Posted inଫୁରସତ

ଶୀତରେ ବି ଯୁବତୀଙ୍କ ଶରୀରରୁ ବୋହିଥାଏ ପ୍ରବଳ ଝାଳ: ପ୍ରତି ଘଣ୍ଟାରେ ସେ ବଦଳାନ୍ତି ପୋଷାକ …

ପୃଥିବୀର କେତେକ ଲୋକଙ୍କଠାରେ ବିରଳ ସମସ୍ୟା ଦେଖିବାକୁ ମିଳିଥାଏ। ଏପରି ଜଣେ ଯୁବତୀ ଆମେରିକାର ଟେକ୍ସାସ୍‌ରେ ଅଛନ୍ତି। ତାଙ୍କ ଶରୀରରୁ ବର୍ଷସାରା ପ୍ରବଳ ଝାଳ ବାହାରିଥାଏ। ଶୀତଦିନରେ ବି ପ୍ରବଳ ଝାଳ ଯୋଗୁ ସେ ପ୍ରତି ଘଣ୍ଟାରେ ପୋଷାକ ବଦଳାଇଥାନ୍ତି। ଏହି ଯୁବତୀ ଜଣକ ହେଉଛନ୍ତି ୨୦ ବର୍ଷ ବୟସ୍କା ସୋଫି ଡଓ୍ବେର। ସାଧାରଣ ଲୋକଙ୍କ ତୁଳନାରେ ତାଙ୍କ ଶରୀରରୁ ୧୦ ଗୁଣା ଅଧିକ ଝାଳ ବୋହିଥାଏ। ତେଣୁ ସେ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ପାଇଁ ପ୍ରତିଦିନ ୬ ଲିଟର ପାଣି ପିଇଥାନ୍ତି। ତାଙ୍କୁ ହାଇପର୍‌ ହାଇଡ୍ରୋସିସ୍‌ ନାମକ ଏକ ବିରଳ ରୋଗ ହୋଇଥିବା ଚିକିତ୍ସକ କହିଛନ୍ତି। ଏଥିରେ ଶରୀରରୁ ମାତ୍ରାଧିକ ଝାଳ ବାହାରିଥାଏ। ପ୍ରାୟ ୨ଶହ ଲୋକଙ୍କ ମଧ୍ୟରେ ଜଣଙ୍କୁ ଏଭଳି ରୋଗ ହୋଇଥାଏ ବୋଲି ଚିକିତ୍ସକ ସୋଫିଙ୍କ ମାତା ପିତାଙ୍କୁ ପରାମର୍ଶ ଦେଇଛନ୍ତି। ଏବେ ସୋଫିଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ସମସ୍ୟା ଯୋଗୁ ସେ କୌଣସି ଉତ୍ସବରେ ଯୋଗଦେଇ ପାରୁ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଧୋଇବା ଜରୁରୀ ଜଣାଇବାକୁ ଗୋଲମରିଚ, ସାବୁନର ବ୍ୟବହାର କଲେ ଶିକ୍ଷକ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ଆମ ଦେଶରେ ଏବେ କରୋନା ଭାଇରସରେ ୧୦୮ ଜଣ ସଂକ୍ରମିତ...

୧୦ ବର୍ଷ ଧରି ଥିଲେ ବସ୍‌ କଣ୍ଡକ୍ଟର, ଏବେ ଶ୍ରେଷ୍ଠ ଫିଲ୍ମ ନିର୍ଦ୍ଦେଶକ

ଯେକୌଣସି ଫିଲ୍ମ ନିର୍ଦ୍ଦେଶକଙ୍କ ପାଇଁ ତାଙ୍କ ଫିଲ୍ମ ଶ୍ରେଷ୍ଠ ପୁରସ୍କାର ଲାଭ କରିବା ନିଶ୍ଚିତ ଖୁସିର କଥା। ମାତ୍ର ଜଣେ ଫିଲ୍ମ ଲାଇନ୍‌ର ନ ହୋଇ...

କରୋନା ଭୟ: ଭିଡ଼ିଓ କଲ୍‌ ମାଧ୍ୟମରେ ହେଲା ନିର୍ବନ୍ଧ!

ଅହମଦାବାଦ,୧୯।୩: କରୋନା ଭାଇରସ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। ଗୋଟିଏ ସ୍ଥାନରେ ଗହଳି କରିବାକୁ ସରକାର ବାରଣ କରିଛନ୍ତି। ଏଭଳି ପରିସ୍ଥିତିରେ ଝିଅ ପୁଅଙ୍କ...

ପକ୍ଷୀର ଘର ବଞ୍ଚାଇବା ପାଇଁ ୩୫ ଦିନ ଅନ୍ଧାରରେ ରହିଲା ପୁରା ଗାଁ

ମଣିଷ ନିଜର ସୁବିଧା ପାଇଁ ବନ୍ୟଜନ୍ତୁଙ୍କ ବାସସ୍ଥାନ ନଷ୍ଟ କରିବାରେ ଲାଗିଛି। ଫଳରେ ପଶୁପକ୍ଷୀମାନେ ପଣଜଙ୍ଗଲ ଛାଡି ଜନବସତି ମଧ୍ୟକୁ ପଶିଆସୁଛନ୍ତି। ଏପରି ଏକ ଘଟଣା...

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ୧.୪୦ ଲକ୍ଷ ଟଙ୍କାର କ୍ୟାମେରା, ପ୍ୟାକେଟ୍‌ ଭିତରୁ ବାହାରିଲା ଏମିତି

ମହାମାରୀ କରୋନା ଯୋଗୁ ଦେଶର ଅନେକ ସ୍ଥାନରେ ତାଲା ପଡିଛି। ଆଜିକାଲି ବାହାରକୁ ଯାଇ ନ ପାରି ଲୋକମାନେ ଅନଲାଇନ ସପିଂକୁ ଗୁରୁତ୍ୱ ଦେଉଛନ୍ତି। ଏଥିରେ...

ପ୍ରପୋଜ କରିବାର ୫ ଦିନ ପରେ ହେଲା ଝଗଡା, ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କଲେ ଯୁବକ

ଟେକ୍ସାସ, ୫।୧: ଆମେରିକାର ଟେକ୍ସାସ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରପୋଜ କରିବାର ୫ ଦିନ ପରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା...

ଏହି ଦେଶରେ ଆରମ୍ଭ ହୋଇଛି କଏଦୀଙ୍କ ପାଇଁ ଅନ୍‌ଲାଇନ୍‌ ଶପିଂ ପ୍ଲାଟଫର୍ମ

ଚାଇନାର ଗୁଆଙ୍ଗଡଙ୍ଗ ନିକଟରେ ଥିବା ଜେଲ୍‌ର କଏଦୀମାନଙ୍କ ପାଇଁ ଅନ୍‌ଲାଇନ୍‌ ଶପିଂ ପ୍ଲାଟଫର୍ମ ଆରମ୍ଭ ହୋଇଛି। ଏହା ଜରିଆରେ କଏଦୀମାନେ ମାସକୁ ୩ ହଜାର ଟଙ୍କାର...

ଟ୍ରାକ୍ଟର ଜରିଆରେ ବାହାର କରାଯାଉଛି ମଇଁଷିଠାରୁ କ୍ଷୀର, ଆନନ୍ଦ ମହିନ୍ଦ୍ରା ହେଲେ ଆଶ୍ଚର୍ଯ୍ୟ

ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ମଜାଦାର ଭିଡିଓ ଶେୟାର କରିଥାନ୍ତି। ନିକଟରେ ଟ୍ରାକ୍ଟର ଜରିଆରେ ମଇଁଷିଠାରୁ କ୍ଷୀର ବାହାର କରୁଥିବା ଫଟୋ...

Coronavirus Update


Archives

Model This Week

Why Dharitri