ଶିଶୁ ଶିଳ୍ପୀଙ୍କ କାନଭାସ୍‌ରେ ପରିବେଶ ସୁରକ୍ଷା ବାର୍ତ୍ତା

ବାରିପଦା ଅଫିସ,୧୨ା୮- ପରିବେଶ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ସଂଗଠନ ତଥା ପ୍ରକୃତିମିତ୍ର ପୁରସ୍କାରରେ ପୁରସ୍କୃତ ସବୁଜ ମୟୂରଭଞ୍ଜ ଓ ଲଳିତ କଳା ଏକାଡେମୀ ଏବଂ ସୁର ଭାରତୀ ସଂଗୀତ ପରିଷଦ ପକ୍ଷରୁ ଚିତ୍ରକଳା ଅନୁଷ୍ଠାନ ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ସହଯୋଗରେ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଏକ ଚିତ୍ରକଳା ପ୍ରତିଯୋଗତା ଅନୁଷ୍ଠିତ ହୋଇଯାଇଛି। ୫୨୨ ଜଣ ଶିଶୁ ଚିତ୍ର ଶିଳ୍ପୀମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଚିତ୍ର ଶିଳ୍ପୀ ପରିବେଶ ସୁରକ୍ଷାର ଶପଥ ପାଠ କରିଥିଲେ। କ୍ୟାନଭାସ୍‌ରେ ଶିଶୁ ଚିତ୍ର ଶିଳ୍ପୀମାନେ ବୃକ୍ଷରୋପଣ, ବୃକ୍ଷ ସୁରକ୍ଷା ତଥା ପଲିଥିନ ବର୍ଜନ ଲାଗି ବାର୍ତ୍ତା ଦେଇଥିଲେ। ସ୍କୁଲର ସମ୍ପାଦିକା ପ୍ରଣତୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବୁଜ ମୟୂରଭଞ୍ଜର ସଭାପତି ଦେବାଶିଷ ମହାନ୍ତିି ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ ବୋଲି ସୂଚନା ଦେଇ ଶିମିଳିପାଳର ସୁରକ୍ଷା ପାଇଁ ସମସ୍ତେ ସଙ୍କଳ୍ପବଦ୍ଧ ବୋଲି କହିଥିଲେ। ସ୍କୁଲର ନିର୍ଦ୍ଦେଶକ ତଥା ଚିତ୍ରଶିଳ୍ପୀ ଶ୍ୟାମା ପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଛାତ୍ର ନେତା ସେଖ ଅବଦୁଲ ହବିବ, ସଚିନ ମହାପାତ୍ର, ଆଶୀର୍ବାଦ ଦାସ, ଜ୍ୟୋତିରଞ୍ଜନ ମହାପାତ୍ର, ସଞ୍ଜୟ ମାରାଣ୍ଡି, ମାନସ ରାଉତ, ସନମ କାୟନାତ, ମଧୁସ୍ମିତା ବାରିକ, ସୁମନ ଗିରି, ଅଙ୍କିତ ଚକଲଦାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଇଗାଁ ଦର ଆକାଶଛୁଆଁ: ନଈମଝିକୁ ଯାଇ ଡଙ୍ଗିରେ ଜାଲ ପକାଇ ଧରୁଛନ୍ତି ଧୀବର

ମହାକାଳପଡ଼ା,୫।୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ମହାନଦୀ ସଂଲଗ୍ନ ବନ୍ତନାଶି କନ୍ଧା ମୁହାଣଠାରେ ଖଇଙ୍ଗା ମାଛ ଧରିବାକୁ ଡଙ୍ଗିରେ...

ସ୍ବାସ୍ଥ୍ୟସେବାରେ ଅପହଞ୍ଚ ୩୧୬ ଗାଁ: ବୋଟ-ବାଇକ୍‌ ଆମ୍ବୁଲାନ୍ସ ହିଁ ସାହା ଭରସା

ଭବାନୀପାଟଣା,୫।୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାକୁ ଆକାଂକ୍ଷୀ ଜିଲାଭାବେ ସରକାର ଚୟନ କରିଛନ୍ତି। ତେବେ ପଛୁଆ ଅଞ୍ଚଳର ସାମୂହିକ ବିକାଶ ସହିତ ଲୋକଙ୍କ ଖାଦ୍ୟ ସୁରକ୍ଷା, ପରିବହନ...

କାରକୁ ଧକ୍କା ଦେଲା ଟ୍ରକ: ଜାତୀୟ ରାଜପଥରେ ଘଟିଗଲା…

ଧର୍ମଶାଳା,୫।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରେ ଏକ କାରକୁ ଟ୍ରକ ଧକ୍କା ଦେଇଛି, ଯାହା...

ପିକନିକ୍‌ କରିବାକୁ ଯାଇଥିଲେ, ଗାଧୋଉଥିବାବେଳେ ଖସିଗଲା ଗୋଡ଼: ୧୮ ଘଣ୍ଟା ପରେ…

ମୋହନା,୫।୧(ମନ୍ମଥ ମିଶ୍ର): ମାଙ୍କଡଡିଆଁ ଜଳପ୍ରପାତରୁ ଯୁବକଙ୍କ ମୃତଦେହ ଉଦ୍ଧାର। ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଯାହା ଫଳରେ ରବିବାର...

ଟ୍ରେନ୍‌ରେ କଟିଗଲେ ଯୁବକ, ରେଳଧାରଣାରେ ୨ ଗଡ଼ ହୋଇ ପଡ଼ିଛି ମୃତଦେହ

କେସିଙ୍ଗା,୫ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ଓ୍ବାର୍ଡ ନଂ ୬ ଏମ୍‌ଇ ସ୍କୁଲପଡ଼ାର ନେପାଳ ମାଝୀ(୨୦) ନାମକ ଜଣେ ଯୁବକ ଟ୍ରେନ୍‌ରେ କଟି ସୋମବାର...

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri