ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବାକୁ ଝାରସୁଗୁଡ଼ା ଜିଲା ପ୍ରଶାସନର ନୂତନ ଗାଇଡ୍‌ଲାଇନ

ଝାରସୁଗୁଡ଼ା ଅଫିସ,୨୪ା୪- ଝାରସୁଗୁଡ଼ା ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ଅନୁଷ୍ଠାନ ତଥା ଖଣିଜ ଉପତ୍ାଦନ ପ୍ରତିଷ୍ଠାନ ନିମନ୍ତେ ଗୁରୁବାର ଜିଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖ୍ୟ ତଥା ଜିଲାପାଳ ସରୋଜ କୁମାର ସାମଲ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏକ ଭିଡିଓ ମାଧ୍ୟମରେ ସେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲାପାଳ ସାମଲଙ୍କ ସୂଚନା ମୁତାବକ ଲକ୍‌ଡାଉନ ସମୟରେ ଖଣି ପ୍ରତିଷ୍ଠାନ ବନ୍ଦ କରାଯାଇ ନ ଥିଲା। ଏବେ ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। ସମସ୍ତ କର୍ମଚାରୀ ଓ ଅଧିକାରୀ ମାସ୍କ ପିନ୍ଧିବାକୁ ବାଧ୍ୟ। ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରୁ ୭୫ପ୍ରତିଶତଙ୍କୁ ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ରଖିବାର ବ୍ୟବସ୍ଥା ହେବ ା ଅବଶିଷ୍ଟଙ୍କୁ ଯିବା ଆସିବା ପାଇଁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା କରାଯିବ। ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ରହୁଥିବା କର୍ମଚାରୀ ଓ ଗାଡିରେ ଯାଉଥିବା କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଶିଳ୍ପ ପ୍ରତିଷ୍ଠାନ ଭିତରେ କାର୍ଯ୍ୟ ହେଉଥିବା ସ୍ଥାନରେ ବିଭିନ୍ନ ସମୟରେ ସାନିଟାଇଜ କରିବାକୁ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ୬୦ ବର୍ଷରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ବାରଣ କରାଯାଇଛି। କୌଣସି କର୍ମଚାରୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଜିଲା ପ୍ରଶାସନ କିମ୍ବା ଜିଲା ସ୍ବାସ୍ଥ୍ୟ ବିଭାଗକୁ ଯୋଗଯୋଗ କରିବାକୁ କୁହାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ମାନି ସହଯୋଗ କରିବାକୁ ଜିଲାପାଳ ସାମଲ ଅନୁରୋଧ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଗୁଳି ଫୁଟିଲା, ଜଣେ ଗୁରୁତର

ଫୁଲବାଣୀ ଅଫିସ, ୨୨ା୬-ଖଜୁରିପଡା ବ୍ଲକ ସଦର ଥାନା ମାଣିଶ୍ୱର ଜଙ୍ଗଲରେ ଗୁଳି ଫୁଟିଛି। କାଠ କାଟୁଥିବା ବେଳେ ଗୁଳି ଆସି ଜଣେ ଯୁବକଙ୍କ ଗୋଡରେ ବାଜିଛି।...

ଚାନ୍ଦା କରି ଷ୍ଟ୍ରିଟ୍‌ ଲାଇଟ ଲଗାଇଲେ ଯୁବଗୋଷ୍ଠୀ

ପଟ୍ଟାଙ୍ଗୀ,୬।୩(ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ସଦର ମହକୁମାରେ ଷ୍ଟ୍ରିଟ୍‌ ଲାଇଟ ସୁବିଧା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଏନେଇ ବାରମ୍ବାର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇ...

କଟକରୁ ଆଜି ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨୬।୯-କଟକ ସହରରୁ ଆଜି ଆଉ ୨୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୨୯ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୯୮...

ଭାରସାମ୍ୟ ହରାଇ ଜଳଖିଆ ଦୋକାନରେ ପଶିଲା ବାଇକ୍‌: ଜଣେ ମୃତ, ଦୁଇ ଗୁରୁତର

ବୌଦ୍ଧ,୩୧।୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ହରେକୃଷ୍ଣପୁର ଶିବମନ୍ଦିରଠାରେ ଶନିବାର ସକାଳେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି।...

ଶ୍ରୀଗୁଣ୍ଡିଚା ଯାତ୍ରା: ସକାଳ ୭ରୁ ପହଣ୍ଡି, ମଧ୍ୟାହ୍ନ ୧୨ରୁ ରଥଟଣା

ପୁରୀ ଅଫିସ,୨୨।୬: ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ୩ ରଥରେ ବିଜେ କରି ମାଉସୀ ମା’ଙ୍କ ମନ୍ଦିର ଯାତ୍ରା କରିବେ ଦାରୁଦିଅଁ। ଏ ନେଇ...

ଦୁର୍ଦ୍ଦଶା ଭୋଗୁଛନ୍ତି ୩ଗାଁର ଲୋକେ

ରୂପସା, ୪ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ନଟାକଟା ପଞ୍ଚାୟତର ଅମର୍ଦ୍ଦାରୋଡ଼ ରେଳପଥ କଡ଼ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହା ଉପରେ ନିର୍ଭର...

କାଜୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧାର

ନିରାକାରପୁର,୧୧।୧୧(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ପଞ୍ଚାୟତ ମୋଟା କାଜୁ ଜଙ୍ଗଳରୁ ଟାଙ୍ଗୀ ବ୍ଲକ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈଦ୍ୟନାଥ ସାହୁଙ୍କୁ...

ବେଆଇନ ଭାବେ ଗୋରୁ ହସ୍ତାନ୍ତର ଘଟଣା: ରାଜରାସ୍ତାକୁ ଓହ୍ଲାଇବ ବଜରଙ୍ଗ ଦଳ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ବେଆଇନ ଗୋରୁ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ସୋମବାର ବିଳମ୍ବିତ ରାତିରେ ଜଳେଶ୍ୱରସ୍ଥିତ ବଜରଙ୍ଗ ଦଳର କର୍ମକର୍ତ୍ତା ଓ ଜନସାଧାରଣ ଅଟକାଇ ଜଳେଶ୍ୱର ପୋଲିସକୁ...

Advertisement
Archives

Model This Week