ଶିକ୍ଷୟିତ୍ରୀଙ୍କ ଗହଣା ଲୁଟିନେବା ପରେ ବଳାତ୍କାର ଉଦ୍ୟମ

ଦିଗପହଣ୍ଡି,୧୬ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ବୋମା ମାଡ଼, ହତ୍ୟା ଉଦ୍ୟମ, ଲୁଟ, ଛିନ୍‌ତାଇ ଭଳି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହେଉଛି। ଗୁରୁବାର ସ୍ବାଧୀନତା ଦିବସ ପାଳନ ପାଇଁ ବିଦ୍ୟାଳୟକୁ ଯାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ମହୁଡ଼ା-ନରସିଂହପୁର ଗ୍ରାମ ନିଛାଟିଆ ରାସ୍ତାରେ ଲୁଟ୍‌ ପରେ ବଳାତ୍କାର ଉଦ୍ୟମ ହୋଇଛି। ଦୁର୍ବୃତ୍ତଜଣକ ଶିକ୍ଷୟିତ୍ରୀଙ୍କଠାରୁ ଗହଣା ଲୁଟିନେବାପରେ ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଏତଲା ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଗୁରୁବାର ସକାଳେ ସ୍ବାଧୀନତା ଦିବସ ପାଳନ ପାଇଁ ଦିଗପହଣ୍ଡି ଥାନା ଅଞ୍ଚଳରେ ଶିକ୍ଷାଦାନ କରୁଥିବା ବିଦ୍ୟାଳୟକୁ ସ୍କୁଟି ଯୋଗେ ଯାଉଥିଲେ। ସକାଳ ପ୍ରାୟ ୮ଟାରେ ମହୁଡ଼ା-ନରସିଂହପୁର ଗ୍ରାମ ନିଛାଟିଆ ରାସ୍ତାରେ ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକାଇ ଆକ୍ରମଣ କରିବା ସହ ୩ ଭରି ଓଜନର ସୁନାହାର ଓ କାନଫୁଲ ଲୁଟି ନେଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣକ ତାଙ୍କୁ ବୁଦା ମୂଳକୁ ଟାଣିନେଇ ବଳାତ୍କାର ଉଦ୍ୟମ କରିଥିଲେ। ଏପରିକି ତଣ୍ଟି ଚିପି ହତ୍ୟା ଉଦ୍ୟମ ମଧ୍ୟ କରିଥିବା ଏତଲାରେ ଉଲ୍ଲେଖ ରହିଛି। ମାତ୍ର ଶିକ୍ଷୟିତ୍ରୀ ଜଣଙ୍କ କୌଶଳକ୍ରମେ ଦୁର୍ବୃତ୍ତଙ୍କ କବଳରୁ ଖସିଆସି ନିକଟରେ ଥିବା ଗଁା ଆଡକୁ ଦୌଡିଥିଲେ। ଫଳରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ବାଇକ ଯୋଗେ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ଶିକ୍ଷୟିତ୍ରୀ ଜଣଙ୍କ ଘରକୁ ଫୋନ କରି ଜଣାଇଥିଲେ। ପରିବାର ଲୋକେ ପହଞ୍ଚତ୍ ତାଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ନେଇଥିଲେ। ଚିକିତ୍ସା ପରେ ଶିକ୍ଷୟିତ୍ରୀ ଜଣକ ତାଙ୍କ ସ୍ବାମୀଙ୍କ ସହ ଯାଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ଗୌରାଙ୍ଗ ଚରଣ ସାହୁ ନଂ.୧୪୯/୧୯ରେ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି। ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଓ ଆଇଆଇସି ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ସରଜମିନ ତଦନ୍ତ କରିବା ସହ ଶିକ୍ଷୟିତ୍ରୀଙ୍କ ବୟାନ ରେକର୍ଡ କରିଛନ୍ତି। ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ପତ୍ତା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ...

ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ

ପାରାଦୀପ,୭ା୧୨(ଶରତ ରାଉତ)ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri