ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଇନ୍ଦିରା ଗାନ୍ଧୀ, ଅମୃତ କୌର

ଓ୍ବାଶିଂଟନ,୭।୩: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସ୍ବାଧିନତା ସଂଗ୍ରାମୀ ଅମୃତ କୌରଙ୍କୁ ଟାଇମ୍‌ ମାଗାଜିିନର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି। ଟାଇମ୍‌ ମାଗାଜିନ୍‌ ଦ୍ୱାରା ୧୯୪୭ ଓ ୧୯୭୬ ପାଇଁ କ୍ରମଶଃ ଅମୃତ କୌର ଓ ଇନ୍ଦିରା ଗାନ୍ଧୀଙ୍କୁ ଓମେନ ଅଫ୍‌ ଦ ଇୟର ଦର୍ଶାଇ ଏକ ବିଶେଷ ସଂସ୍କରଣ ପ୍ରକାଶ କରିଛି। ଟାଇମର କର୍ମଚାରୀ ଓ ବିଶେଷଜ୍ଞଙ୍କ ଦ୍ୱାରା କିଛି ମାସ ଧରି କରାଯାଇଥିବା ପ୍ରକ୍ରିୟା ପରେ ୬ଶହ ଆବେଦନରୁ ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୭୨ ବର୍ଷ ହେବ ଟାଇମ ମାଗାଜିନ ‘ମ୍ୟାନ ଅଫ ଦି ଇୟର’ପ୍ରକାଶିତ କରୁଥିଲେ। ଯେଉଁଥିରେ ବହୁ ପ୍ରଭାବଶାଳୀ ପୁରୁଷ ଯେମିତିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉଦ୍ଦ୍ୟୋଗପତି ଆଦିଙ୍କୁ ସାମିଲ କରାଯାଉଥିଲା। ୧୯୯୯ରେ ଏହାକୁ ପରିବର୍ତ୍ତନ କରାଯାଇ ‘ପର୍ସନ ଅଫ୍‌ ଦ ଇୟର’ କରାଗଲା। ଏବେ ଏହି ମାଗାଜିନ ଶହେ ପ୍ରଭାବଶାଳୀ ମହିଳାଙ୍କୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛି ଯେଉଁମାନଙ୍କର ବ୍ୟକ୍ତିତ୍ୱ ଆଢୁଆଳରେ ରହିଯାଉଥିଲା। ଯେଉଁ ପଦପାଇଁ କେବଳ ପୁରୁଷଙ୍କୁ ବଛା ଯାଉଥିଲା ଏବେ ସେହି ସ୍ଥାନରେ ମହିଳାମାନେ ମଧ୍ୟ ଅଧିଷ୍ଠିତ ହେଲେଣି। ଏବେ ପ୍ରକାଶିତ ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଡିଜାଇନର କୋକୋ ଚେନଲ, ଲେଖିକା ବର୍ଜିନା ବୁଲ୍‌ଫ, ମହାରାଣୀ ଏଲିଜାବେଥ, ଅଭିନେତ୍ରୀ ମାର୍ଲିନ ମୋନରୋ, ରାଜକୁମାରୀ ଡାଏନା, ଚାଇନା ଫାର୍ମାସିଷ୍ଟ ଟୁ ୟୁୟୁ ଓ ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ଠାରୁ ସ୍ବାଧୀନ ହେବାକୁ ସହାୟତା ଲୋଡ଼ିଲେ ବାଲୋଚ, ସିନ୍ଧି ସଙ୍ଗଠନ

ହ୍ୟୁଷ୍ଟନ,୨୩ା୯(ପି.ଟି.): ପାକିସ୍ତାନଠାରୁ ସ୍ବାଧୀନତା ପାଇବା ଲାଗି ବାଲୋଚ, ସିନ୍ଧି ଓ ପାସ୍ତୋ ସମ୍ପ୍ରଦାୟର ପ୍ରତିନିଧିମାନେ ହ୍ୟୁଷ୍ଟନର ଏନ୍‌ଆରଜି ଷ୍ଟାଡିୟମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ...

ରେଡିଏଶନ୍‌କୁ ଭିଜା ଲୋଡ଼ା ନାହିଁ

ମସ୍କୋ/କିଭ୍‌ , ୫ା୯: ୟୁକ୍ରେନ୍‌ ଉପରେ ୬ ମାସରୁ ଅଧିକ ସମୟ ହେଲା ରୁଷିଆ ଆକ୍ରମଣ ଜାରି ରଖିଛି। ଯୁଦ୍ଧ ଆରମ୍ଭ ହେବାଦିନରୁ ଆମେରିକା ସମେତ...

ପୃଥିବୀ ଆଡ଼କୁ ମାଡ଼ିଆସୁଛି ୧୦୧୭ ଫୁଟ ଲମ୍ବ ଉଲକାପିଣ୍ଡ

ଓ୍ବାଶିଂଟନ,୨୪।୬: ପୃଥିବୀରେ କରୋନା ଆତଙ୍କ ଦେଖାଦେଇଥିବାବେଳେ ଏବେ ମହାକାଶରୁ ବିରାଟକାୟ ଉଲକାପିଣ୍ଡ ୨୦୧୦-ଏନ୍‌ଓ୍ବାଇ-୬୫ ମାଡ଼ି ଆସୁଛି। ଜୁନ ୨୪ରେ ଏହା ପୃଥିବୀର ନିକଟ ଦେଇ ଗତି...

୬ ଫୁଟ ନୁହେଁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ କରୋନା

ଲସ୍‌ ଆଞ୍ଜେଲସ୍‌,୨୯।୫: କରୋନା ଭାଇରସ ସଂକ୍ରମଣ ପାଇଁ ଯେଉଁ ସାମାଜିକ ଦୂରତ୍ୱ ୬ ଫୁଟ ରଖାଯାଇଥିଲା ତାହା ପର୍ଯ୍ୟାପ୍ତ ନୁହେଁ। କାରଣ ଛିଙ୍କିଲେ ବା କାଶିଲେ...

ଇଟାଲୀରେ ଇଂଲିଶ ଉପରେ ପ୍ରତିବନ୍ଧକ ପାଇଁ ପ୍ରସ୍ତାବ: ନିର୍ଦ୍ଦେଶ ଅମାନ୍ୟ କଲେ ଏକ ଲକ୍ଷ ୟୁରୋ ଜରିମାନା…

ରୋମ,୨।୪ : ଇଟାଲୀ ସରକାର ନିଜ ଦେଶରେ ଇଂଲିଶ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ନ୍ୟୁଜ୍‌ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସରକାରୀ ଯୋଗାଯୋଗ...

ଚାଇନାରେ ଓମିକ୍ରନର ଦୁଇ ସବ୍‌-ଭାରିଆଣ୍ଟ ନେଇ ହାହାକାର…

ବେଜିଂ,୧୧।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କଂଗ୍ରେସ ବୈଠକ ପୂର୍ବରୁ ପୁଣି ଥରେ କରୋନାଙ୍କର ଏକ ନୂଆ ଭାରିଆଣ୍ଟ ନେଇ ଆତଙ୍କ ସୃଷ୍ଟି ହୋଇଛି।...

ମଝି ଆକାଶରେ ଯାତ୍ରୀବାହୀ ବିମାନର ଭାଙ୍ଗିଲା ଡେଣା

ମସ୍କୋ,୧୫।୮: ରୁଷିଆରେ ଏକ ଯାତ୍ରୀବାହୀ ବିମାନର ଡେଣା ମଝି ଆକାଶରେ ଭାଙ୍ଗିଯିବାରୁ ଏହାର ଜରୁରୀ ଅବତରଣ କରାଯାଇଛି। ବିମାନରେ ୨୨୬ ଯାତ୍ରୀ ଥିବା କୁହାଯାଉଛି। ସେମାନଙ୍କ...

ମହିଳାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଚାଇନା ସରକାର

ବେଜିଂ, ୧୦।୮: ଚାଇନାର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରାଜପଥ ଉପରେ ଏକ ଘର ରହିଛି। ଏହି ଘରଟିକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘରର...

Advertisement
Archives

Model This Week