Posted inଜାତୀୟ

ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ସରକାର ୬ ମାସରୁ ଅଧିକ ଦିନ ତିଷ୍ଠି ପାରିବନି:ଫଡନବୀଶ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ ମଧ୍ୟ ସରକାର ଗଠନ ନେଇ ଆଲୋଚନା ଜାରି ରହିଛି। ଯଦି ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବରେ ସରକାର ଗଠନ କରନ୍ତି ତେବେ ୬ ମାସରୁ ଅଧିକ ଦିନ ସରକାର ଚଳାଇ ପାରିବେ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି। ଗୁରୁବାର ଭାଜପା ବିଧାୟକଙ୍କ ବୈଠକ ପରେ ସେ ଏହା କହିଛନ୍ତି। ସେପଟେ ସରକାର ଗଠନ ପାଇଁ ଶିବସେନା ଏନସିପି ଏବଂ କଂଗ୍ରେସ ଦଳ ଆଲୋଚନା କରିଛି। ଶିବସେନା ନିଜ ପୂର୍ବ ମତ ଦୋହରାଇ କହିଛି, ଆମ ଦଳର ହିଁ ମୁଖ୍ୟମନ୍ତ୍ରୀ ହେବ। ସୂଚନାଯୋଗ୍ୟ, ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୯ ଦିନ ପରେ କୌଣସି ଦଳ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରି ନ ପାରିବାରୁ ରାଜ୍ୟପାଳ ଭଗତ ସିଂହ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି। ଗତ ନିର୍ବାଚନର୍ଭୋଜପା ୧୦୫ଟି, ଶିବସେନା ୫୬ଟି ଆସନ ଜିତିଥିବା ବେଳେ ଏନସିପି ୫୪ଟି ଓ କଂଗ୍ରେସ ୪୪ଟି ଆସନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୮୧ ଖଣ୍ଡ ଭୋଟରେ ହାରିଗଲେ ପ୍ରାର୍ଥୀ

ଲକ୍ଷ୍ମୌ, ୨୪।୫: ରାଜନୀତିରେ ବିଜୟ-ପରାଜୟ ତ ଲାଗିରହିଛି, କିନ୍ତୁ ଯଦି ଅଳ୍ପ ବ୍ୟବଧାନରେ ପରାଜୟ ଭୋଗିବାକୁ ପଡେ ତେବେ ମନ କଷ୍ଟ ହେବ ନିଶ୍ଚୟ। ସେମିତି...

ବିହାର ବୋର୍ଡ ମାଟ୍ରିକ୍‌ ପରୀକ୍ଷା ଟପ୍ପର ହେଲେ ହିମାଂଶୁ ରାଜ

ପାଟନା,୨୬।୫: ବିହାର ବୋର୍ଡର ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ହିମାଂଶୁ ରାଜ ୯୬.୨୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ମୋଟ ୫୦୦ରୁ...

ଅଳକା ଲାମ୍ବା ହୋଇପାରନ୍ତି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ ଏବେ କଂଗ୍ରେସ ରାଜ୍ୟସ୍ତରର ସଂଗଠନରେ କିଛି ପରିବର୍ତ୍ତନ କରିବାକୁ ଚିନ୍ତା କରିଥିବା ସୂଚନା ମିଳିଛି। ଏହି...

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବେ

ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବୃକ୍ଷରୋପଣର ଏକ ନିଆରା ସୂତ୍ର ବାହାର କରିଛନ୍ତି। ‘ହରିୟାଲି ଦଣ୍ଡ’ ବା ‘ସବୁଜ ଦଣ୍ଡ’ ନାମକ...

ବିହାରରେ ପୁଣି ଶାସନ ଡୋରି ଧରିବ ଜେଡିୟୁ-ଭାଜପା ମେଣ୍ଟ

ବୈଶାଳି,୧୬।୧: ବିହାରରେ ପୁଣି ଥରେ ଶାସନ ଡୋରି ଜେଡିୟୁ-ଭାଜପା ମେଣ୍ଟ ହାତକୁ ଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ...

କରୋନା ପାଇଁ ଶରୀର ଦାନ କରିବାକୁ ପ୍ରସ୍ତୁତ ଦିଲ୍ଲୀର ପ୍ରଥମ ପ୍ଲାଜମା ଡୋନର

ନୂଆଦିଲ୍ଲୀ,୨୭।୪: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଗ୍ରାସ କରିବାରେ ଲାଗିଛି। ଏହି ଯୁଦ୍ଧରେ ବିଜୟୀ ହେବାକୁ...

ସୌଦି ତେଲ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା:ଭାରତକୁ ତୈଳ ଯୋଗାଣ ପ୍ରଭାବିତ ହେବନି

ନୂଆଦିଲ୍ଲୀ,୨୦-୯: ସୌଦି ଆରବ ତେଲ ଉତ୍ପାଦନ ପ୍ରଭାବିତ ହେବା ପରେ ଏହାର ପ୍ରଭାବ ଭାରତ ଉପରେ ପଡିଛି। ଆଗାମୀ ଦିନରେ ଏହି ସମସ୍ୟା ଲାଗି ରହିବା...

ପେଟ୍ରୋଲ-ଡିଜେଲ ଦାମ ବଢ଼ାଇ ୧୮ ଲକ୍ଷ କୋଟି ଆଦାୟ କରିଛନ୍ତି ମୋଦି: ସୋନିଆ

ନୂଆଦିଲ୍ଲୀ, ୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି...

Coronavirus Update


Archives

Model This Week

Why Dharitri