ଶିଳ୍ପାଙ୍କ ପଡୋଶୀଙ୍କୁ କରୋନା !

ମୁମ୍ବାଇ: କରୋନା ଭାଇରସ କାରଣରୁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ଏହି ସମୟରେ ପ୍ରାୟ ସବୁ ସେଲିବ୍ରିଟି ଘରେ ରହି ସମୟ କାଟୁଥିବା ବେଳେ ସମୟ ସମୟରେ ଏମାନଙ୍କର କିଛି ମଜାଳିଆ ଭିଡିଓ ଦର୍ଶକଙ୍କୁ ମନୋରଞ୍ଜନ ଦେଉଛି। ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟିଙ୍କର ଏକ ଟିକ୍‌ଟକ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଦର୍ଶକ ତଥା ତାଙ୍କ ପ୍ରଶଂସକଙ୍କୁ ବେଶ୍‌ ପସନ୍ଦ ଆସିଛି। ଉକ୍ତ ଭିଡିଓରେ ଶିଳ୍ପା ଫୋନରେ କାହାସହ କଥା ହେଉଥିବା ଦେଖାଯାଉଛି। ଏହାପରେ ସେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାକୁ କହୁଛନ୍ତି, ‘ଜାଣିଛ ଆମ ପଡୋଶୀଙ୍କୁ କରୋନା ହୋଇଯାଇଛି’। ଆଉ ଏହା ଶୁଣିବା ପରେ ରାଜ ଡରି ଯାଇଛନ୍ତି। ସେ ସାଙ୍ଗେ ସାଙ୍ଗେ ଓ୍ବାଶରୁମ୍‌ ଯାଇ ହାତମୁହଁ ଧୋଉଛନ୍ତି। ଦର୍ଶକଙ୍କୁ ଏହି ଭିଡିଓଟି ବେଶ୍‌ ପସନ୍ଦ ଆସିଛି। ଏହା ପୂର୍ବରୁ ମଧ୍ୟ ଶିଳ୍ପାଙ୍କର ଆଳୁ ପରଟାକୁ ନେଇ ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆରମ୍ଭ ହେବ ଲାଇଟ୍‌, କ୍ୟାମେରା, ଆକ୍ସନ: ପ୍ରଥମ ଶୁଟିଂ ତାଲିକାରେ ଏହିସବୁ ଫିଲ୍ମ

ମୁମ୍ବାଇ: ଲକ୍‌ଡାଉନ୍‌ର ଦୁଇ ମାସ ପରେ ଆରମ୍ଭ ହେବାକୁ ଯାଉଛି ଲାଇଟ୍‌, କ୍ୟାମେରା ଆକ୍ସନ୍‌। ଅର୍ଥାତ୍‌ କରୋନା ମହାମାରୀ ଯୋଗୁ ଅଟକି ରହିଥିବା ଭାରତୀୟ ଫିଲ୍ମର...

ସମସ୍ତଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ଏମିତି କହିଥିଲେ ଶାଶୁ ଜୟା ବଚ୍ଚନ, କାନ୍ଦି ପକାଇଥିଲେ ଅଭିନେତ୍ରୀ

ମୁମ୍ବାଇ: ନୀଳନୟନା ତଥା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ତାଙ୍କ ଫିଲ୍ମ କ୍ୟାରିୟରରେ ଦର୍ଶକଙ୍କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଐଶ୍ୱର୍ଯ୍ୟା ଏମିତି ଜଣେ...

ଶୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଥିବା କନିକାଙ୍କୁ ଫ୍ଲାଟରେ ଏଣ୍ଟ୍ରି ପାଇଁ ମନାକଲା ସୋସାଇଟି

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୨ଠାରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। ଫଳରେ କଳାକାରମାନେ ହାତବାନ୍ଧି ଘରେ ବସି ରହିଛନ୍ତି।...

ବିବାହ ପରେ ଅଭିନୟ ଛାଡ଼ିବାକୁ ଚାହୁଁଥିଲେ ଅନୁଷ୍କା: ଭାଇରାଲ ହେଉଛି ପୁରୁଣା ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କ ସହ ତାଙ୍କର ଦାମ୍ପତ୍ୟ ଜୀବନକୁ ବହୁତ ଉପଭୋଗ କରୁଛନ୍ତି। ଏବେ ସେ ମା’ ହୋଇସାରିଛନ୍ତି। ଏହାରି...

ସୋନୁ ସୁଦ୍‌ଙ୍କୁ ରାଖୀ ବାନ୍ଧିଲେ ଜଣେ ମହିଳା: ଜବାବରେ ଅଭିନେତା କହିଲେ…

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ବ୍ୟାପିଛି। ଏହି ଭୂତାଣୁ ସଂକ୍ରମଣ ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ସାରା ଦେଶରେ ଲୋକମାନେ...

ଅସୁସ୍ଥତା ପରେ ଶୁଟିଂସେଟ୍‌କୁ ଫେରିଲେ ସାମନ୍ଥା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁ କିଛି ସମୟ ପୂର୍ବରୁ ପ୍ରଶଂସକଙ୍କ ସହ ଏକ ସୂଚନା ଶେୟାର କରିଛନ୍ତି, ଏଥିରେ ସେ ଲେଖିଛନ୍ତି, ସେ ଅଟୋ-ଇମ୍ୟୁନୋ...

ନାଗିନ୍‌ଙ୍କ ବ୍ରାଇଡ୍‌ ଲୁକ୍‌:ଫଟୋ ଶେୟାର କରି ଜିତିଲେ ପ୍ରଶଂସକଙ୍କ ହୃଦୟ

ଟିଭି ସିରିଏଲ ନାଗିନ୍‌-୪ରେ ନାଗିନ୍‌ ଭୂମିକାରେ ଅଭିନୟ କରୁଥିବା ନିଆ ଶର୍ମା ପ୍ରାୟତଃ ପ୍ରଶଂସକ ପାଇଁ ଫଟୋ ଶେୟାର କରିଥାନ୍ତି। ନିଆ ପୁଣି ଇନ୍‌ଷ୍ଟାଗ୍ରାମରେ ବ୍ରାଇଡ୍‌...

‘ପଠାନ’ ରେକର୍ଡ ଭାଙ୍ଗିଲା ‘ଯବାନ’

ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଯବାନ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମଟି ପ୍ରଥମ ଦିନରେ ଜବରଦସ୍ତ ଆୟ କରିଛି। ଏହା ଦେଶର ସବୁଠୁ ବଡ...

Advertisement
Archives

Model This Week