ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ):  ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ଟଳିଯାଇଛି ଏକ ବଡ଼ ଅଘଟଣ। ବେପରୁଆ ଗତି ନା ଅନ୍ୟ କିଛି କାରଣ ଏଯାଏ ଜଣାପଡ଼ିନାହିଁ।

କୋରାପୁଟ ଜିଲା ଆଉଁଳି ଗାଁ ନିକଟ ରାସ୍ତାକଡ଼ ବିଲ ଭିତରକୁ ଓଲଟି ପଡ଼ିଛି ଯାତ୍ରୀବାହୀ ବସ୍‌। ବସ୍‌ର ଭଙ୍ଗା କାଚ, ଚାରିଆଡ଼େ ପଡ଼ିଛି ଯାତ୍ରୀଙ୍କ ସାମଗ୍ରୀ। ଆହତ ଯାତ୍ରୀଙ୍କ ଚିତ୍କାରରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ। ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡିରୁ ଗୁଣପୁର ଅଭିମୁଖେ ଯାଉଥିବା ଜଗାକାଳିଆ (JK) ବସ୍‌ ନବରଙ୍ଗପୁରରେ ବିଳମ୍ବ ହୋଇଥିବାରୁ ଦ୍ରୁତଗତିରେ ଜୟପୁର ଅଭିମୁଖେ ଯାଉଥିଲା। ଆଉଁଳି ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ପ୍ରଥମେ ରାସ୍ତାକଡ଼ରେ ଥିବା ଡିଭାଇଡରରେ ପିଟିହୋଇ କ୍ଷେତକୁ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। କେହି ବସ୍‌ ଭିତରେ ଫସି ରହିଥିବା ବେଳେ କେହି ନିଜେ ବାହାରକୁ ଆସିଥିଲେ। ନିକଟସ୍ଥ ବିଲରେ କାମ କରୁଥିବା ଲୋକେ ସର୍ବପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ନବରଙ୍ଗପୁର ଓ ବୋରିଗୁମ୍ମା ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବୋରିଗୁମ୍ମା ଚିକିତ୍ସାଳୟକୁ ପଠାଯାଇଛି। ଏପଟେ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେଉଁ କାରଣରୁ ବସ୍‌ଟି ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଚାଲିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

ବିଳାସପୂର୍ଣ୍ଣ ଫ୍ଲାଟ କିଣି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଏହି କ୍ରିକେଟର, ଦାମ ଜାଣିଲେ…

ନୂଆଦିଲ୍ଲୀ,୫।୧୧: ଅଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ମୁମ୍ବାଇରେ ମୋଟ ୨୪.୭୫ କୋଟି ଟଙ୍କା ମୂଲ୍ୟର ଦୁଇଟି ଆଲିସାନ ଫ୍ଲାଟ କିଣିଛନ୍ତି। ଆନ୍ତର୍ଜାତୀୟ ଏବଂ ଲିଗ କ୍ରିକେଟରୁ ଅବସର…

୪ ଉଇକେଟ୍‌, ୮ ମେଡେନ୍‌ ଓଭର: ପୁଣି ଚମକିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ପୁଣିଥରେ ନିଜ ବୋଲିଂର ଯାଦୁ ଦେଖାଇଛନ୍ତି। ୨୦୨୬-୨୭ ରଣଜୀ ଟ୍ରଫିରେ ବଙ୍ଗଳା ପକ୍ଷରୁ ଖେଳୁଥିବା ଶାମି…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ICC ରାଙ୍କିଂରେ ଭାରତର ଦବଦବା, ବଢ଼ିଲା ରେଟିଂ ପଏଣ୍ଟ

ଅକଲାଣ୍ଡ,୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି । ନଭେମ୍ବର ୪ ତାରିଖରେ ଅକଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯାଇଥିବା…

ଭଞ୍ଜନଗରରେ ଚାଞ୍ଚଲ୍ୟ: ଗୁଣି ସନ୍ଦେହରେ ତ୍ରିନାଥଙ୍କୁ ପଥର ଛେଚି ହତ୍ୟା

ଭଞ୍ଜନଗର, ୫।୧୧ (ବାବୁଲା ପ୍ରଧାନ): ଆଧୁନିକ ସମାଜରେ ବିଜ୍ଞାନ ଓ ଶିକ୍ଷାର ପ୍ରସାର ସତ୍ତ୍ୱେ ଗ୍ରାମାଞ୍ଚଳରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନାହିଁ। ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଦେଶବ୍ୟାପୀ ୨୦୦ରୁ ଅଧିକ ଯୁବ କଂଗ୍ରେସ ନେତା ନିଲମ୍ବିତ, କାହିଁକି ନିଆଯାଇଛି ଏମିତି କାର୍ଯ୍ୟାନୁଷ୍ଠାନ ଜାଣନ୍ତୁ…

ନୂଆଦିଲ୍ଲୀ, ୫।୧୧: ଭାରତୀୟ ଯୁବ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜର ୨୦୦ରୁ ଅଧିକ ସଦସ୍ୟଙ୍କୁ ନିଲମ୍ବିତ କରିଛି। ଦେଶର ରାଜଧାନୀରେ ବିରୋଧୀ ଦଳଗୁଡ଼ିକର ‘ଇଣ୍ଡିଆ’…

ଆଇପିଏଲ ୨୦୨୭ ପାଇଁ ସିଏସ୍‌କେର ମାଷ୍ଟରଷ୍ଟ୍ରୋକ, ୨ ଖେଳାଳିଙ୍କ ବଦଳରେ ଦଳରେ ସାମିଲ ହେଲେ ଆଉ ୨ ନୂଆ ଷ୍ଟାର ଖେଳାଳି

ନୂଆଦିଲ୍ଲୀ, ୫।୧୧: ଆଇପିଏଲ ୨୦୨୭ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନିଜ ନିଜର ରିଟେନ ଓ ରିଲିଜ ଖେଳାଳିଙ୍କ ତାଲିକା ନଭେମ୍ବର ୧୭ ତାରିଖ ସୁଦ୍ଧା ବିସିସିଆଇକୁ ଦାଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?