ଶାଳଗଛ କଟାକୁ ଗ୍ରାମବାସୀଙ୍କ ବିରୋଧ

ସୋର, ୨୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଦେବଗିରି ପାଦଦେଶ ବନ୍ଧସାହି ସଂରକ୍ଷିତ ଜଙ୍ଗଲରେ ଅମ୍ଫନ ପ୍ରଭାବରେ ଶାଳଗଛର କେତେକ ଡାଳ ଭାଙ୍ଗିପଡିଥିଲା। ଜଙ୍ଗଲ ବିଭାଗ ଓ ବନ ସୁରକ୍ଷା ସମିତି ମିଳିତ ଭାବେ ଡାଳ କାଟିବା ପରିବର୍ତ୍ତେ ମୂଲ୍ୟବାନ ଶାଳକାଠ କାଟିନେଉଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରି କାଠଗୁଡ଼ିକ ଅଟକ ରଖିଛନ୍ତି।
ବାତ୍ୟାରେ ଏହି ଜଙ୍ଗଲରେ କେତେକ ଶାଳ ଗଛର ଡାଳ ଭାଙ୍ଗିଯାଇଥିଲା। ଗଛ ସୁରକ୍ଷିତ ଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀ ଏହାର ସୁଯୋଗ ନେଇ ଜଙ୍ଗଲ ସୁରକ୍ଷା କମିଟି ସହଯୋଗରେ ଜୀବନ୍ତ ଗଛଗୁଡ଼ିକ କାଟି ଗଦା କରିଥିଲେ। ଏହାପରେ ଭଲଗଛସବୁ କାଟିବା ସହିତ ଟ୍ରକରେ ବୋହି ନେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହି ସମୟରେ ବନ କର୍ମଚାରୀମାନେ ପହଞ୍ଚି କାଠକୁ ନେଇଯିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ତଥାପି ଗ୍ରାମବାସୀ କାଠ ନ ଛାଡ଼ିବାକୁ ଜିଦ୍‌ ଧରିବାରୁ କର୍ମଚାରୀମାନେ ବାଧ୍ୟ ହୋଇ ଫେରି ଆସିଥିବା ଜଣାଯାଇଛି। ଗ୍ରାମର ୱାର୍ଡ଼ମେମ୍ବର ମାନ ସିଂଙ୍କ ନେତୃତ୍ୱରେ ସପନା ସିଂ, ବୁଦୁ ସିଂ, ଗିରିଧାରୀ ନାୟକ, ଭାଲୁ ନାୟକ, ଶନ ପାତ୍ର, ଶୁକୁର ସିଂ, ଅନୁ ପାତ୍ର ପ୍ରମୁଖ କାଠକୁ ଜଗି ରହିବା ସହିତ ରେଞ୍ଜରଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧବାହାଲ ପଞ୍ଚାୟତରେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ପିଡିଏସ୍‌ ସାମଗ୍ରୀ ବଣ୍ଟନ

ଲଖନପୁର,୭।୪(ଡି.ଏନ୍‌.ଏ.): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ବନ୍ଧବାହାଲ ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ କରାଯାଉଛି। ଏହି ଅବସରରେ କରୋନା ନିୟନ୍ତ୍ରଣ ସମ୍ପର୍କୀତ ସରକାରୀ ନିର୍ଦ୍ଦେଶନାମାକୁ...

ମିଲ ଫଣ୍ଡକୁ ସହାୟତା ପାଇଁ ବିଧାୟିକାଙ୍କୁ ଚେକ ପ୍ରଦାନ

ବେଗୁନିଆପଡା,୨୦ା୪(ଡି.ଏନ.ଏ.)- ଲକ୍‌ଡାଉନ ପାଇଁ ସରକାର ରାଶନକାର୍ଡଧାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି। ତେବେ ଅନେକ ଅସହାୟ ଓ ଗରିବ ବିଭିନ୍ନ କାରଣରୁ କାର୍ଡ ପାଇପାରିନାହାନ୍ତି। ଏହି...

ମୁକୁଳା ପଡିଛି ୧୯୯ କିମି ନଦୀବନ୍ଧ

ସୋନପୁର,୨ା୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ମହାନଦୀ, ତେଲନଦୀ, ସୁକତେଲ, ଅଙ୍ଗ ଓ ନିବୃତି ଯୋର ପ୍ରବାହିତ ହେଉଛି। ଜିଲାରେ ଏହି ୫ଟି ନଦୀର ମୋଟ ୨୩୩ କିଲୋମିଟର ଲମ୍ବ...

ସାଇକେଲରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୨୮ା୩(ଡି.ଏନ୍‌.ଏ.)- କରୋନାକୁ ପ୍ରତିରୋଧ ପାଇଁ ଗଞ୍ଜାମ ଜିଲାରେ ଲାଗୁ ହୋଇଥିବା ଲକ୍‌ଡାଉନ ଶନିବାର ସପ୍ତମ ଦିନରେ ପହଞ୍ଚତ୍ଛି। ଏନେଇ ଜିଲାରେ ବାଇକ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ...

ରେଡକ୍ରସ ରିଲିଫ ପାଣ୍ଠିକୁ ସଞ୍ଚିତ ଅର୍ଥ ଦେଲେ ଛାତ୍ରୀ

ବୌଦ୍ଧ, ୧୪ା୪(ସ୍ବ.ପ୍ର): କରୋନା ମହାମାରୀର ମୁକାବିଲା ପାଇଁ ମଙ୍ଗଳବାର ବୌଦ୍ଧ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ମୃୁତି ଆରାଧନା ବେହେରା ନିଜ ସଞ୍ଚିତ...

୩୫ଶହ ଲିଟର ପୋଚ, ୫୫ ଲିଟର ମଦ ଜବତ

ଗୋପାଳପୁର,୧୦।୬- ରଙ୍ଗେଇଲୁଣ୍ଡା ବ୍ଲକରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଗୋଳନ୍ଥରା ଅବକାରୀ ବିଭାଗ ପକ୍ଷରୁ ରବିବାର...

କୋଭିଡ୍‌ ଆମ୍ବୁଲାନ୍ସ ବିଲ୍‌ ମିଳୁନି, ଧାରଣାରେ ବସିଲେ ଚାଳକ

ପାତ୍ରପୁର,୧୧ା୬(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକରେ ଲାଗିଥିବା ୨କରୋନା ଆମ୍ବୁଲାନ୍ସର ୫ ସପ୍ତାହ ହେଲା ବିଲ୍‌ ହୋଇନାହିଁ। ଏଥିସହ ଚାଳକଙ୍କୁ ମଧ୍ୟ ଖାଇବା ଖର୍ଚ୍ଚ ଦିଆଯାନାହିଁ। ଏହାର ପ୍ରତିବାଦରେ...

ଗଞ୍ଜାମରେ ସୁରଟ ଫେରନ୍ତାଙ୍କୁ ବିରୋଧ: ଟେକାପଥର ମାଡ଼, ପୋଲିସର ଲାଠି ଚାଳନା

ଛତ୍ରପୁର,୮।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଗୁରୁବାର ରାତିରେ ସୁରଟ ଫେରନ୍ତାଙ୍କୁ ରଖିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏପରିକି ପୋଲିସ...

Coronavirus Update


Archives

Model This Week

Why Dharitri