ଶାବକ ମୃତ୍ୟୁର ପ୍ରତିଶୋଧ ନେଲା ମା’ ଭାଲୁ

 

ରେଢାଖୋଲ,୧୬।୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ ଅନ୍ତର୍ଗତ ବଣିଆବନ୍ଧ ଗାଁରେ ୨ଦିନରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଗଲାଣି। ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରବିବାର ରଜ ପାଇଁ ଏହି ଗ୍ରାମର ୫ ଜଣ ବ୍ୟକ୍ତି ମହୁ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଭାଲୁ ଆକ୍ରମଣରେ ଚେରୁ ମୁଣ୍ଡା (୫୫) ଓ କୃଷ୍ଣ ମୁଣ୍ଡା (୫୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅଷାଢୁ ମୁଣ୍ଡା ଗୁରୁତର ହୋଇ ବୁର୍ଲା ଭିମ୍‌ସାରରେ ଚିକିତ୍ସିତ ହେଉଛନ୍ତି।
ତେବେ ରବିବାର ଭାଲୁ-ମଣିଷ ଲଢ଼େଇରେ ଏକ ୨ ବର୍ଷର ଅଣ୍ଡିରା ଛୁଆ ଭାଲୁର ମୃତ୍ୟୁ ଘଟିଥିଲା। ଏଣୁ ଛୁଆ ଭାଲୁର ମୃତ୍ୟୁ ପରେ ମା’ ଭାଲୁଟି ହିଂସ୍ର ହୋଇ ସୋମବାର ଆଉ ଜଣେ ଯୁବକଙ୍କୁ ଆକ୍ରମଣ କରିଛି। ମା’ ଭାଲୁର ଆକ୍ରମଣରେ ବଣିଆବନ୍ଧ ଗ୍ରାମର ସୁରେଶ ନାଏକ ଓରଫ ସୁରୁ (୨୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନ ପ୍ରାୟ ଦେଢଟା ବେଳେ ଗ୍ରାମର ସୁରେଶ ନାଏକ ଓ ଅଗସ୍ତି ନାଏକ ଜଙ୍ଗଲକୁ ଯାଇଥିବା ବେଳେ ସେହି ସ୍ଥାନରେ ହିଁ ମା’ ଭାଲୁଟି ସୁରେଶଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଖବର ପାଇ ବଡବାହାଲ ବନ କର୍ମଚାରୀ ଓ ରେଢ଼ାଖୋଲ ପୋଲିସ ପହଞ୍ଚତ୍ ସୁରେଶଙ୍କ ମୃତଦେହ ଉଦ୍ଧାର କରିଥିଲେ। ମଙ୍ଗଳବାର ରେଢ଼ାଖୋଲ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ା
ଅନ୍ୟପକ୍ଷେ ଗତ ୨ ଦିନ ଧରି ଭାଲୁ ଆକ୍ରମଣରେ ୩ଟି ଜୀବନ ଚାଲିଯିବାରୁ ସୋମବାର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ରେଢ଼ାଖୋଲ ଏସ୍‌ଡିପିଓ ହାଡ଼ିବନ୍ଧୁ ସ୍ବାଇଁ, ରେଢ଼ାଖୋଲ ଥାନା ଅଧିକାରୀ ପ୍ରଶାନ୍ତ ସାମଲ, ଜିଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ବଡ଼ବାହାଳ ସରପଞ୍ଚ ସନ୍ତୋଷ ମିର୍ଦ୍ଧା ଏବଂ ରେଞ୍ଜ ଅଧିକାରୀ ପ୍ରଜ୍ଞାପାରମିତା ଦୀପ ଗାଁରେ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଇଥିଲେ। ହେଲେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଓ ଆହତଙ୍କ ମାଗଣା ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଲୋକେ ଦାବି କରିଥିଲେ। ସେହିଭଳି ଭାଲୁ ଦାଉରୁ ସୁରକ୍ଷା ଦେବାକୁ ବନ ବିଭାଗ କ’ଣ ପଦକ୍ଷେପ ନେଇପାରିବ ବୋଲି ଲୋକେ ଜବାବ ମାଗିଥିଲେ। ତେବେ ୨୦ ଦିନ ଭିତରେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ନିୟମ ଅନୁସାରେ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ। ୭ ଦିନ ପର୍ଯ୍ୟନ୍ତ ଜଙ୍ଗଲକୁ ଲୋକେ ନ ଯିବାକୁ ବନ ବିଭାଗ ମାଇକ୍‌ ଯୋଗେ ସତର୍କ କରିବ। ଟ୍ରାଙ୍କୁଲାଇଜ କରି ଅଞ୍ଚଳରୁ ଭାଲୁପଲଙ୍କୁ ସ୍ଥାନାନ୍ତର କରିବ ବୋଲି ବନ ବିଭାଗ ପ୍ରତିଶ୍ରୁତି ଦେଇଛି। ବନ ବିଭାଗକୁ ବିଶ୍ୱାସ ନ କରି ଲୋକେ ଚେତାବନୀ ଦେଇଛନ୍ତି ଯେ, ପ୍ରତିଶ୍ରୁତି ନ ରଖିଲେ ବନ ବିଭାଗ ଅଫିସ ଘେରାଉ କରିବାକୁ ବାଧ୍ୟ ହେବେ।
ସୂଚନାଯୋଗ୍ୟ, ରବିବାର ମୃତ୍ୟୁ ଘଟିଥିବା ଚେରୁ ଓ କୃଷ୍ଣଙ୍କ ମୃତଦେହକୁ ରେଢ଼ାଖୋଲ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗାଁରେ ଶୋକାକୁଳ ପରିବେଶରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେହିପରି ମୃତ ଭାଲୁ ଛୁଆର ମଧ୍ୟ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟ ବେଞ୍ଚ ହେଲେ ସମ୍ବଲପୁରରେ ହେବ: ଧର୍ମେନ୍ଦ୍ର

ସମ୍ବଲପୁର,୧୭।୬(ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ରାସ୍ତାଘାଟ, ପିଇବା ପାଣି, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧୁରିବା ପାଇଁ ଦୀର୍ଘମିଆଦୀ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଲାଗି ଜିଲା ପ୍ରଶାସନକୁ...

ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ

ରେଢାଖୋଲ,୧୬ା୬(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ନାକଟୀଦେଉଳ ତହସିଲ ଅଫିସର ବରିଷ୍ଠ କିରାଣୀ କ୍ଷିରୋଦ କୁମାର ବଳ(୫୦)ଙ୍କ ମୃତଦେହ ରେଢାଖୋଲ ଏନଏସି ୱାର୍ଡ ନଂ ୮ ଗଣେଷନଗରସ୍ଥିତ...

ରାସ୍ତାରେ ଯାଉଥିବା ବେଳେ ମା’, ଝିଅଙ୍କୁ ଆକ୍ରମଣ

ସମ୍ବଲପୁର,୧୪।୬: ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଦାନୀପାଲି ଗାଁରେ ଏକ ଅଭାବନୀୟ ଘଟିଣା ଘଟିଛି। ରାସ୍ତାରେ ଯାଉଥିବା ବେଳେ ମା’ଏବଂ ଝିଅଙ୍କୁ ଜଣେ ଯୁବକ ଛୁରୀରେ...

କାର୍ଯ୍ୟରତ ଥିବା ବେଳେ ଚାଲିଗଲା ପୋଲିସ ଏଏସ୍‌ଆଇଙ୍କ ଜୀବନ

ସମ୍ବଲପୁର,୧୦।୬: ସମ୍ବଲପୁର ଜିଲା ବରେଇପାଲି ଥାନାରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। କାର୍ଯ୍ୟରତ ଏଏସ୍‌ଆଇ ପଞ୍ଚୁ ବାଗଙ୍କ ଆକଷ୍ମିକ ମତ୍ୟୁ ଘଟିଛି। ମିଳିଥିବା ସୂଚନା...

ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା ବିଧାୟକ ରବି ନାଏକଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୧୦ା୬: ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ ପାଖେଇ ଆସୁଥିଲା ବେଳେ କିଏ ମୁଖ୍ୟମନ୍ତ୍ରୀ ହେବ ଏହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏହାରି...

ଶୀତଳଷଷ୍ଠୀରେ କନ୍ୟାଦାନ କରିବେ ଦେବାଶିଷ, ଶ୍ୱଶୁରଘର ପରିବାର ଓ ଧର୍ମପତ୍ନୀ ରୀତିମୁକ୍ତାଙ୍କ ସହ ପ୍ରସ୍ତୁତିରେ ସାମିଲ

ସମ୍ବଲପୁର,୯ା୬(ଭବାନୀ ଶଙ୍କର ଭୋଇ): କ୍ରିକେଟ ଦୁନିଆରେ ସୁଇଙ୍ଗ ବୋଲିଂ ପାଇଁ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ରଖିଥିବା ଦେବାଶିଷ ମହାନ୍ତି ଏବେ ପାର୍ବତୀଙ୍କ ପିତାଭାବେ...

ରାସେଶ୍ୱରୀଙ୍କ ହସ, ଖୁସି ନା କଟାକ୍ଷ

ସମ୍ବଲପୁର,୬।୬ (ଭବାନୀ ଶଙ୍କର ଭୋଇ)ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ହସ ଭରା ଚେହେରା ଏବେ ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଜପା ପ୍ରାର୍ଥୀ ଜୟନାରାୟଣ ମିଶ୍ର...

ସମ୍ବଲପୁର ଲୋକସଭା ଆସନରୁ ଧର୍ମେନ୍ଦ୍ର ପ୍ରଧାନ ବିଜୟୀ

ସମ୍ବଲପୁର,୩।୬: ଓଡ଼ିଶାର ପ୍ରାୟ ୧୯ ଲୋକ ସଭା ଆସନରେ ଆଗରେ ଥିବା ବେଳେ ସମ୍ବଲପୁର ଆସନରୁ ବିଜୟୀ ହୋଇଛନ୍ତି ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri