Posted inଖେଳ

ଶୀର୍ଷ ସ୍ଥାନ ବଜାୟ ରଖିଲେ ସ୍ମିଥ, କୁମିନ୍ସ

ଦୁବାଇ,୧୬।୯: ଅଷ୍ଟ୍ରେଲିଆନ୍‌ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଓ ବୋଲର ପ୍ୟାଟ କୁମିନ୍ସ ଆଇସିସି ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଆଶେସ ସିରିଜ୍‌ ଶେଷ ହେବା ପରେ ନୂଆ ଆଇସିସି ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ସୋମବାର ପ୍ରକାଶ ପାଇଛି। କେନିଂଟନ ଟେଷ୍ଟର ପ୍ରଥମ ଇନିଂସରେ ୮୦ ଓ ଦ୍ୱିତୀୟରେ ୨୩ ରନ୍‌ର ପାଳି ଖେଳିଥିବା ସ୍ମିଥ ଭାରତୀୟ ଅଧିନାୟକ ବିରାଟ  ହଲି(୯୦୩)ଙ୍କଠାରୁ ୩୪ ପଏଣ୍ଟ ଆଗରେ ଅଛନ୍ତି। ସ୍ମିଥଙ୍କ ନିକଟରେ ଏବେ ୯୩୭ ପଏଣ୍ଟ ରହିଛି। ସେହିଭଳି କୁମିନ୍ସ ମଧ୍ୟ ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ ଆଫ୍ରିକାର କାଗଗିସୋ ରାବାଡାଙ୍କଠାରୁ ୫୭ ପଏଣ୍ଟ ଆଗୁଆ ଅଛନ୍ତି। ଆଶେସ ସିରିଜରେ ସମସ୍ତ ମ୍ୟାଚ୍‌ ଖେଳିଥିବା କୁମିନ୍ସ ମୋଟ ୨୯ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ଓ୍ବାଡେ ଓ ମିଚେଲ ମାର୍ଶଙ୍କ ର଼୍ୟାଙ୍କିଙ୍ଗ୍‌ରେ ଆଖିଦୃଶିଆ ଉନ୍ନତି ହୋଇଛି। କ୍ୟାରିୟରର ୪ର୍ଥ ଶତକ ବଳରେ ଓ୍ବାଡେ ୭୮ରୁ ୩୨ତମ ସ୍ଥାନ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌। ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ୫ ଉଇକେଟ ନେଇଥିବା ମିଚେଲ ୨୦ ସୋପାନ ଉପରକୁ ଉଠି ୫୪ତମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷରେ ଡେଭିଡ ଓ୍ବାର୍ନର ୨୪ତମ ସ୍ଥାନକୁ ଖସିଛନ୍ତି। ପୂର୍ବରୁ ୫ମରେ ଥିବା ବାମହାତୀ ଓପନର ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ମାତ୍ର ୯୫ ରନ୍‌ କରିପାରିଥିଲେ। ଜୋଶ ହାଜେଲଉଡଙ୍କ ର଼୍ୟାଙ୍କିଙ୍ଗ୍‌ ୮ମରୁ ଖସି ଦ୍ୱାଦଶରେ ପହଞ୍ଚତ୍ଛି। ଆଶେସରେ ପଦାର୍ପଣ କରିଥିବା ଜୋଫ୍ରା ଆର୍ଚର ୪୦ତମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଥ୍‌ଲେଟଙ୍କ ଟିକାକରଣ ନେଇ ଆଇଓଏ ତଥ୍ୟ ମାଗିଲା

ନୂଆଦିଲ୍ଲୀ,୨୭।୫(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥ୍‌ଲେଟମାନଙ୍କ ଟିକାକରଣ ନେଇ ବିଭିନ୍ନ ଜାତୀୟ ଫେଡେରେଶନଗୁଡିକୁ ଭାରତୀୟ ଅଲିମ୍ପିକ ଆସୋସିଏଶନ ତଥ୍ୟ ମାଗିଛି। ଟିକା ନେଇଥିବା...

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଡୁମିନିଙ୍କ ଅବସର

କେପ୍‌ ଟାଉନ, ୧୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡ ଜେପି ଡୁମିନି ସୋମବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୧୭ରେ ଟେଷ୍ଟରୁ ଅବସର...

ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌: ସିନ୍ଧୁ ଖସିଲେ, କାଶ୍ୟପ ଉଠିଲେ

ନୂଆଦିଲ୍ଲୀ, ୨।୧୦(ପି.ଟି.)- ସଦ୍ୟ ପ୍ରକାଶିତ ବିଡବ୍ଲ୍ୟୁଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ବିଶ୍ୱ ଚାମ୍ପିୟନ ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ତଳକୁ ଖସିଥିବା ବେଳେ ପୁରୁଷ...

ରେକର୍ଡଠାରୁ ଗୋଟିଏ ଛକା ଦୂରରେ ରୋହିତ

ନୂଆଦିଲ୍ଲୀ,୪ା୧୨- ଭାରତୀୟ ଓପନର ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହେବାକୁ ଯାଉଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ...

ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲା: ୨ ଦିନିଆ ରିମାଣ୍ଡରେ ସପ୍‌ନା

ମୁମ୍ବାଇ,୧୯।୨: ସେଲ୍‌ଫି ଉଠାଇବାକୁ କେନ୍ଦ୍ରକରି ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲାରେ ଶନିବାର ପୋଲିସ ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ସପନା...

ବାସନ୍ଦ କାରଣରୁ କୋଲମ୍ୟାନ ଟୋକିଓ ଅଲିମ୍ପିକ୍ସ ଖେଳିବେନି

ମୋନାକୋ,୨୯।୧୦(ଏପି): ପୁରୁଷ ୧୦୦ ମିଟର ବିଶ୍ୱ ଚାମ୍ପିୟନ ତଥା ଆମେରିକୀୟ ସ୍ପ୍ରିଣ୍ଟର ଖ୍ରୀଷ୍ଟିଆନ କୋଲମ୍ୟାନ ଡୋପିଂ କଣ୍ଟ୍ରୋଲ ନିୟମର ୩ଟି ଉଲ୍ଲଂଘନ କରି ଦୁଇ ବର୍ଷ...

ଇତିହାସ ରଚିଲା ଭାରତ

ମୁମ୍ବାଇ,୬।୧୨: ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ପରାସ୍ତ କରିବା ପରେ ଭାରତ ମ୍ୟାଚ ଏବଂ ସିରିଜ ଜିତିଥିଲା। ଟେଷ୍ଟ କ୍ରିକେଟରେ ଏହା ଭାରତର ସବୁଠୁ...

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

Advertisement
Archives

Model This Week