ଶିକ୍ଷକ ବିଳମ୍ବରେ ପହଞ୍ଚିବାରୁ ପ୍ରତିବାଦ: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ପାଟଣା,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଶ୍ୟାମ ସୁନ୍ଦରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ଗୁରୁବାର ସକାଳୁ ଅଭିଭାବକ ଓ ଗ୍ରାମବାସୀ ମିଶି ତାଲା ପକାଇ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗୁରୁବାର ଶିଶୁଦିବସ ଥିବାରୁ ଛାତ୍ରୀଛାତ୍ରଙ୍କୁ ସକାଳୁ ଆସିବାକୁ ବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଛାତ୍ରୀଛାତ୍ର ସକାଳୁ ବିଦ୍ୟାଳୟକୁ ଆସିଥିଲେ ହେଁ ବିଦ୍ୟାଳୟରେ ଶିକ୍ଷକଙ୍କର ଦେଖାଦର୍ଶନ ନ ଥିଲା। ଫଳରେ ଗ୍ରାମବାସୀ ଏହାକୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଛନ୍ତି। ପ୍ରଧାନଶିକ୍ଷକ ଦାଶରଥୀ ମହାନ୍ତ ଓ ସହକାରୀ ଶିକ୍ଷକ କୃପାସିନ୍ଧୁ ମହାନ୍ତ ଆଜି ବିଦ୍ୟାଳୟକୁ ଆସି ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ସହକାରୀ ଶିକ୍ଷକ କୃପାସିନ୍ଧୁ ମହାନ୍ତ ବିଳମ୍ବରେ ପହଞ୍ଚିଥିଲେ ମଧ୍ୟ ବିଦ୍ୟାଳୟରେ ତାଲା ପଡ଼ିଥିବାରୁ ସେ ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଉଲିକ ସୁବିଧାରୁ ବଁଚିତ୍‌ ରାଧାପଡ଼ାବାସୀ

ଅତାବିରା, ୧୮।୧୦(ଡି.ଏନ୍‌.ଏ.)-କେନ୍ଦ୍ର ଆର ରାଏଜ୍‌ ସରକାର ଗାଁ ଗଁଲିନୁ ସହରତକ୍‌ ବାସ କରୁଥିବାର ଗରିବ୍‌ଦୁଖିକର ଲାଗି ଅବାସ ଯୋଜନାରେ ଘର, ଭୂମିହୀନମାନକୁ ବସୁନ୍ଧରା ଯୋଜନାରେ ଘରଡିହ,...

ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଯାଞ୍ଚ ଦାବି

ପୁରୀ ଅଫିସ,୩୧ା୧୦: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଲାଗି ଦାବି କରିଛନ୍ତି ପୁରୀ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି...

କରୋନା ସତର୍କତା: ସାକ୍ଷୀଗୋପାଳରେ ବାହାର ରାଜ୍ୟରୁ ଆସିଥିବା ୩ ନଡ଼ିଆ ବୋଝେଇ ଟ୍ରକ୍‌କୁ କରାଗଲା ବିଶୋଧନ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ.): ଆନ୍ଧ୍ର ଓ ତେଲେଙ୍ଗାନାରୁ ଗୁରୁବାର ପହଞ୍ଚି ଥିବା ୩ ଟି ନଡ଼ିଆ ବୋଝେଇ ଟ୍ରକ କୁ ବିଶୋଧନ କରାଯାଇଛି। କୃଷିଜାତ ଦ୍ରବ୍ୟ ଗୁଡ଼ିକ...

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା

ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା...

୨୪ରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି

ଢେଙ୍କାନାଳ ଅଫିସ,୨୨ା୧୦ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ଭସାଣି ଉତ୍ସବ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ...

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର: ମନ୍ତ୍ରୀ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ହେବ ଶିକ୍ଷକ କ୍ଲଷ୍ଟର। ଏନେଇ ଶନିବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।...

ଉତ୍କଳ ଆଲୁମିନା ପକ୍ଷରୁ ରାସ୍ତା, ଡ୍ରେନ୍‌ରେ ହାଇଡ୍ରୋ କ୍ଲୋରାଇଡ୍‌ ସିଞ୍ଚନ

ଟିକିରି,୨୭ା୩: କରୋନାକୁ ପ୍ରତିହତ କରିବା ପାଇଁ ସବୁଠି ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ମୁଖ୍ୟରାସ୍ତାରେ...

ଅଚାନକ ବ୍ଲକର ସମସ୍ତ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ: ପରିବେଶ ସଫାସୁତରା ରଖିବାକୁ ଦେଲେ ପରାମର୍ଶ

ଶେରଗଡ଼,୨୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଭୋର୍‌ରୁ ଶେରଗଡ଼ ବ୍ଲକ ଗସ୍ତ କରି ପ୍ରଥମେ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ, ଧନନ୍ତ୍ରରସ୍ଥିତ ନାଥେଶ୍ୱର ଉଚ୍ଚ...

Coronavirus Update


Archives

Model This Week

Why Dharitri