ଶିକ୍ଷକଙ୍କୁ ଆକ୍ରମଣ ଘଟଣା, ବିବାଦ ବଢ଼ୁଛି

ଭଞ୍ଜନଗର,୨୪।୫(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡୁଳି ବିଦ୍ୟାଳୟ କ୍ୱାରାଣ୍ଟାଇନ ସେଣ୍ଟର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକଙ୍କୁ ସମ୍ପୃକ୍ତ ଗ୍ରାମର କିଛି ଯୁବକ ଗତ ୧୯ ତାରିଖରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଗ୍ରାମର କେତେଜଣ ବ୍ୟକ୍ତି ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଏହାପରେ ଉଭୟ ପକ୍ଷ ବସି ଆଲୋଚନା ପରେ ଲିଖିତ ଭାବେ ସମସ୍ୟାର ସମାଧାନ ହୋଇଥିଲା। କିନ୍ତୁ ୨୦ ତାରିଖରେ ପ୍ରଧାନ ଶିକ୍ଷକ ପୁଣି ଏନେଇ ଜଗନ୍ନାଥପ୍ରସାଦ ବିଡ଼ିଓଙ୍କ ସମେତ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅପରପକ୍ଷେ ଗ୍ରାମବାସୀ ମଧ୍ୟ କାର୍ଯ୍ୟରେ ଅବହେଳା ଏବଂ ଗ୍ରାମବାସୀଙ୍କୁ ଧମକ ଚମକ ଦେଇଥିବାରୁ ପ୍ରଧାନ ଶିକ୍ଷକ ଏବଂ ନୋଡ଼ାଲ ଅଫିସରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରକାଶଯେ ୧୮ ତାରିଖ ଦିନ ସୁରାଟରୁ ଟ୍ରେନ ଯୋଗେ ଆସିଥିବା କିଛି ଲୋକଙ୍କୁ ଏକ ବସ୍‌ ଧରି ଜଗନ୍ନାଥପ୍ରସାଦ ବ୍ଲକ ବଡ଼ଗୁଣ୍ଡିରିବାଡ଼ି କ୍ୱାରାଣ୍ଟାଇନ୍‌ ସେଣ୍ଟର ଯାଉଥିଲା। ବାଟରେ ତିନିଛକିଆ ଠାରେ କ୍ଷେତମୁଣ୍ଡୁଳି ଅଞ୍ଚଳର ୪ଜଣ ଓହ୍ଲାଇ ଗ୍ରାମକୁ ଚାଲିଯାଇଥିଲେ। ଗ୍ରାମବାସୀ ବିରୋଧ କରିବାରୁ ସେମାନଙ୍କୁ ଗ୍ରାମ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ସେମାନଙ୍କ ସମ୍ପର୍କୀୟମାନେ ଆସି ଭେଟିବାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ୧୯ ତାରିଖ ଦିନ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସିବା ପରେ ଗ୍ରାମବାସୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୁଡାଗୁଡା, କଡଗାବାଲିରେ ବ୍ୟାପୁଛି ଝାଡାବାନ୍ତି: ପହଁଚିଲା ସ୍ବାସ୍ଥ୍ୟ ଟିମ୍‌, ମାସକରେ ୨ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡ଼ି,୨୭।୪(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ କଡ଼ଗାବାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି। ଡଙ୍ଗେଶ୍ୱର ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ସୁବାଜିନୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସୁବାଜିବୀ ଗର୍ଭବତୀ ଥିବାବେଳେ...

ଅବକାରୀ କାର୍ଯ୍ୟାଳୟରୁ ସିଜ୍‌ ମଦ ଚୋରି

ଗୋପାଳପୁର,୨୪ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗୋଳନ୍ଥରା ଚଟିସ୍ଥିତ ଅବକାରୀ କାର୍ଯ୍ୟାଳୟରୁ ସିଜ୍‌ ହୋଇ ରଖାଯାଇଥିବା ବିଦେଶୀ ମଦ ସୋମବାର ସନ୍ଧ୍ୟାରେ ଚୋରି ହୋଇଛି। ଏନେଇ ଗୋଳନ୍ଥରା ପୋଲିସ...

ଘରୋଇ ହିଂସା ରୋକିବାକୁ ପଦକ୍ଷେପ

କଟକ ଅଫିସ୍‌,୧୫ା୪ କରୋନା ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ ଲକ୍‌ଡାଉନ୍‌ ସମୟରେ...

୧୭୦ କିମି ଚାଲି ଗାଁକୁ ଫେରିଲେ ୫ ଦାଦନ ଶ୍ରମିକ

ନନ୍ଦପୁର,୪।୪(ଡି.ଏନ୍.ଏ.): ଲକ୍ ଡାଉନ ଯୋଗୁ ଦାଦନ ଶ୍ରମିକଙ୍କ ଦୁଃଖ ବଢ଼ିଯାଇଛି। ବାହାର ରାଜ୍ୟରେ କେଉଁଠି ଫସିରହିଛନ୍ତି ତ ଅନ୍ୟ କେଉଁଠୁ ଚାଲିଚାଲି ଗାଁକୁ ଫେରୁଛନ୍ତି। ଶନିବାର...

ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ପ୍ରମୋଦ

ଛତ୍ରପୁର,୨୯ା୨(ଡି.ଏନ.ଏ) – ଅଙ୍ଗଦାନ ପାଇଁ ଲୋକଙ୍କୁ ସଚେତନ କରିବାକୁ ମହରାଷ୍ଟ୍ରରୁ ୬୮ ବର୍ଷୀୟ ପ୍ରମୋଦ ମହାଜନ ବାଇକ୍‌ରେ ଭାରତ ଅର୍ଗାନ ଯାତ୍ରାରେ ବାହାରିଛନ୍ତି। ବୟସ ପାଖରେ...

ଚିତ୍ରକଳା କହୁଛି କରୋନାର ଭୟବହତା

ରେଢାଖୋଲ , ୧।୫(ଡି.ଏନ.ଏ.): ସମ୍ବଲପୁର ଜିଲା ରେଢାଖୋଲ ଭୀମ ଭୋଇ ଛକରେ ସ୍ଥାନୀୟ ଏନ୍‌ଏସି ପକ୍ଷରୁ କରୋନା ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି।...

ସାକ୍ଷୀଗୋପାଳଙ୍କ ଦର୍ଶନ କଲେ ମନ୍ତ୍ରୀ ଟୁକୁନି ସାହୁ

ସାକ୍ଷୀଗୋପାଳ,୨ା୧(ଡି.ଏନ୍‌.ଏ.): ନୂଆବର୍ଷରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ସାକ୍ଷୀଗୋପାଳଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଦର୍ଶନ...

ନାବାଳିକାଙ୍କୁ ବଳାତ୍କାର: ଦିବ୍ୟାଙ୍ଗ ଯୁବକ ଅଟକ

ବାହାନଗା, ୨୩ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ...

Coronavirus Update


Archives

Model This Week

Why Dharitri