Posted inଫୁରସତ

ଶାରଦୀୟ ନବରାତ୍ର: ରାଶି ଅନୁସାରେ କରନ୍ତୁ ପୂଜା, ପାଇବେ ଶୁଭଫଳ

ଶାରଦୀୟ ନବରାତ୍ର ପୂଜା ରବିବାରଠାରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୯ ଦିନ ଧରି ସାରା ଦେଶରେ ମହାମାୟୀ ପୂଜା ପାଇବେ। ଏହି ୯ ଦିନକୁ ମହାନବରାତ୍ର ଭାବେ ପାଳନ କରାଯାଏ। ନବରାତ୍ର ଅବସରରେ ଶ୍ରଦ୍ଧାଳୁମାନେ ଦେବୀଙ୍କୁ ମନ୍ଦିର ଓ ପୀଠରେ ପୂଜାର୍ଚ୍ଚନା କରିଛନ୍ତି।

ମେଷ
ମେଷ ରାଶିର ବ୍ୟକ୍ତିମାନେ ମା’ ଦୁର୍ଗାଙ୍କୁ ଲାଲ ଫୁଲ ଏବଂ ଧଳା ମିଠା ଅର୍ପଣ କରନ୍ତୁ। ଦେଖିବେ ଶୁଭଫଳ ମିଳିବ।

ବୃଷ
ବୃଷ ରାଶିର ଲୋକମାନେ ମା’ଙ୍କ ମହାଗୌରୀ ରୂପକୁ ପୂଜାର୍ଚ୍ଚନା କରନ୍ତୁ। ଧଳା ଚନ୍ଦନ ଏବଂ ଫୁଲ ଚଢ଼ାନ୍ତୁ।

ମିଥୁନ
ମିଥୁନ ରାଶି ଜାତକର ବ୍ୟକ୍ତିମାନେ ମା’ ଦେବୀଙ୍କୁ ଫୁଲ, କଦଳୀ, ଧୂପ ଏବଂ କପର୍‌ୂରରେ ପୂଜା କରନ୍ତୁ। ଓମ୍‌ ଶିବ ଶକ୍ତୈ ନମଃ ମନ୍ତ୍ର ୧୦୮ଥର ଜପ କରନ୍ତୁ।

କର୍କଟ
ଏହି ରାଶିର ବ୍ୟକ୍ତିମାନେ ମା’ଙ୍କ ଶୈଳପୁତ୍ରୀ ବେଶ ପୂଜା କରିବା ଉଚିତ। ମା’ଙ୍କୁ ଦହି ଏବଂ ଭାତ ଅର୍ପଣ କରନ୍ତୁ।

ସିଂହ
ସିଂହ ରାଶିର ବ୍ୟକ୍ତିମାନେ ମାତାରାଣୀ କୁଷ୍ମାଣ୍ଡାଦେବୀଙ୍କୁ ଉପାସନା କରନ୍ତୁ। ଏହାସହ ମା’ଙ୍କ ପାଖରେ ତମ୍ବା ପାତ୍ରରେ ଚନ୍ଦନ, କେସର ଏବଂ କର୍ପୂର ଆଳତି କଲେ ଶୁଭଫଳ ମିଳିବ।

କନ୍ୟା
ଉକ୍ତ ରାଶିର ବ୍ୟକ୍ତିମାନେ ମା’ ବ୍ରହ୍ମଚାରିଣୀଙ୍କ ପୂଜା କରିବା ଉଚିତ। ଫଳ, ପାନପତ୍ର, ଗଙ୍ଗାଜଳ ମା’ଙ୍କୁ ଅର୍ପଣ କରନ୍ତୁ।

ତୁଳା
ତୁଳା ରାଶିର ବ୍ୟକ୍ତିମାନେ ମା’ଙ୍କ ମହାଗୌରୀ ବେଶକୁ ପୂଜା କରିବା ଉଚିତ। କ୍ଷୀର, ଚାଉଳ ଏବଂ ଲାଲ କପଡା ମା’ଙ୍କୁ ଚଢାନ୍ତୁ।

ବିଛା
ଏହି ରାଶିର ବ୍ୟକ୍ତିମାନେ ମା’ଙ୍କ ସ୍କନ୍ଦମାତା ରୂପକୁ ଦର୍ଶନ କରନ୍ତୁ। ଚାଉଳ, ଚନ୍ଦନ ଏବଂ ଗୁଡ଼ ମା’ଙ୍କୁ ଅର୍ପଣ କରନ୍ତୁ।

ଧନୁ
ଧନୁ ରାଶିର ବ୍ୟକ୍ତିମାନେ ଚନ୍ଦ୍ରଘଣ୍ଟା ରୂପକୁ ପୂଜା କରିବା ଉଚିତ। ମା’ଙ୍କୁ ହଳଦୀ, କେସର ଏବଂ ହଳଦିଆ ଫୁଲ ଚଢାନ୍ତୁ।

ମକର
ମକର ରାଶିର ବ୍ୟକ୍ତିମାନେ ମା’ ଦୁର୍ଗାଙ୍କ କାଳରାତ୍ରି ରୂପ ଦର୍ଶନ କରନ୍ତୁ। ମା’ଙ୍କୁ ସୋରିଷ ତେଲରେ ଦୀପ ଜଳାନ୍ତୁ।

କୁମ୍ଭ
କୁମ୍ଭ ରାଶିର ବ୍ୟକ୍ତିମାନେ ମା’ କାଳରାତ୍ରିଙ୍କୁ ପୂଜା କରନ୍ତୁ। ଫୁଲ, କୁଙ୍କୁମ ଏବଂ ଫଳ ମା’ଙ୍କୁ ଅର୍ପଣ କରନ୍ତୁ।

ମୀନ
ଏହି ରାଶିର ବ୍ୟକ୍ତିମାନେ ମା’ ଦୁର୍ଗାଙ୍କ ବଗଳାମୁଖୀ ମନ୍ତ୍ର ଜପ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri