ଶିକ୍ଷା ବିଭାଗର ବିଚିତ୍ର ନୀତି: ବଳି ପଡ଼ୁଛନ୍ତି ଗରିବ ମେଧାବୀ

ଯାଜପୁର ଅଫିସ,୩ା୯- ବହୁ ଗରିବ ମେଧାବୀ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ଅଭାବରୁ ନିଜ ପ୍ରତିଭାକୁ ହରାଇ ବସୁଥିବା ଅନେକ ନଜିର ରହିଛି। ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ସେନା କର୍ମଚାରୀଙ୍କ ପିଲାଙ୍କୁ କେନ୍ଦ୍ରୀୟ, ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ସ୍ବତନ୍ତ୍ର ସ୍ଥାନ ମିଳୁଛି। ପୁଣି ଏମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ମଧ୍ୟ ବିଭିନ୍ନ ସ୍ଥାନରେ ରହିଛି। ହେଲେ ଗରିବ ମେଧାବୀ ଛାତ୍ରୀଛାତ୍ର ଯେଉଁମାନଙ୍କ ମା’ବାପା ଚାକିରି କରିନାହାନ୍ତି ସେମାନଙ୍କ ପାଇଁ କେବଳ ସରକାରୀ ବିଦ୍ୟାଳୟ ସାହାରା ହୋଇଛି। ସରକାରୀ ସ୍କୁଲରେ ଶିକ୍ଷାର ମାନ କିଭଳି ତାହା କାହାରିକୁ ଅଛପା ନାହିଁ। ଅନେକ ଅବ୍ୟବସ୍ଥା ମଧ୍ୟରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଚାଲିଥିବାବେଳେ ଏଣେ ସରକାର ଶିକ୍ଷା ନୀତିରେ ବିଭେଦ ସୃଷ୍ଟି କରିଚାଲିଛନ୍ତି ବୋଲି ଯାଜପୁର ଲେଖକ ବୁଦ୍ଧିଜୀବୀ ପରିଷଦ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସମସ୍ତ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ଏବଂ ସରକାରୀ ଅନୁମୋଦନପ୍ରାପ୍ତ ବିଦ୍ୟାଳୟ ରହିଥିବାବେଳେ ନବୋଦୟ, ଆଦର୍ଶ ଓ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଉଛି। ତେବେ କେଉଁ ପିଲା କେଉଁଠି ପଢିବେ ତାହାର ଉପଯୁକ୍ତ ନିୟମ ସରକାରଙ୍କ ପକ୍ଷରୁ ପ୍ରଣୀତ ହୋଇନାହିଁ। ଆଦର୍ଶ, କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ ପାଇଁ ବ୍ରିଟିଶ ଅମଳର ନିୟମକୁ ଜୋର ଜବରଦସ୍ତି ଲଦି ଦିଆଯାଇଛି। କେନ୍ଦ୍ର ସରକାର ଏକକ ବାଳିକା ସନ୍ତାନକୁ କେନ୍ଦ୍ରୀୟ, ନବୋଦୟ ଓ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାର ପ୍ରଥମ ସୁଯୋଗ ଦେଇଥିଲେ। ମାତ୍ର ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଏହି ଘୋଷଣାକୁ ଉଲ୍ଲଂଘନ କରି ଚାଲିଛନ୍ତି। ଓଡ଼ିଶାରେ ଖୋଲାଯାଇଥିବା ଏହି ସବୁ ବିଦ୍ୟାଳୟଗୁଡ଼ିକରେ ଅଣଓଡ଼ିଆ ଅଧ୍ୟକ୍ଷ ବ୍ରିଟିଶରାଜ ଚଳାଉଥିବାବେଳେ ମୁଖ୍ୟମନ୍ତ୍ରୀ ନୀରବ ରହିଛନ୍ତି। ସିବିଏସଇ ଢାଞ୍ଚାକୁ ସାରା ଭାରତରେ ସବୁ ରାଜ୍ୟର ବିଦ୍ୟାଳୟ କର୍ତ୍ତୃପକ୍ଷ ମାନି କାର୍ଯ୍ୟକାରୀ କରାଉଛନ୍ତି। କିନ୍ତୁ ଓଡ଼ିଶା ସରକାର ଗୁଣାମତ୍କ ଶିକ୍ଷା ଆଳରେ ବିଦ୍ୟାଳୟର ପ୍ରକାର ଭେଦ ସୃଷ୍ଟି କରୁଛନ୍ତି। ଛାତ୍ରର ନିଜସ୍ବ ମନୋନୟନରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଯୋଗୁ ମେଧାବୀ ଛାତ୍ରୀଛାତ୍ର ନ୍ୟାୟ ପାଇପାରୁ ନାହାନ୍ତି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ଡିଏଭି ଭଳି ବହୁ ଇଂଲିଶ ମାଧ୍ୟମ ସ୍କୁଲ ରହିଛି। କିନ୍ତୁ ଜଣେ ଗରିବ ମେଧାବୀ ଛାତ୍ର ଏଠାରେ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି। ଶିକ୍ଷା ଅଧିକାର ଆଇନରେ ୨୫ପ୍ରତିଶତ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଏବଂ ଅନଗ୍ରସର ପିଲାଙ୍କ ପାଇଁ ପ୍ରାଇଭେଟ ସ୍କୁଲରେ ସିଟ ସଂରକ୍ଷଣ ରଥିବା ବାଧ୍ୟତାମୂଳକ ବୋଲି ୧୨ ଏପ୍ରିଲ ୨୦୧୨ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। କିନ୍ତୁ ଯାଜପୁର ଜିଲାରେ ଆର୍ଥିକ ଅନଗ୍ରସର ପିଲା କୌଣସି ବେସରକାରୀ ସ୍କୁଲରେ ନାମ ଲେଖାଇବାକୁ ସୁଯୋଗ ମିଳୁନାହିଁ। ଫଳରେ ଶିକ୍ଷା ଅଧିକାର ଆଇନ ଏହି ଜିଲାରେ ପ୍ରହସନ ପାଲଟିଛି ବୋଲି ପରିଷଦ ଅଭିଯୋଗ କରିଛି। କେବଳ ବ୍ୟବସାୟକୁ ମାଧ୍ୟମ କରୁଥିବାରୁ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ଅଧିକାର ଆଇନକୁ ଉଲ୍ଲଂଘନ କରିବାରେ ଲାଗିଛନ୍ତି। ଶିକ୍ଷା ବିଭାଗ ପାଖରେ ମଧ୍ୟ ଏନେଇ କୌଣସି ତଥ୍ୟ ନାହିଁ। ଫଳରେ ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ରୀଛାତ୍ର ଗୁଣାମତ୍କ ଶିକ୍ଷା ପାଇବାରୁ ବଞ୍ଚିତ ରହୁଛନ୍ତି। କୌଣସି ନିୟମ ବା ଅର୍ଥ ଯେପରି ବାଧକ ନ ହୁଏ ସେହିଭଳି ଶିକ୍ଷା ନୀତି ପ୍ରଣୟନ କରି ମେଧା ଶକ୍ତି ଓ ପ୍ରତିଭାବାନଙ୍କୁ ସବୁ ପ୍ରକାର ବାସ୍ତବ ପ୍ରୋସତ୍ାହନ ଦେବାକୁ ପରିଷଦର ଆବାହକ ହରେକୃଷ୍ଣ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri