Advertisement
Posted inଖେଳ

ଶାକିବ ଶ୍ରେଷ୍ଠ ଦିନିକିଆ ଅଲ୍‌ରାଉଣ୍ଡର

ଦୁବାଇ, ୨୩।୫- ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ ଥିବାବେଳେ ବାଂଲାଦେଶ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସାନ ଶ୍ରେଷ୍ଠ ଦିନିକିଆ ଅଲ୍‌ରାଉଣ୍ଡର ମାନ୍ୟତା ଲାଭ କରିଛନ୍ତି। ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ଦିନିକିଆ ଅଲ୍‌ରାଉଣ୍ଡର ତାଲିକାରେ ଆଫଗାନିସ୍ତାନର ରଶିଦ ଖାଁଙ୍କୁ ହଟାଇ ଶାକିବ ଏକ ନମ୍ବର ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆୟର୍ଲାଣ୍ଡରେ ସଦ୍ୟ ସମାପ୍ତ ତ୍ରି-ରାଷ୍ଟ୍ରୀୟ ସିରିଜରେ ୩୨ ବର୍ଷୀୟ ଶାକିବ ୧୪୦ ରନ କରିବା ସହ ୨ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ଏହି ଅଲ୍‌ରାଉଣ୍ଡ ପ୍ରଦର୍ଶନ ଲାଗି ଶାକିବଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତୀ ଘଟିଛି। ଅଲ୍‌ରାଉଣ୍ଡ ତାଲିକାରେ ଶାକିବଙ୍କୁ ୩୫୯ ପଏଣ୍ଟ ମିଳିଥିବାବେଳେ ୨ୟ ସ୍ଥାନରେ ରହିଥିବା ରଶିବ ୨୦ ପଏଣ୍ଟ ପଛରେ ରହିଛନ୍ତି। ଅନ୍ୟତମ ଆଫଗାନିସ୍ତାନ କ୍ରିକେଟର ମହମ୍ମଦ ନବି (୩୧୯ ପଏଣ୍ଟ) ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି। ଟପ୍‌-୧୦ ଅଲ୍‌ରାଉଣ୍ଡର ତାଲିକାରେ କୌଣସି ଭାରତୀୟ କ୍ରିକେଟର ସ୍ଥାନ ପାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ତ୍ରୀଙ୍କୁ ସରପ୍ରାଇଜ୍‌ ଦେଲେ ସଚିନ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ଯଦିଓ ଅବସର ନେଇସାରିଛନ୍ତି କିନ୍ତୁ ତାଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌...

ସନ୍‌ରାଇଜର୍ସର ପ୍ରଥମ ବିଜୟ

ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ...

ଗୋଟିଏ ହୋଟେଲରେ ରହୁଥିଲେ କନିକା କାପୁର, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଖେଳାଳି

ନୂଆଦିଲ୍ଲୀ,୨୨।୩- ଏକ ହଜାର ସ୍ଥାନୀୟ ପ୍ରଶାସକ ଓ ଉତ୍ତର ପ୍ରଦେଶ (ୟୁପି) ସ୍ବାସ୍ଥ୍ୟ ବିଭାଗୀୟ କର୍ମକର୍ତ୍ତାଙ୍କୁ ନେଇ ଗଠିତ ୧୦୦ ଦଳକୁ ବଲିଉଡ କଣ୍ଠଶିଳ୍ପୀ କନିକା...

ଫ୍ରେଞ୍ଚ ଓପନରେ ଖେଳିବେ ନାହିଁ ଫେଡରର

ପ୍ୟାରିସ,୨୦।୨- ସୁଇଜରଲାଣ୍ଡର କିମ୍ବଦନ୍ତୀ ରୋଜର ଫେଡରର ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରେ ଖେଳିବେ ନାହିଁ। କେବଳ ଫ୍ରେଞ୍ଚ ଓପନ ନୁହେଁ ସିଜନର ପ୍ରାୟ...

ଯେମିତି ଆରମ୍ଭ କରିଥିଲୁ, ସେମିତି ଶେଷ କରିବାକୁ ପୁଣି ଫେରିବୁ: ଭାବୁକ କଲା ସିଏସ୍‌କେର ଭିଡିଓ…

ନୂଆଦିଲ୍ଲୀ,୧୨।୫: ଚଳିତ ଆଇପିଏଲ୍‌ ସିଜନ୍‌ରେ ଭଲ ପ୍ରଦର୍ଶନ କରୁଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ସିଏସ୍‌କେ ଟିମ୍‌ ଟୁର୍ନାମେଣ୍ଟ ସ୍ଥଗିତ ହେବା ଆଗରୁ...

ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ରୁ ଆଉଟ୍‌

ପ୍ୟାରିସ, ୨୭ା୯(ଏପି)-କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ପାଇଁ ପୂର୍ବତନ ଟପ୍‌ ଟେନ୍‌ ଖେଳାଳି ଫର୍ନାଣ୍ଡୋ ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି।...

ପ୍ରେମିକଙ୍କ ଭିଡିଓ ଛାଡିଲେ ସଚିନ ତେନ୍ଦୁଲକରଙ୍କ ଝିଅ, ଆଉ ତା’ପରେ

କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଅଧିକାଂଶ ସମୟରେ ତାଙ୍କ ସୌନ୍ଦର୍ଯ୍ୟ ନେଇ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଫାନ୍‌ ଫଲୋଇଙ୍ଗ୍‌...

ବିଲରୁ ମିଳିଲା କବାଡ଼ି ଷ୍ଟାର୍‌ ସୁରେନ୍ଦ୍ରଙ୍କ ଶବ

ପାନିପଥ, ୧୯।୯: ହରିୟାଣାର ଜଣାଶୁଣା କବାଡ଼ି ଖେଳାଳି ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ସୁରେନ୍ଦ୍ରଙ୍କ ମୃତ ଦେହ ଏକ ବିଲରୁ ଉଦ୍ଧାର କରାଯାଇଛି। ସୁରେନ୍ଦ୍ର ପାନିପଥର କୁରାନା...

Advertisement
Archives

Model This Week