ଶୀତଦିନେ ଗରମପାଣିରେ ଗାଧୋଇଲେ କ’ଣ ହୋଇଥାଏ

ଶୀତଦିନ ଆସିଗଲାଣି। ଏବେ ଲୋକମାନେ ଗରମପାଣିରେ ଗାଧୋଇବା ଆରମ୍ଭ କରିଦେଲେଣି। ଥରେ ଯଦି ଗରମପାଣିରେ ଗାଧୋଇବା ଆରମ୍ଭ କରିଦେବେ ତା’ହେଲେ ଥଣ୍ଡାପାଣିରେ ଗାଧୋଇବାକୁ ଇଚ୍ଛା ହେବ ନାହିଁ। ମୁଖ୍ୟତଃ ଗରମ ପାଣିରେ ଗାଧୋଇଲେ ଫୂର୍ତ୍ତି ବା ଆରାମ ଅନୁଭବ ହୋଇଥାଏ। କିନ୍ତୁ ପ୍ରାୟ ସମୟରେ ଗରମ ପାଣିରେ ଗାଧୋଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏଥିସହ ତ୍ୱଚା ନମନୀୟତା ମଧ୍ୟ ହରାଇଥାଏ।


ତ୍ୱଚାରେ ଆର୍ଦ୍ରତା: ନିୟମିତ ଭାବେ ଗରମପାଣିରେ ଗାଧୋଇବା ଦ୍ୱାରା ଶରୀର ନମନୀୟତା ହରାଇ ତ୍ୱଚା ଆର୍ଦ୍ର ହୋଇଯାଏ। ବିଶେଷକରି ସମ୍ବେଦନଶୀଳ ତ୍ୱଚା ଥିବା ବ୍ୟକ୍ତି ଗରମପାଣିରେ ଗାଧୋଇବା ଉଚିତ ନୁହେଁ।


ସଂକ୍ରମଣ ଭୟ: ଅତ୍ୟଧିକ ଗରମପାଣିରେ ଗାଧୋଇଲେ ଶରୀରରୁ ପ୍ରାକୃତିକ ତୈଳ ଶେଷ ହୋଇଯିବାରୁ ଆଲର୍ଜି ଓ ସଂକ୍ରମଣ ଭଳି ରୋଗ ହେବାର ଭୟ ଅଧିକ ରହିଥାଏ।


ପ୍ରଜନନ ଉପରେ ପ୍ରଭାବ: ଏକ ଗବେଷଣା ଅନୁସାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗରମପାଣିରେ ଗାଧୋଇବା ଦ୍ୱାରା ଏହା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଯେଉଁମାନଙ୍କର ପ୍ରଜନନ ସମ୍ପନ୍ଧୀୟ କିଛି ସମସ୍ୟା ରହିଛି, ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଗରମପାଣିରେ ଗାଧୋଇବା ମନା।
ଆଳସ୍ୟ ଅନୁଭବ: ଏଥିରେ ଗାଧୋଇବା ଦ୍ୱାରା ପ୍ରଥମେ ଶରୀରକୁ ବହୁ ଆରାମ ଅନୁଭବ ହୋଇଥାଏ। କିନ୍ତୁ ପରେ ଆଳସ୍ୟ ଅନୁଭବ ହେବା ସହ ନିଦ ଲାଗିଥାଏ। କିନ୍ତୁ ଥଣ୍ଡାପାଣିରେ ଗାଧୋଇଲେ ପୂରା ଦିନ ଫୂର୍ତ୍ତି ଅନୁଭବ ହୋଇଥାଏ।


ତ୍ୱଚାରେ ରିଙ୍କିଲ୍ସ: ଯଦି ବୟସ ପୂର୍ବରୁ ମୁହଁରେ ରିଙ୍କିଲ୍ସ ନ ପଡ଼ିବା ପାଇଁ ଚାହୁଁଛନ୍ତି ତେବେ ଗରମପାଣିରେ ଆଦୌ ଗାଧାନ୍ତୁ ନାହିଁ। କାରଣ ଗରମ ପାଣି ଶରୀରର ପ୍ରାକୃତିକ ତୈଳକୁ ଶେଷ କରିଦେଇଥାଏ। ଏହାଦ୍ୱାରା ମୁହଁରେ ଖୁବ୍‌ଶୀଘ୍ର ରିଙ୍କିଲ୍ସ ପଡ଼ିଯାଇଥାଏ।


କେଶ ଝଡ଼ିବା: ଏହା କେଶ ପାଇଁ ବହୁ ହାନିକାରକ ହୋଇଥାଏ। ଗରମ ପାଣିରେ ମୁଣ୍ଡ ଧୋଇଲେ ସ୍କଲ୍ପ ଆର୍ଦ୍ର ହୋଇଯାଏ। ଫଳରେ କେଶ ଝଡ଼ିବା ଆରମ୍ଭ ହୋଇଥାଏ।
ଆଖି ଉପରେ ପ୍ରଭାବ: ଗରମପାଣି ଯୋଗୁ ଆଖି ନମନୀୟତା ହରାଇଥାଏ। ଏହାଦ୍ୱାରା ଆଖି କୁଣ୍ଡାଇହେବା ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଅଧିକ ଗରମ କି ଥଣ୍ଡା ପାଣି ବଦଳରେ ସାଦା ପାଣିରେ ଗାଧାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସ୍ବଭାବ ଥିଲେ ବଢ଼ିଥାଏ ଆୟୁ

ଓ୍ବାଶିଂଟନ୍‌: ଆମେରିକାସ୍ଥିତ କାଲିଫର୍ନିଆ ୟୁନିଭର୍‌ସିଟିର ଗବେଷକମାନେ ସର୍ବଦା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥା’ନ୍ତି। ସେହିପରି ଏକ ନୂଆ ଗବେଷଣା କରିଛନ୍ତି। ଲସ୍‌ ଏଞ୍ଜେଲ୍‌ସ...

ସ୍ତନ୍ୟପାନ କରାଉଥିଲେ ଧୂମପାନ ହାନିକାରକ

ଧୂମପାନ କରିବା ଏବଂ ଏହା ସଂସ୍ପର୍ଶରେ ରହିବା ଉଭୟ ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହା ସବୁଠୁ ଅଧିକ ମହିଳାଙ୍କ ପାଇଁ କ୍ଷତିକାରକ ହୋଇଥାଏ, ଯେଉଁମାନେ ନବଜାତକଙ୍କୁ...

ବ୍ୟକ୍ତିତ୍ୱ ବଢ଼ାଏ ଖାଇବା ଶୈଳୀ

ଖାଇବା ଶୈଳୀ ଯୋଗୁ ବ୍ୟକ୍ତିତ୍ୱ ବଢ଼ିଥାଏ-ଏପରି ରୋଚକ କଥାକୁ ଅନେକ ହୁଏତ ବିଶ୍ୱାସ କରି ନ ପାରନ୍ତି। ହେଲେ ଏହା ଉପରେ ଦୃଢ଼ୋକ୍ତି ବକ୍ତ କରିଛନ୍ତି...

ଖରାପାଇଁ କାକୁଡି ଜୁସ୍‌

କାକୁଡ଼ିକୁ ଅନେକେ ସାଲାଡ୍‌ କରି ଖାଇବାକୁ ପସନ୍ଦ କରିଥାନ୍ତି। କାରଣ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା ସହ ଖାଦ୍ୟକୁ ହଜମ କରାଇବାରେ ବିଶେଷ...

ଡାଏରୀ ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌...

ଫ୍ଲୋରାଲ୍‌ ବ୍ଲାଉଜ୍‌ ଫ୍ୟାଶନ

ଫ୍ଲୋରାଲ୍‌ ପ୍ରିଣ୍ଟର ଫ୍ୟାଶନ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ଏହି ପ୍ରିଣ୍ଟ ରିଫ୍ରେଶିଂ ଲୁକ୍‌ ଦେଇଥାଏ। କେବଳ ଓ୍ବେଷ୍ଟର୍ନ ନୁହେଁ ଇଣ୍ଡିଆନ୍‌...

ମଶା କାମୁଡିବାର ପରିଣାମ: ଗୋଡ଼ର ଆକାର ସ୍ବାଭାବିକଠାରୁ ୫ଗୁଣ ହେଲା ବଡ଼

ମଶା କାମୁଡିବା ଆମକୁ ସାଧାରଣ ଲାଗିଥାଏ। ପ୍ରତିଦିନ ଗୋଟିଏ ମଶା ଆମକୁ ନିଶ୍ଚିନ୍ତ କାମୁଡୁଥିବ। ଡେଙ୍ଗୁ, ମେଲେରିଆ ବ୍ୟତିତ କୌଣସି ସାଧାରଣ ମଶା କାମୁଡିଲେ ସାମାନ୍ୟ...

ଆଖିର ଏସ୍‌-୨ ରିସେପ୍ଟର ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଲୋକଙ୍କୁ ମାସ୍କ୍‌ ପିନ୍ଧିବା ଲାଗି...

Advertisement
Archives

Model This Week