‘ଶିଶୁପାଳଗଡ଼ ଗଡ଼ଖାଇର ହେବ ପୁନରୁଦ୍ଧାର’

ପୁରୁଣା ଭୁବନେଶ୍ୱର, ୨୫ା୨ (ଡି.ଏନ.ଏ.): ଐତିହ୍ୟ ସଂରକ୍ଷିତ ରଖିବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯେତେ ଘୋଷଣା, ଯୋଜନା ପ୍ରସ୍ତୁତ କଲେ ମଧ୍ୟ ଜବରଦଖଲ ଯୋଗୁ ଏସବୁ କାର୍ଯ୍ୟ ଆଗେଇ ପାରୁନାହିଁ। ଜବରଦଖଲ ଯୋଗୁ ବର୍ଷ ବର୍ଷ ହେବ ପରସ୍ପରକୁ ଦୋଷାରୋପ ଭିତରେ ଶିଶୁପାଳଗଡ଼ ଗଡ଼ଖାଇ ନିଶ୍ଚିହ୍ନ ହେବାକୁ ବସିଲାଣି। ୨୦୦୦ବର୍ଷ ତଳର ଐତିହ୍ୟ ସୁରକ୍ଷା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଏହାର ପୁନରୁଦ୍ଧାର କରାଯିବ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ଶିଶୁପାଳଗଡ଼ର ଚତୁଃପାର୍ଶ୍ୱରୁ ଶତ୍ରୁ ଭିତରକୁ ପଶି ନ ପାରିବା ଲାଗି ଗଡ଼ଖାଇ ଖୋଳା ଯାଇଥିଲା। ଶିଶୁପାଳଗଡ଼ର ଚତୁଃପାର୍ଶ୍ୱରେ ଗନ୍ଧବତୀ ନଦୀ ବର୍ତ୍ତମାନର ଗଙ୍ଗୁଆ ନାଳ ରହିଛି। କେତେକ ଦିଗରେ ବଡ଼ ବଡ଼ ଜଳାଶୟ ଓ ନାଳ ସୁରକ୍ଷା ନେଇ ଖୋଳା ଯାଇଥିଲା। କାର୍ଲିଫର୍ନିଆ ଓ ଜର୍ମାନୀର ବହୁ ଗବେଷକଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଐତିହାସିକଙ୍କୁ ଗଡଖାଇ ଆକୃଷ୍ଟ କରିଥିଲା। ମୁଖ୍ୟଗଡ଼ର ମୋଟ ୧୧୯୦ ମିଟର ଲମ୍ବ ଓ ୧୧୫୦ ମିଟର ପ୍ରସ୍ତ ରାମପାର୍ଟ ଓ ଗଡ଼ଖାଇର ବିଭିନ୍ନ ଅଂଶ ଅବାଧ ଭାବେ କାଟି ଓ ପୋତି ଜବରଦଖଲ କରାଯାଇଛି। ଏବେ ଏଠାକାର ଜମିକୁ ବିକ୍ରି କରାଯିବା ପରେ ଗୃହ ନିର୍ମାଣ କରାଯାଉଛି। ଏଥିସହ ଶିଶୁପାଳଗଡ଼ର ଶିଳାକୁ ନେଇ ଏକ ଶିବ ଲିଙ୍ଗ ସଦୃଶ କରାଯାଇଥିବା ଦେଖିବାକୁ ମିଳିଛି।

ପୁନରୁଦ୍ଧାର ପାଇଁ ଜବରଦଖଲ ହେବ ଉଚ୍ଛେଦ

ରାଜ୍ୟ ସରକାରଙ୍କୁ ଦୋଷାରୋପ କରି ଆସୁଥିବା ଏଏସ୍‌ଆଇ ବିଳମ୍ବରେ ହେଲେ ମଧ୍ୟ ଶିଶୁପାଳଗଡ଼ ପୁନରୁଦ୍ଧାର କରିବାକୁ ସକ୍ରିୟ ହୋଇଉଠିଛି। ଏ ନେଇ ଏଏସ୍‌ଆଇ ବରିଷ୍ଠ ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି, ଭୁବନେଶ୍ୱର ସର୍କଲ ମୁଖ୍ୟ ପୁରାତତ୍ତ୍ୱ ଅଧୀକ୍ଷଣ ଅଧିକାରୀ ପ୍ରତ୍ୟକ୍ଷ ଭାବେ ଗଡ଼ ଅଞ୍ଚଳ ବୁଲି ଦେଖିଥିଲେ। ଏଥିସହ ଶିଶୁପାଳଗଡ଼ ଓ ଗଡ଼ଖାଇର ସୁରକ୍ଷାକୁ ଦୃଷ୍ଟିରେ ରଖି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ବୈଠକରେ ସ୍ଥିର ହୋଇଛି। ମୌଳିକ ସୁବିଧା ଆଳରେ ରାଜ୍ୟ ସରକାର ଅବଗତ ଥାଇ ମଧ୍ୟ ବିଭିନ୍ନ ବିଭାଗ ପକ୍ଷରୁ ବିଦ୍ୟୁତ୍‌, ପାଣି ଓ ରାସ୍ତା ପରି ସେବା ଯୋଗାଇ ଦେଇଛନ୍ତି। ଏଥିଯୋଗୁ କିଛିଟା ଅସୁବିଧା ଦେଖାଦେଇଛି। ଆମ ବିଭାଗ ପକ୍ଷରୁ ପୁନର୍ବାର ଏ ନେଇ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇବା ପରେ ଖନନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ଜଣାଇଛନ୍ତି। ତାଙ୍କ ମତରେ କେବଳ ଏଏସ୍‌ଆଇ ନୁହେଁ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ପୁରାତତ୍ତ୍ୱ ଅଧିକାରୀ ଡ. ବି.କେ. ରଥ ବିଭିନ୍ନ ସମୟରେ ସ୍ଥାନୀୟ ପୋଲିସ ଓ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ଏଭଳି ସଙ୍କଟ ଦେଖାଯାଇଥିବା କହିଛନ୍ତି।

  ରାମପାର୍ଟ ପରେ ଗଡ଼ଖାଇକୁ ପୋତିବା ଆରମ୍ଭ

ଶିଶୁପାଳଗଡ଼ର ମୁଖ୍ୟ ଗଡ଼କୁଦ ଅବା ରାମପାର୍ଟ ଓ କୀର୍ତ୍ତିରାଜି ସ୍ଥଳଗୁଡ଼ିକୁ ଐତିହ୍ୟ ନାମରେ ରେକର୍ଡ ନ କରାଇ ରାଜସ୍ବ ଦସ୍ତାବିଜରେ ରକ୍ଷିତ, ଅନାବାଦୀ ଓ ଗ୍ରାମ୍ୟ ଜଙ୍ଗଲ ପରି କରାଯାଇଛି। ଫଳରେ ମୌଳିକ ସୁବିଧା ମିଳିବାରେ ଜବରଦଖଲକାରୀଙ୍କୁ ଏହା ସୁହାଉଛି। ଫଳରେ ଜବରଦଖଲ ସମସ୍ୟା ବଢି ଚାଲିଛି। କେତେକ କ୍ଷେତ୍ରରେ ରାଜସ୍ବ ଅଧିକାରୀ ଚଞ୍ଚକତା କରି ଜମିର କିସମ ବଦଳାଇ ଘରବାରି କରିଛନ୍ତି। ଶିଶୁପାଳ, ଲିଙ୍ଗିପୁର, ମହାଭୋଇ ଶାସନ, ବଡ଼ଧାନପୁର ଆଦି ମୌଜାର ବିଭିନ୍ନ ସ୍ଥଳ ଭାଗ ଜବରଦଖଲକାରୀ ପୋତି ଦେଇଛନ୍ତି। ଏବେ ଗଡ଼ଖାଇ ଓ ଜଳାଶୟ ରହିଥିବା ଅଞ୍ଚଳ ପୋତି ଜବରଦଖଲ କରିବାକୁ ମଡ଼ାଣ ଦେଇ ବିକ୍ରି ଆରମ୍ଭ କରିଛନ୍ତି। ବଡ଼ଧାନପୁର ମୌଜାର ଖାତା ନଂ. ୨୫୨, ପ୍ଲଟ ନଂ. ୩୭, ମୋଟ ୩୮୫ ଜଳାଶୟ ରହିଥିବାବେଳେ ଏହାକୁ ଲାଗି କରି ପ୍ଲଟ ନଂ. ୩୮ ରାମପାର୍ଟ ରହିଛି। ମାତ୍ର ଏହି ଜଳାଶୟକୁ ପୋତି ରାମପାର୍ଟ କାଟି ଏଠାରେ ରାସ୍ତା ନିର୍ମାଣ କରାଯାଉଛି।

୭ ବର୍ଷ ହେବ ରାଜ୍ୟ ସରକାରଙ୍କ ସର୍ଭେ ସରିନି

ଶିଶୁପାଳଗଡ଼ ସୁରକ୍ଷା ବିପନ୍ନ ହେବା ଯୋଗୁ ରାଜ୍ୟ ସରକାର ବିଶ୍ୱ ସ୍ତରରେ ଢେର ଅପନିନ୍ଦା ମୁଣ୍ଡାଇଛନ୍ତି। ୨୦୧୩ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲା ପ୍ରଶାସନକୁ ଶିଶୁପାଳଗଡ଼ ଓ ଚତୁଃପାର୍ଶ୍ୱ ସ୍ଥିତି ପରଖି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଜଣାଇଥିଲେ। ତତ୍‌କାଳୀନ ଖୋର୍ଦ୍ଧା ଜିଲାପାଳ ମାତ୍ର ୧ ମାସ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ଶିଶୁପାଳଗଡ଼ ଅଞ୍ଚଳରେ ଜବରଦଖଲକାରୀଙ୍କ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣାଇଥିଲେ। ସେତେବେଳର ଆରଡିସି ମଧ୍ୟ ସର୍ଭେ ରିପୋର୍ଟ ଜିଲା ପ୍ରଶାସନକୁ ଦେଇଥିଲେ। ପରେ ଏହି ଐତିହ୍ୟ ସୁରକ୍ଷା ନେଇ ସ୍ଥାୟୀ ପ୍ରତିକାର କରାଯିବ ବୋଲି ଜଣାଇଥିଲେ। ଆଇଆଇଟି ପ୍ରଫେସର ସଂଘମିତ୍ରା ସାହୁ ବିଡିଏର ନକ୍ସା ପ୍ରସ୍ତୁତିରେ ମୁଖ୍ୟ ଭୂମିକା ନେଇଥିଲେ। ଶିଶୁପାଳଗଡ଼ ଅଞ୍ଚଳରେ ଜବରଦଖଲ ପରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନେଇ ରାଜ୍ୟ ସରକାର ଓ ବିଡିଏ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା ମଧ୍ୟ ଉଲ୍ଲେଖ ରହିଛି। ମାତ୍ର ଦୀର୍ଘ ୭ ବର୍ଷ ହେବ ରାଜ୍ୟ ସରକାରଙ୍କ ସର୍ଭେ ରିପୋର୍ଟ ପ୍ରସ୍ତୁତ ହୋଇପାରି ନ ଥିବାରୁ ସମସ୍ତ ଅଧିକାରୀଙ୍କ ପାରିବା ପଣିଆ ଓ ଆନ୍ତରିକତା ପଦାରେ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ, ସୁଶାନ୍ତ ନାଥ ଗୃହ ବିଭାଗକୁ ବଦଳି, ଜାଣନ୍ତୁ ଆଉ କାହାକୁ କେଉଁଠିକୁ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆଇପିଏସ୍‌ ସ୍ତରରେ ଏହି ଅଦଳବଦଳରେ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲା ଏସ୍‌ପି ପର୍ଯ୍ୟନ୍ତ ଅନେକଙ୍କୁ…

ରାଇକିଆ ବ୍ଲକ୍‌ରେ ସ୍ଥିତି ସୁଧୁରିନି, ପୁଣି ଘାରିଲା ବର୍ଷା ଭୟ

ରାଇକିଆ, ୧।୧୧ (ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ପରେ ପୁଣି ଏକ ବାତ୍ୟା ଆଶଙ୍କା ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ତିନି…

ମାଛ ଧରିବାକୁ ଯାଇଥିଲେ କର୍ଣ୍ଣାଟକ, ସମୁଦ୍ରରେ ଚାଲିଗଲା ଜୀବନ

ବଡ଼ଗାଁ, ୩୧/୧୦ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲାରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ଜଣେ ଯୁବକଙ୍କ କର୍ଣ୍ଣାଟକ…

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ଗିରଫ

ବ୍ରହ୍ମପୁର, ୧/୧୧ (ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଡକ୍ରସ ପାଣ୍ଠିରୁ ୮.୬୩ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଜିଲାପାଳଙ୍କ…

ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବେ ରୋହିତ ଶର୍ମା; ଜାଣନ୍ତୁ ସେ କେତୋଟି ମ୍ୟାଚ ଖେଳିବେ

ନୂଆଦିଲ୍ଲୀ,୧।୧୧: ରୋହିତ ଶର୍ମା ମୁମ୍ବାଇ ଦଳକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମୁମ୍ବାଇ କ୍ରିକେଟ ଆସୋସିଏସନ (MCA) କୁ ଜଣାଇଛନ୍ତି ଯେ, ଡିସେମ୍ବରରେ ହେବାକୁ ଥିବା ‘ବିଜୟ…

ରାତି ଅଧରେ ଘରେ ପଶି ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା: ପୁଅ ଗୁରୁତର,  ପଡ଼ୋଶୀ ଅଟ ଥିବା ସୂଚନା

କୋରୁକୋଣ୍ଡା, ୧/୧୧ (ଅଶୋକ କୁମାର ପରିଡ଼ା): ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ସେମାନଙ୍କ ୧୨ ବର୍ଷୀୟ ପୁଅକୁ ମରଣାନ୍ତକ ଆକ୍ରମଣ…

ମାଟିରେ ମିଶିଲା ଇନ୍ଦ୍ରଗଡ଼ ପଞ୍ଚାୟତ କାର୍ଯ୍ୟାଳୟ

ରାଇକିଆ, ୧/୧୧ (ପ୍ରଦୀପ ବେହେରା): ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିବା ଇନ୍ଦ୍ରଗଡ଼ ପଞ୍ଚାୟତ ଉପରେ ଫୋକସ୍ କରିଛି କନ୍ଧମାଳ ଜିଲା ପ୍ରଶାସନ। ମାଣିକେଶ୍ୱର ପରେ ଏହି…

କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?