ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ନାହିଁ ଟଙ୍କାଟିଏ କେନ୍ଦ୍ରୀୟ ଅନୁଦାନ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଏବଂ ମାଲାୟଲମ୍‌ ପ୍ରଭୃତି ଭାଷାକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି। ଅପରପକ୍ଷରେ ମାତ୍ର ୧୫,୦୦୦ ଲୋକ କହୁଥିବା ସଂସ୍କୃତ ଭାଷାର ପ୍ରସାର ଲାଗି ଧ୍ୟାନ ଦିଆଯାଉଛି। କଂଗ୍ରେସ ନେତା ଜୟରାମ ରମେଶ ସୋମବାର ରାଜ୍ୟ ସଭାରେ ଏହା କହି ଚିନ୍ତା ପ୍ରକଟ କରିଛନ୍ତି।
ଉଚ୍ଚସଦନରେ ‘କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୧୯’ ସଂକ୍ରାନ୍ତ ଆଲୋଚନାରେ ବକ୍ତବ୍ୟ ରଖି ଜୟରାମ କହିଥିଲେ ଯେ, କେନ୍ଦ୍ର ସରକାର ସଂସ୍କୃତର ପ୍ରସାର ପାଇଁ ଲାଗିପଡ଼ିଛନ୍ତି। ଫଳରେ ଅନ୍ୟ ଆଞ୍ଚଳିକ ଭାଷା ଗୁରୁତ୍ୱ ପାଇପାରୁ ନାହିଁ, ଯାହା ସେଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ତଥ୍ୟକୁ ଭିତ୍ତିକରି ଜୟରାମ କହିଥିଲେ ଯେ, ଗତ ୩ ବର୍ଷରେ ସଂସ୍କୃତକୁ ଲୋକପ୍ରିୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ସଂସ୍କୃତ ଅପେକ୍ଷା ବହୁଳ କଥିତ ଏବଂ ବ୍ୟବହାର ହେଉଥିବା ଓଡ଼ିଆ ଓ ମାଲାୟଲମ୍‌ ପାଇଁ ଟଙ୍କାଟିଏ ବିନିଯୋଗ କରାଯାଇନାହିଁ। ସଂସ୍କୃତ ପାଇଁ ୬୫୦ କୋଟି ଟଙ୍କା, ତାମିଲ ପାଇଁ ୨୪ କୋଟି, କନ୍ନଡ଼ ଓ ତେଲୁଗୁ ପାଇଁ ୩ କୋଟି ଲେଖାଏ ବ୍ୟୟ କରାଯାଇଥିବା ବେଳେ ଓଡ଼ିଆ ଓ ମାଲାୟଲମ୍‌ ପାଇଁ ଏକ ଟଙ୍କା ଖର୍ଚ୍ଚ ହୋଇ ନାହିଁ ବୋଲି ରମେଶ କହିଛନ୍ତି। ଭାରତରେ ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍‌ ଏବଂ ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। ତାମିଲ କେବଳ ତାମିଲନାଡୁର ଭାଷା ନୁହେଁ; ଓଡ଼ିଆ ମଧ୍ୟ ଏକ ଜାତୀୟ ଭାଷା। କୋଟି କୋଟି ଲୋକଙ୍କ ଦ୍ୱାରା ଏହି ଭାଷା ବ୍ୟବହୃତ ହୋଇଆସୁଛି। ଅପରପକ୍ଷରେ ମାତ୍ର ୧୫,୦୦୦ ଲୋକ କହୁଥିବା ଭାଷା ପାଇଁ ୬୫୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହା ବିଶ୍ୱାସ କରି ହେଉ ନ ଥିଲେ ମଧ୍ୟ ତଥ୍ୟ ଆଧାରିତ ବୋଲି ଜୟରାମ କହିଥିଲେ।
ଅପରପକ୍ଷରେ ବିଜେଡି ରାଜ୍ୟ ସଭା ଏମ୍‌ପି ପ୍ରଶାନ୍ତ ନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଏହି ଭାଷାର ପ୍ରସାର ନେଇ ଅଣାଯାଇଥିବା ବିଲ୍‌କୁ ସ୍ବାଗତ କରିଥିଲେ। ସଂସ୍କୃତରେ ଭାଷଣ ଦେଇ ସେ କହିଥିଲେ, ସଂସ୍କୃତ ଏକ ପ୍ରାଚୀନ ଭାଷା ଓ ବିଶ୍ୱର କଲ୍ୟାଣ ପାଇଁ ଏହାର ରକ୍ଷଣାବେକ୍ଷଣ ହେବା ଦରକାର। ଏପରି କି ଭାରତୀୟ ଇତିହାସ ପାଇଁ ସଂସ୍କୃତର ଅବଶ୍ୟକତା ରହିଛି। ଲୋକେ ସଂସ୍କୃତକୁ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱ ଦେଇଥାଆନ୍ତି। ବାସ୍ତବରେ ପ୍ରାଚୀନ କାଳରେ ରଚିତ ବହୁ ଗ୍ରନ୍ଥ ଓ ବୈଜ୍ଞାନିକ କୃତି ସଂସ୍କୃତରେ ଲେଖାଯାଇଥିଲା ବୋଲି ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

ଗଞ୍ଜାମ ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାପତି ଭାବେ ପି.ରାମବାବୁ ନିଯୁକ୍ତ, କହିଲେ ଦଳର…

ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା…

ଥୁଆମୂଳ ରାମପୁରକୁ ପର୍ଯ୍ୟଟନ ହବ୍‌ରେ ପରିଣତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ…

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri