Posted inଜାତୀୟ

ଶାହ ଫୈଜଲଙ୍କ ବିରୋଧରେ ପିଏସ୍‌ଏରେ ମାମଲା

ଶ୍ରୀନଗର,୧୬ା୨(ପି.ଟି.): ପୂର୍ବତନ ଆଇଏଏସ୍‌ ଅଫିସରରୁ ରାଜନେତା ହୋଇଥିବା ଶାହ ଫୈଜଲଙ୍କ ବିରୋଧରେ ଜମ୍ମୁ-କଶ୍ମୀର ପ୍ରଶାସନ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ମାମଲା ରୁଜୁ କରିଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠାରୁ ଫୈଜଲ ଅଟକ ରହିଥିଲେ। ଶୁକ୍ରବାର ତାଙ୍କ ବିରୋଧରେ ପିଏସ୍‌ଏରେ ମାମଲା ରୁଜୁ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍‌ଦୁଲ୍ଲା, ମେହବୁବା ମୁଫ୍‌ତିଙ୍କ ବିରୋଧରେ ପୂର୍ବରୁ ପିଏସ୍‌ଏ ଲାଗୁ ହୋଇଥିଲା। ଆଇନ ଶୃଙ୍ଖଳା କିମ୍ବା ରାଜ୍ୟର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଜଣେ ବ୍ୟକ୍ତିଙ୍କୁ ପିଏସ୍‌ଏରେ ୬ ମାସରୁ ୨ ବର୍ଷ ଅଟକ ରଖାଯାଇପାରିବ। ଗତବର୍ଷ ଅଗଷ୍ଟ ୧୩ ତାରିଖ ରାତିରେ ଫୈଜଲ ଇସ୍ତାନବୁଲ ଯିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚତ୍ଥିବାବେଳେ ତାଙ୍କୁ ଅଟକା ଯାଇ ଶ୍ରୀନଗର ଅଣାଯାଇଥିଲା। ସେବେଠାରୁ ସେ ଅଟକ ରହିଛନ୍ତି। ଫୈଜଲ ଆଇଏଏସ୍‌ ଅଫିସର ପଦବୀରୁ ଇସ୍ତଫା ଦେବା ପରେ ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ ନାମରେ ଏକ ଦଳ ଚଳାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍‌ ଲୋକାଲ’ ପାଇଁ ନିବେଦନ କରିଥିଲେ। ବିଶେଷ କରି...

ଏହି ରାଜ୍ୟର ମହିଳାମାନେ କରୁଛନ୍ତି ‘କରୋନା ମାଇ’ ପୂଜା

ବାରାଣସୀ,୧୬।୫: କରୋନା ଭାଇରସ୍‌ ମହାମାରୀ ସାରା ଦେଶରେ ତାଣ୍ଡବ ରଚୁଛି। ସାରା ରାଜ୍ୟରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ...

ହାତରୁ ଯିବ କଶ୍ମୀର ପ୍ରସଙ୍ଗ: ଭକୁଆ ହେବ ପାକିସ୍ତାନ

ନୂଆଦିଲ୍ଲୀ, ୨।୯: କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ସରକାର ଜାତିସଂଘ ସୁରକ୍ଷା ପରିଷଦରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାଦ୍ୱାରା ପାକିସ୍ତାନ ଭକୁଆ ହେବ। ସବୁଦିନ...

ଦଶହରାରେ କୁମାରୀ ପୂଜା: ୪ ବର୍ଷର ମୁସଲମାନ ବାଳିକା ଫାତିମାଙ୍କୁ ପଶ୍ଚିମବଙ୍ଗରେ କରାଗଲା ପୂଜା

କୋଲକତା,୭।୧୦: ଦଶହରାରେ ପଶ୍ଚିମବଙ୍ଗରେ ଧୁମ୍‌ଧାମ୍‌ରେ କୁମାରୀ ପୂଜା କରାଯାଇଥାଏ। ଏହାର ଆରମ୍ଭ ସ୍ବାମୀ ବିବେକାନନ୍ଦ ବେଲୁର ମଠରେ ଆରମ୍ଭ କରିଥିଲେ। ଚଳିତ ବର୍ଷ ଇଞ୍ଜିନିୟର ତମଲ...

ଭାଜପାରେ ଯୋଗଦେଲେ ୫୦ ଟିଡିପି ନେତା

ହାଇଦ୍ରାବାଦ,୨୦ା୮: ତେଲେଙ୍ଗାନାରେ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ୫୦ରୁ ଊର୍ଦ୍ଧ୍ୱ ନେତା ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ ଓ...

ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬(ପି.ଟି): ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଶୁକ୍ରବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ସେଠାରେ ରାଷ୍ଟ୍ରପତି ଶାସନ...

ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ: ୨ କୋବ୍ରା କମାଣ୍ଡୋ ଶହୀଦ

ରାୟପୁର,୧୦।୨: ଛତିଶଗଡ଼ରେ ସିଆର୍‌ପିଏଫ୍‌ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ସିଆର୍‌ପିଏଫ୍‌ କମାଣ୍ଡୋ ଶହୀଦ ହୋଇଛନ୍ତି। ସେହିପରି cଜଣେ ମାଓବାଦୀଙ୍କ ମୃତ୍ୟୁ ମଧ୍ୟ ଘଟିଛି।...

କଶ୍ମୀର ନୁହେଁ, ଏବେ କେବଳ ପିଓକେ: ପାକିସ୍ତାନକୁ ରାଜନାଥଙ୍କ ଚରମବାଣୀ

କାଲ୍‌କା, ୧୯ା୮(ପି.ଟି./ଆଇଏଏନ୍‌ଏସ୍‌) :ଆତଙ୍କବାଦ ଉପରେ ଲଗାମ ନ ଲଗାଇବା ଯାଏ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ। ଯଦି ଆଗକୁ କଥାବାର୍ତ୍ତା ହୁଏ ତାହା କେବଳ...

Advertisement


Archives

Model This Week