ଶିଶୁ ଓ ଶାକାହାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ମୋ ନାତୁଣୀ ଅନସୂୟାର ବୟସ ୫ ବର୍ଷ। ସେ ଶାକାହାରୀ ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଏ। ପରିବା ବିଶେଷ କରି ବ୍ରକୋଲି ଖାଇବାକୁ ସେ ଭଲପାଏ। କେକ୍‌ ସମେତ ମଇଦାରେ ତିଆରି ଯେ କୌଣସି ଖାଦ୍ୟ ସେ ଖାଇବାକୁ ପସନ୍ଦ କରେନି। ଆଇସ୍‌କ୍ରିମ ଖାଇବାକୁ ପସନ୍ଦ କରେ, କିନ୍ତୁ ଖୁବ୍‌ କମ୍‌ ଖାଏ। ଗୋଟିଏ ସମୟରେ ମୋ ପୁଅ ତାକୁ ଲଲିପପ୍‌ ଦେଉଥିଲା। ସେ ତା’ ବାପାଙ୍କୁ ଖୁସି କରିବା ପାଇଁ ନେଉଥିତ୍ଲା ସିନା କିନ୍ତୁ ଖାଉ ନ ଥିଲା। ତା’ ଚିନ୍ତାଧାରାରେ ଅଧିକ ସାଲାଡ, ଦୁଇଟି ରୁଟି ଓ ଅଳ୍ପ ଭାତ, ଡାଲି, ଛତୁ ଏବଂ ପରିବା ହିଁ ଥିଲା ସବୁଠୁ ଭଲ ଭୋଜନ।
କିଛି ସପ୍ତାହ ପୂର୍ବେ ମୋ ବନ୍ଧୁଙ୍କ ମା’ ତାକୁ ଗୋଟିଏ ଅଣ୍ଡା ଦେଇଥିଲେ ଓ ସେ ତାକୁ ଖାଇଥିଲା। ସେ ମୋତେ ଏକଥା କହିଲା ଓ ମୁଁ ରାଗିଗଲି। ମୁଁ ଯେତେବେଳେ ଏ ଘଟଣା ତାଙ୍କୁ ଜଣାଇଲି ସେ ମୋତେ କହିଲେ, ଅନସୂୟା ପୂରା ପତଳା ଏବଂ ସେ ପ୍ରୋଟିନ ଆବଶ୍ୟକ କରୁଛି। ଏହାପରେ ସେ ସାଧାରଣ ଭାବେ ଦୋଷ ଦେଇ କହିଲେ, ତୁମେ କିପରି ଜଣେ ପିଲାକୁ ଶାକାହାରୀ ହେବାକୁ ବାଧ୍ୟ କରୁଛ। ସେ ଯାହା ଚାହିଁବ ତାହା ଖାଇବାକୁ ଅନୁମତି ଦେବା ଉଚିତ। ଯାହା ତୁମେ କରୁଛ ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ନୁହେଁ ଓ ଏହା ପିଲା ପାଇଁ କ୍ଷତିକାରକ। ଏହା ସବୁଠୁ ବିରକ୍ତିକର ଯୁକ୍ତି ଓ ଦୁର୍ବଳ ମାନସିକତାର ପରିଚୟ। ଅନ୍ୟମାନେ ସେମାନଙ୍କ ଶିଶୁଙ୍କୁ ପ୍ରତ୍ୟେକ ମିଲ୍‌ରେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଦେଉଥିବାବେଳେ ଶାକାହାରୀ ଓ ଶୁଦ୍ଧଶାକାହାରୀମାନେ ସେମାନଙ୍କ ପିଲାଙ୍କୁ ଏମିତି ଖାଇବାକୁ ଦେବା ଲାଗି ନିଶ୍ଚିତ ସଂକୋଚ ପ୍ରକାଶ କରିବେ।
ଆମେ ଜନ୍ମ ହେବା ଦିନଠାରୁ ନାମ ଓ ଧର୍ମରୁ ଆରମ୍ଭ କରି ସବୁ କ୍ଷେତ୍ରରେ ମାତାପିତା ସେମାନଙ୍କ ପସନ୍ଦକୁ ଆମ ଉପରେ ଲଦି ଦିଅନ୍ତି। ପ୍ରତ୍ୟେକ ଅଭିଭାବକ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଖାଇବାକୁ ବାଧ୍ୟ କରନ୍ତି। କିନ୍ତୁ ଯେଉଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଯୁବାବସ୍ଥାରେ ମାଂସ ଖାଇବାକୁ ବାଧ୍ୟ କରନ୍ତି ସେମାନେ ପିଲାମାନଙ୍କର ଅତ୍ୟଧିକ କ୍ଷତି କରିଥାନ୍ତି। କାରଣ, ସେମାନେ ପ୍ରଥମରୁ ପିଲାର ସ୍ବାସ୍ଥ୍ୟ କ୍ଷୟ କରିବା ଆରମ୍ଭ କରିଥାନ୍ତି ଏବଂ ମେଦବହୁଳତା ଓ ଅଙ୍ଗ ଅଚଳ ହେବାର ମୂଳଦୁଆ ପକାଇଥାନ୍ତି। ଜନ୍ମରୁ ପିଲାଟି ମନରେ ସୃଷ୍ଟିର ଅନ୍ୟସବୁ ବସ୍ତୁ ପ୍ରତି ଥିବା ପ୍ରାକୃତିକ ସମ୍ବେଦନଶୀଳତାକୁ ସେମାନେ ଦୂରେଇ ଦିଅନ୍ତି।
ଗୋଟିଏ ପରିବାର ଖାଦ୍ୟରେ ଏକାଠି ରହିଥାଏ। ସବୁ ସଂସ୍କୃତି, ସବୁ କାର୍ଯ୍ୟ ଖାଦ୍ୟ ପସନ୍ଦରୁ ହିଁ ଆରମ୍ଭ ହୋଇଛି। ମୁଁ ଜାଣେ ଯଦି ମୋ ପୁଅ ମାଂସ ଖାଇଥାନ୍ତା ତେବେ ଏହା ହୁଏତ ଆମ ପରିବାରିକ ସମ୍ବନ୍ଧରେ ଚାପ ପକାଇଥାନ୍ତା। କିନ୍ତୁ ସେ ଶାକାହାରୀ ହୋଇ ବଡ଼ ହୋଇଛି ଏବଂ ଏହା ତାକୁ ଜଣେ ଭଲ ମଣିଷ ଭାବେ ଗଢିତୋଳିଛି। ମୋ ଦେଖିବା ଭିତରେ ଅନସୂୟା ହେଉଛି ସବୁଠୁ ନମ୍ର। ରାସ୍ତାରେ ଚାଲୁଥିବା ଗେଣ୍ଡାଗୁଡିକ ଉପରେ ଯେପରି ଗାଡି ଚଢି ନ ଯାଏ ସେଥିପ୍ରତିି ଦୃଷ୍ଟି ରଖି ସେଗୁଡିକୁ ରାସ୍ତାର ଗୋଟିଏ ପାଖକୁ ନେଇଆସେ। ଏହା ଆମେ ତାକୁ ଶିକ୍ଷା ଦେଇନୁ। ଏପରିକି ତା’ ଶିକ୍ଷକମାନେ କୁହନ୍ତି, ପ୍ରତ୍ୟେକଙ୍କୁ ସମ୍ମାନ ଦେବାରେ ସେ ଭିନ୍ନ। ମୋତେ ଲାଗୁଛି ଓ ଏହାର ମୂଳକଥା ହେଉଛି, ଆମେ ତାକୁ ଶାକାହାରୀ ହେବାକୁ ଦେଇଛୁ ଏବଂ ତାକୁ ଦୁଇ ବର୍ଷ ବୟସରୁ ଖାଦ୍ୟ ସମ୍ପର୍କରେ ବୁଝାଇଛୁ। କେତେଜଣ ଅଭିଭାବକ ସେମାନଙ୍କ ପିଲାଙ୍କୁ ଖାଦ୍ୟ ସମ୍ପର୍କରେ ବୁଝାଉଛନ୍ତି? କେତେଜଣ ପୌଷ୍ଟିକ ଆହାର ସମ୍ପର୍କରେ ବୁଝିଛନ୍ତି?
ପିଲାଙ୍କ ଉପରେ ଲଦି ଦିଆଯାଉଥିବା ଆପଣଙ୍କ ପସନ୍ଦର ପ୍ରତ୍ୟେକ କାର୍ଯ୍ୟ ଭଲ, ଯୁକ୍ତିସଙ୍ଗତ କି ନାହିଁ ନିଶ୍ଚିତ ହୁଅନ୍ତୁ ଏବଂ ପରେ ପିଲାକୁ ତାହା କରିବାକୁ ଦିଅନ୍ତୁ। ମୋ ପୁଅର ଆଇକ୍ୟୁ ୧୫୦। ଅନସୂୟା ଅନେକ ଚେସ୍‌ ଚାମ୍ପିୟନଶିପ୍‌ରେ ପ୍ରଥମ ହୋଇଛି ଏବଂ ବହୁବାର ଶ୍ରେଣୀରେ ପ୍ରଥମ ହୋଇଛି। ଯଦି ଆପଣ ଜଣେ ମା’ ହୋଇ ପିଲାଠାରେ କିଛି ଅଦ୍ଭୁତ ଦକ୍ଷତା ଦେଖିବାକୁ ଆଶା ରଖିଛନ୍ତି, ତେବେ ତାଙ୍କ ଶରୀର ଓ ମନ ଦରକାର କରୁଥିବା ସ୍ବାସ୍ଥ୍ୟକର ଖାଦ୍ୟ ଦେବା ଆରମ୍ଭ କରନ୍ତୁ।
ମୋ ଜାଣିବାରେ ଅନେକ ଅଭିଭାବକ ଅଛନ୍ତି ଯେଉଁମାନେ ଗର୍ବର ସହ କୁହନ୍ତି, ମୋ ପିଲା ପରିବା ତରକାରିକୁ ଘୃଣା କରେ। ବାସ୍ତବରେ ପିଲାଙ୍କୁ ଲାଳନପାଳନ କରିବାର ଏହା ଏକ ଖରାପ ଉଦାହାରଣ। ଯଦି ତିନିବର୍ଷର ପିଲାଟିଏ କୌଣସି ଏକ ପରିବା ଖାଇବାକୁ ମନା କରେ ସେମାନେ ପ୍ରଥମେ ତାହାକୁ ତା’ର ଖାଦ୍ୟ ତାଲିକାରୁ ବାହାର କରିଦିଅନ୍ତି। କିନ୍ତୁ ଆଜି ପିଲା ଯେଉଁ ଖାଦ୍ୟ ଖାଇବାକୁ ମନା କରୁଛି, ତିନି-ଚାରିଥର ଚେଷ୍ଟା କଲେ ସେ ଖାଦ୍ୟକୁ ସେ ଗ୍ରହଣ କରିନେବ। (ଏଠାରେ ମୁଁ ଚିନି କଥା ଆଦୌ କହୁନାହିଁ।) ଏମାନେ ସେହି ଅଭିଭାବକ ଯେଉଁମାନେ ନିଜେ ସମ୍ଭବତଃ ପରିବା ଖାଇବାକୁ ଭଲ ପାଆନ୍ତିନି ଏବଂ ସେମାନେ ଖାଉଥିବା ଖାଦ୍ୟ ପିଲାମାନଙ୍କୁ ଖାଇବା ପାଇଁ ବାଧ୍ୟ କରିଥାନ୍ତି।
ଯଦି ତୁମ ପିଲା ମେଦବହୁଳତା କିମ୍ବା ମଧୁମେହର ଶିକାର ହୋଇଛି, ତେବେ ସେମାନଙ୍କୁ ସପ୍ତାହରେ ଦୁଇଥର ପିଜା, ମିଠା ଜିନିଷ, ବର୍ଗର ଖାଇବାକୁ ଦେବା କିମ୍ବା ମାଇକ୍ରୋଓ୍ବେଭରେ ଖାଦ୍ୟ ଗରମ କରି ଖୁଆଇବା ଏହାର ମୁଖ୍ୟ କାରଣ। ଅଭିଭାବକମାନେ ପିଲାମାନଙ୍କୁ ମ୍ୟାକ୍‌ଡୋନାଲ୍ଡସ୍‌, ଜଙ୍କଫୁଡ୍‌ ଓ ମିଠା, ଅଧିକ ଚିକେନ କିମ୍ବା ମିଟ୍‌ ସ୍ୟାଣ୍ଡଓ୍ବିଚ୍‌ ଖାଇବାକୁ ବାଧ୍ୟ କରିବା ଉଚିତ ନୁହେଁ। ଏ କ୍ଷେତ୍ରରେ ଅଭିଭାବକମାନେ ସେମାନଙ୍କ ପିଲାକୁ ଶୁଦ୍ଧଶାକାହାରୀ ରଖିପାରନ୍ତି ନାହିଁ। ସେମାନେ ତାକୁ କେବଳ ଫଳ ଖାଇବାକୁ ଦେବା ସ୍ବାସ୍ଥ୍ୟ ଲାଗି ହାନିକାରକ ଚିକେନ ସୁପ୍‌ (ପରୀକ୍ଷାଗାରରେ ବ୍ୟାକ୍ଟେରିଆ ବୃଦ୍ଧି କରିବା ଲାଗି ଚିକେନ୍‌ ସୁପ୍‌ ବ୍ୟବହାର କରାଯାଏ) ଦେବା ପରି ମୂର୍ଖତା। ଭାରତରେ ବହୁ ପିଲା ସ୍ବତଃସ୍ଫୂର୍ତ୍ତ ଭାବେ ଶୁଦ୍ଧଶାକାହାରୀ। ଦେଖନ୍ତୁ ସେମାନେ କେତେ ଭଲ କରୁଛନ୍ତି। ପିଲାଙ୍କ ମେଦବହୁଳତା କଥା ସବୁବେଳେ କୁହାଯାଉଛି, କିନ୍ତୁ ଏଥିପାଇଁ ଲଜ୍ଜା ଲାଗୁନି। ଖରାପ ଖାଦ୍ୟ ଖାଇ ଅଙ୍ଗ ଅଚଳ ହେବା ଯୋଗୁ ମୃତ୍ୟୁ ଘଟିଥିବା ପିଲାର ଅଭିଭାବକଙ୍କ ଉପରେ ଖବରକାଗଜରେ ପ୍ରକାଶିତ ଏକ ପ୍ରବନ୍ଧ ପାଇବାକୁ ଚେଷ୍ଟା କରନ୍ତୁ ତ। ଦେଖିବେ ଏହା କେବେ ବି ପ୍ରକାଶ ପାଇ ନ ଥିବ।
ଲୋକଙ୍କ ମଧ୍ୟରେ ଆଉ ଏକ ଅଦ୍ଭୁତ କଥା ମୁଁ ଦେଖେ ଯେ, ଯଦି ଧାର୍ମିକ କାରଣରୁ ପିଲାଟି ଶାକାହାରୀ ହୋଇଛି ତେବେ ଭଲ। କିନ୍ତୁ ଆପଣ ଯଦି ପିଲାର ସ୍ବାସ୍ଥ୍ୟ, ପରିବେଶ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାଣୀ ନିର୍ଯାତନାକୁ ଦୃଷ୍ଟିରେ ରଖି ପିଲାକୁ ଶାକାହାରୀ କରିଛନ୍ତି ତେବେ ମୌଳବାଦୀ ଭାବେ ଗଣାଯିବେ। ନୈତିକ ନିଷ୍ପତ୍ତିଠାରୁ ଧାର୍ମିକ ନିଷ୍ପତ୍ତିକୁ ସମାଜ ଗୁରୁତ୍ୱଦେବା ବାସ୍ତବରେ କେତେ ଅଜବ।
ପୃଥିତ୍ବୀ ବଦଳୁଛି। ଆଗେ ଶୁଦ୍ଧଶାକାହାରୀଙ୍କୁ ଲୋକେ ପୁରୁଣାକାଳିଆ ଓ ପାଗଳ ବୋଲି ବେଶି ଭାବୁଥିଲେ। ଏବେ କିନ୍ତୁ ଶୁଦ୍ଧ ଶାକାହାରବାଦୀମାନେ ଏକ ଶ୍ରେଷ୍ଠ ଶ୍ରେଣୀର ବ୍ୟକ୍ତିଙ୍କ ସମାହାର ଭାବେ ଗଣା ହେଉଛନ୍ତି। ପୃଥିତ୍ବୀ ପ୍ରତି ପ୍ରତିବଦ୍ଧତା, ସେମାନଙ୍କ ପାଇଁ ଓ ସେମାନଙ୍କ ପିଲାଙ୍କ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ଆଗ୍ରହ ପ୍ରକାଶ କରିଛି ଶାକାହାରବାଦ। ମାଂସାହାରୀମାନେ ଏବେ ପଛରେ ରହିଯାଇଛନ୍ତି। ନିଜର ସ୍ବାସ୍ଥ୍ୟ ନଷ୍ଟ ସହ ଅନ୍ୟ ଜୀବଙ୍କୁ ନଷ୍ଟ କରିବା ଆଉ ବେଶି ଦିନ ଚଳିବନି। ଯେତେବେଳେ ପିଲାଙ୍କୁ ଖୁଆଉଛନ୍ତି, ବାଇବେଲର ସେହି ‘ଦୟାଳୁ ବ୍ୟକ୍ତି ଧନ୍ୟ କାରଣ ସେମାନେ ଈଶ୍ୱରଙ୍କ ଦୟା ପ୍ରାପ୍ତ ହୁଅନ୍ତି’ (blessed are the merciful, for they will be shown mercy.) ପରି ଅମୃତ ବାଣୀକୁ ସବୁବେଳେ ମନେ ପକାନ୍ତୁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri