍ଡ

ଭୁବନେଶ୍ୱର, ୫।୪(ବ୍ୟୁରୋ):
ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରବରା ରେଞ୍ଜ ଅଧୀନରେ ଗତ ୧ ତାରିଖରେ ଘଟିଯାଇଛି ତୁମୁଳ ଲଙ୍କା କାଣ୍ଡ। ଶୁଆ ବିକାଳିଙ୍କୁ କାହିଁକି ବିକୁଛ ବୋଲି ପଚାରିବାରୁ ଆରମ୍ଭ ହେଇଥିଲା ଏହି କାଣ୍ଡ। ୧ତାରିଖରେ ସବୁ ଆଡ଼େ ଲକଡାଉନ ଚାଲିବା ଅବସ୍ଥାରେ ମଧ୍ୟ ବରବରା ଅଞ୍ଚଳରେ କିଛି ଯୁବକ ୨ଟି ଶୁଆ ବିକ୍ରି କରୁଥିବା ଦେଖି ବନ କର୍ମଚାରୀମାନେ ଆକଟ କରିଥିଲେ। ସେହି ରାଗ ରଖି ୫୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ସଂଘବଦ୍ଧ ଭାବରେ ଠେଙ୍ଗା, ବାଡ଼ି, ଲୁହା ଛଡ଼ ଆଦିରେ ଆକ୍ରମଣ କରିଥିଲେ। ସରକାରୀ ଗାଡ଼ି ଏବଂ ବନ କର୍ମଚାରୀଙ୍କ ନିଜ ଗାଡ଼ି ମଧ୍ୟ ଭାଙ୍ଗି ଚୁରମାର କରିଦେଇଛନ୍ତି।
ଏହି ଆକ୍ରମଣରେ ବନରକ୍ଷୀ ଆଶିଷ ମହାନ୍ତି, ନୀଳାଦ୍ରି ପ୍ରସାଦ, ସୌମ୍ୟ ରଞ୍ଜନ ବେହେରା, କବିତା ଜାଲିଙ୍କ ସମେତ ଆହୁରି ଅନେକ ବନ କର୍ମଚାରୀ ଗୁରୁତର ଆହତ ହେଇଛନ୍ତି। ସରକାରୀ କର୍ମଚାରୀଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣକୁ ନେଇ ବରବରା ରେଞ୍ଜର ଡେପୁଟି ରେଞ୍ଜର ଧୀରେନ କୁମାର ପ୍ରଧାନ ଗତ ୧ ତାରିଖରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କିଛି ବି କାର୍ଯ୍ୟାନୁଷ୍ଠାନ ହେଇ ନାହିଁ। ଏହି ଘଟଣାକୁ ଅଣଗେଜେଟେଡ ବନ କର୍ମଚାରୀ ସଂଘର ସମ୍ପାଦକ ସମୀର ବେହେରା ଦୃଢ଼ ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ କରିଛନ୍ତି। ଏହା ନକଲେ ବନ କର୍ମଚାରୀଙ୍କ ମନୋବଳ ଭାଙ୍ଗି ଯିବ ବୋଲି ସମୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରାଜ୍ୟରେ ୯ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବା ଆଉ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬ରେ ପହଞ୍ଚିଥିବା ରାଜ୍ୟ...

ହସ୍ପିଟାଲ କଟକଣା ଅସମ୍ଭାଳ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜଧାନୀ ବସ୍ତି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ନୂଆ...

ବଦଳିଲେ ପୁରୀ ସିଡିଏମ୍‌ଓ, ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ଲାଗି ୪ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଶନିବାର ବଦଳିଛନ୍ତି ପୁରୀ ସିଡିଏମ୍‌ଓ। ତାଙ୍କ ସ୍ଥାନରେ ଡା. ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ଏହାଛଡ଼ା ବାତ୍ୟା ‘ଫନୀ’ ସମୟରେ କାର୍ଯ୍ୟରେ ଅବହେଳାକୁ...

ଅଷ୍ଟ୍ରେଲିଆରେ ସମ୍ମାନିତ ହେଲେ ୩ ଓଡ଼ିଆ ଯୁବ ଗବେଷକ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅଷ୍ଟ୍ରେଲିଆରେ ଚମକିଲେ ଓଡ଼ିଆ ଯୁବ ଗବେଷକ। ମେଶିନ ଲର୍ଣ୍ଣିଂ ଏବଂ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍ସର ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଓଡ଼ିଶାର ଗବେଷକ...

ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ପରଲୋକ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କର ସୋମବାର ସକାଳେ ପରଲୋକ ଘଟିଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର...

କୃଷି ବିଲ୍‌ ଅନୁଧ୍ୟାନ ପାଇଁ ହେବ କମିଟି

ଭୁବନେଶ୍ୱର,୨୯।୯(ବ୍ୟୁରୋ):  ଚାଷୀମାନଙ୍କ ବିକାଶ ପାଇଁ ବିଜେଡି ବହୁ ପଦକ୍ଷେପ ନେଇଛି। ଏମ୍‌.ଏସ୍‌ ସ୍ବାମୀନାଥନଙ୍କ ସୁପାରିସ ଅନୁଯାୟୀ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦେବା ପ୍ରସ୍ତାବକୁ କାର୍ଯ୍ୟକାରୀ...

CORONAVIRUS UPDATE: କରୋନା ନେଲା ଆଉ ଏକ ଜୀବନ; ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଲା

ଭୁବନେଶ୍ୱର, ୨୨।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତରେ ସୋମବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ୪୬ ବର୍ଷୀୟ ବ୍ୟକ୍ତି। ଚିକିତ୍ସାଧୀନ ଅବସ୍ଥାରେ...

ଦୁର୍ନୀତିର ତଦନ୍ତ ନ ହେଲେ ଆନ୍ଦୋଳନ

ଜଳେଶ୍ୱର,୧୮।୩(ସ୍ବ.ପ୍ର.):  ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ...

Play 250+ Trending Games
Archives

Model This Week

Why Dharitri