Posted inଜାତୀୟ

ଶୀତରେ ଥରୁଛି ଉତ୍ତର ଭାରତ: ହିମାଚଳରେ ବିଯୁକ୍ତ ୧୩ ଡିଗ୍ରୀ

ନୂଆଦିଲ୍ଲୀ/ଶିମ୍‌ଲା,୧୯।୧୨(ପି.ଟି.): ପ୍ରବଳ ଶୀତଳ ଲହରିରେ ସମଗ୍ର ଉତ୍ତର ଭାରତ ଥରୁଛି। ହିମାଚଳପ୍ରଦେଶର ମନାଲି, ସୁନ୍ଦରନଗର, ଭୁନ୍ତର ଏବଂ କଳ୍ପାରେ ତାପମାତ୍ରା ଶୂନ ଡିଗ୍ରୀ ସେଲ୍‌ସିୟସ ତଳେ ରହିଥିବାବେଳେ କେଲଙ୍ଗରେ ତାପମାତ୍ରା ବିଯୁକ୍ତ ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ ୨/୩ ଦିନ ସେଠାରେ ପ୍ରବଳ ବର୍ଷା ସହ ତୁଷାରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କଳ୍ପା ଓ କିନ୍ନାଉର ଜିଲାରେ ତାପମାତ୍ରା ବିଯୁକ୍ତ ୪.୬ ଥିବାବେଳେ କୁଲ୍ଲୁରେ ବିଯୁକ୍ତ ୨.୮ ଡିଗ୍ରୀ, ମଣ୍ଡି ଜିଲାର ସୁନ୍ଦରନଗରରେ ବିଯୁକ୍ତ ୦.୫ ଡିଗ୍ରୀ ରହିଥିବା ଜଣାପଡିଛି। ବୁଧବାର ଜମ୍ମୁ ତାପମାତ୍ରା ମଧ୍ୟ ୪.୮ ଡିଗ୍ରୀ ରହିଥିବାବେଳେ ଶ୍ରୀନଗରରେ ବିଯୁକ୍ତ ୩.୭ ଡିଗ୍ରୀକୁ ଖସିଆସିଛି। ଉତ୍ତର କଶ୍ମୀରର ଗୁଲ୍‌ମାର୍ଗରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୧୧.୫ ଡିଗ୍ରୀ ରହିଥିବାବେଳେ ପହଲଗାମରେ ବିଯୁକ୍ତ ୧୦.୩ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଲଦାଖର ଲେହରେ ତାପମାତ୍ରା ବିଯୁକ୍ତ ୧୭.୯ ଡିଗ୍ରୀରେ ପହଞ୍ଚିଲାଣି। ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲ୍‌ସିୟସକୁ ଖସିଆସିଛି, ଯାହା କି ଚଳିତ ଶୀତଋତୁରେ ସର୍ବନିମ୍ନ। ମେଘୁଆ ପାଗ ସାଙ୍ଗକୁ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରୁ ପବନ ବହିବାରୁ ତାପମାତ୍ରାରେ ହ୍ରାସ ଘଟିଛି। ଏହା ବ୍ୟତୀତ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ରେ ମଧ୍ୟ ପ୍ରବଳ ଥଣ୍ଡା ସାଙ୍ଗକୁ ଘନକୁହୁଡି ଅନୁଭୂତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଦାମ୍‌ ୧୪ କୋଟି: ମାସକୁ ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ

ପୁଷ୍କର,୬।୧୧: ରାଜସ୍ଥାନ ପୁଷ୍କରରେ ଅନ୍ତର୍ଜାତୀୟ ପ୍ରାଣୀ ମେଳାର ଆୟୋଜନ କରାଯାଇଛି। ଏଥିରେ ୫ ହଜାରରୁ ଅଧିକ ସଂଖ୍ୟକ ପ୍ରାଣୀ ଯୋଗଦେଇଛନ୍ତି। ମେଳାରେ ମୁର୍ରା ପ୍ରଜାତିର ମଇଁଷି...

୨୫ ଦିନିଆ ଭିଜାରେ ପାକିସ୍ତାନରୁ ଭାରତ ଆସିଲେ ୫୦ ହିନ୍ଦୁ ପରିବାର

ପଞ୍ଜାବ,୩।୨: ଓ୍ବାଘା-ଅଟାରି ସୀମା ଦେଇ ସୋମବାର ୫୦ ହିନ୍ଦୁ ପରିବାର ପାକିସ୍ତାନରୁ ଆସି ଭାରତରେ ପହଞ୍ଚିଛନ୍ତି। ଏମାନେ ୨୫ ଦିନିଆ ଭିଜାରେ ଭାରତ ଗସ୍ତ କରିଛନ୍ତି।...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଯବାନ ଶହୀଦ୍‌

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ରବିିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକଙ୍କ...

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିର ହାତ ଆଶଙ୍କା: ପୂର୍ବତନ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୯।୭ : ମଣିପୁରରେ ଚାଲିଥିବା ଜାତିଗତ ବିବାଦରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ବିଦେଶୀ ଏଜେନ୍ସିର ଭୂମିକା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।...

ବଢ଼ୁଛି କଂଗ୍ରେସ କନ୍ଦଳ: ଆଜି ସୋନିଆଙ୍କୁ ଭେଟିବେ ଗୁଲାମନବୀ

ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜି-୨୩ ଦଳୀୟ ନେତୃତ୍ୱ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବିକୁ ଜୋର୍‌ଦାର କରିଛିି। ଗୁରୁବାର ସନ୍ଧ୍ୟାରେ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଛି। ରବିବାର ପୂର୍ବାହ୍ନ ୧୦ଟା ୧୫ରେ ପୁଞ୍ଚ ଜିଲାର ଶାହପୁର ଅଞ୍ଚଳରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ...

ହାର୍ଦ୍ଦିକ ପଟେଲଙ୍କ ସଭାସ୍ଥଳରେ ହେଲା ଚୌକି ବର୍ଷା

ଅହମ୍ମଦାବାଦ,୨୧।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ମାଡ ମାରିବା ଘଟଣାକୁ ୨ଦିନ ନ ପୁରୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅହମ୍ମଦାବାଦରେ ହାର୍ଦ୍ଦିକ ଶନିବାର...

ଗଣେଶ ମୂର୍ତ୍ତି ବିସର୍ଜନ ପୂର୍ବରୁ ମୁମ୍ବାଇ ପୋଲିସର ହାଇ ଆଲର୍ଟ, ସମ୍ପୂର୍ଣ୍ଣ ସହରରେ କଡା ସୁରକ୍ଷା ବ୍ୟବସ୍ଥା

ମୁମ୍ବାଇ,୧୯ ।୯: ଗଣେଶ ଉତ୍ସବର ଶେଷ ଦିନ ରବିବାର ମୁମ୍ବାଇରେ ମୂର୍ତ୍ତି ବିର୍ସନ କରାଯିବ । ବିସର୍ଜନ ପୂର୍ବରୁ ମୁମ୍ବାଇ ପୋଲିସ ସମ୍ପୂର୍ଣ୍ଣ ସହରରେ ସୁରକ୍ଷା...

Advertisement
Archives

Model This Week