ଶହେ ପରତିଶତ ଅକ୍ଷମ ଯୋଗେଶ୍ୱର:ଭତାରେ ସୀମିତ ସରକାରୀ ସାହାଯ୍‌

ଡୁଙ୍ଗୁରିପାଲି, ୯ । ୭ (ଡି.ଏନ୍‌.ଏ.):
ଦିବ୍ୟାଙ୍ଗମାନେ କେନ୍‌ଥେଇ ସମାଜର ମୁଖିଆ ଧାରରେ ସାମିଲ ହେଇପାରବେ ସେଥିରଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ହେଲେ ଅନେକ ଜାଗାରେ ସରକାରୀ ଅଧ୍‌କାରୀ, କରମଚାରୀକର ଉଦାସିନତା ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଁଚେତ୍‌ ପହଣ୍ଡି ଗଁ। ରେ।
ସୂଚନା ହିସାବେ ପହଣ୍ଡି ଗଁାର ଶିବ ପୁଟେଲ ଆର ସବ୍ୟ ପୁଟେଲକଁର ପୁଓ ହେଉଛନ୍‌ ଯୋଗେଶ୍ୱର ପୁଟେଲ(୧୮)। ସେ ଜନ୍‌ମୁ ଭିନ୍ନକ୍ଷମ ଆନ୍‌। ତାକର ଗୋଡ଼ହାତ ଠିକ୍‌ରେ କାମ୍‌ ନାଇଁ କରୁଥିଲାବେଲେ ସେ କଥା କହି କି ଶୁନି ବି ନାଇଁ ପାରବାର। ଠାରନାରରେ ଯାହା ବୁଝୁଛନ୍‌। ଇଆଡ଼େ ପରିବାରଟା ବିପିଏଲ୍‌ ଶ୍ରେଣୀର ହେଇଥିଲାବେଲେ ବପା ଶିବ ପୁଟେଲ ଚାଷ୍‌ବାସ କରି କୁଟୁମ ପୁଷୁଛନ୍‌। ଆଏଜ୍‌ ବି ପରିବାର ଲାଗି ଅନେକ ସରକାରୀ ଯୋଜନା ସାତ୍‌ସପନ ହେଇ ରହିଛେ। ଯୋଗେଶ୍ୱର ଭିନ୍ନକ୍ଷମ ଭତା ବାବ୍‌ଦେ ୭ଶହ ଟଁକା ପାଉଛନ୍‌। ହେଲେ ହ୍ବିଲ ଚେୟାର, ରାସନ କାର୍ଡ, ଆବାସ ଯୋଜନାରେ ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଜନ୍‌ମୁ ଭିନ୍ନକ୍ଷମ ହେବାର ଲାଗି ସେ ପାଠ୍‌ ପଢ଼ାରୁ ବଁଚିତ୍‌ ହେଇଛନ୍‌। ଗଲା ୨୦୦୩ ସାଲେ ଜିଲା ମେଡିକାଲ ବୋର୍ଡ ତାହାକୁ ୧୦୦% ପରତିଶତ ଭିନ୍ନକ୍ଷମ ବଲି ପରମାନପତର ଦେଇଛେ। ହେଲେ ଯୋଗେଶ୍ୱରକୁଁ ଭିନେ ଭିନେ ସରକାରୀ ଯୋଜନାରେ ସାମିଲ କରବାକେ ମା’ବାପ୍‌ ଥାନୀୟ ସରପଁଚ୍‌ନୁ ମୂଲ କରି ବିଡିଓ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ଡୁଙ୍ଗୁରିପାଲି ବିଡିଓ ସହଦେବ ସମାଧିଆକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା। ପହେଲା ତାହାକୁ ଗୁଟେ ହ୍ବିଲ ଚେୟାର ଆର ରାଶନ କାର୍ଡ ଦେବାର ବେବସ୍‌ତା କରାଯିବା। ଯଦି ତାକର ନଁା ବିଜୁ ପକାଘର କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଥିବା ତ ବହୁତ ଭଲକଥା ନାଇଁହେଲେ ସେ ‘କ’ କି ‘ଖ’ ନମ୍ବର ଫର୍ମରେ ଆବେଦନ କଲେ ଯେତେ ଜଲଦି ହେବା ତାହାକୁ ପକାଘର ବି ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଟେଣ୍ଡାଣ୍ଟ ଭରସାରେ କୁଦୋପାଲି ଡାକ୍‌ତରଖାନା

ସୋହେଲା,୨୬ା୬ (ଡି.ଏନ୍‌.ଏ):ବରଗଡ଼ ଜିଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୯୮୯ ସାଲେ କୁଦୋପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥାପନ ହେଇଥିଲା। ରାଏଜ୍‌ ସରକାର ଇ...

ଚୂଡ଼ାନ୍ତ ପର୍ଯ୍ୟାୟରେ କପିଳାସ ଭକ୍ତନିବାସ

ଢେଙ୍କାନାଳ ଅଫିସ, ୩୧।୧: ପ୍ରସିଦ୍ଧ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁଙ୍କ ରହଣି ସୁବିଧା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ଭକ୍ତ ନିବାସ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ...

ସମସ୍ୟା ଘେରରେ ପିବିକେ ଉଚ୍ଚ ବିଦ୍ୟାଳୟ: ୬୪୪ ଛାତ୍ରୀଛାତ୍ରଙ୍କୁ ୮ ଶ୍ରେଣୀଗୃହ

ବଅଁରପାଳ,୯।୮ (ଡିି.ଏନ୍‌.ଏ.)-ବଅଁରପାଳ ବ୍ଲକ ଅଫିସ ନିକଟରେ ଥିବା ପିବିକେ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଗତି କରୁଛି। ଛାତ୍ରୀଛାତ୍ରଙ୍କ ତୁଳନାରେ ଶିକ୍ଷକ ନ ଥିବା ବେଳେ...

ଓ୍ବାନ ନେଶନ, ଓ୍ବାନ ରାଶନ:ବଦଳିବ ରାଶନ କାର୍ଡ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):କେବଳ ରାଜ୍ୟ ନୁହେଁ, ଦେଶର ଯେ କୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନ୍‌ଏଫ୍‌ଏସ୍‌ଏ)ରେ ସାମିଲ ହୋଇଥିବା ହିତାଧିକାରୀମାନେ ସେମାନଙ୍କର ରାଶନ ନେଇପାରିବେ। ସମଗ୍ର ଦେଶ...

ସଂରକ୍ଷଣ ତାଲିକାକୁ ନେଇ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର,୨୦।୧୨ (ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ପୌର ନିର୍ବାଚନ ହେବ। ସମୟ ପାଖେଇ ଆସୁଥିବାବେଳେ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ରାଜନୀତି...

ପ୍ରବାସୀ ଓଡିଆଙ୍କୁ ସହାୟତା

ଖଇରା, ୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ସିମୁଳିଆ ଓ ଔପଦା ନିର୍ବାଚନମଣ୍ଡଳୀରେ ରାଜନେତା ଶଶି ସାହୁ ପ୍ରାକୃତିକ ବିପତ୍ତି ସମୟରେ ସିମୁଳିଆ ଓ ଖଇରା ଜନସାଧାରଣଙ୍କ ନିକଟରେ...

ବାପାଙ୍କୁ ଛୁରି ଭୁସି ହତ୍ୟା କଲା ବଡପୁଅ  

ଖୁଣ୍ଟୁଣୀ,୧୨ା୭(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମୁଷୁଳିଆ ଗ୍ରାମ ମୁଣ୍ଡାସାହିର ନାଥ ପୂର୍ତ୍ତିଙ୍କୁ ଶନିବାର ରାତି ପ୍ରାୟ ୧୦ଟାରେ ତାଙ୍କ ବଡ଼ପୁଅ ଛୁରି ଭୁସି ହତ୍ୟା କରିଛନ୍ତି।...

ଶିକ୍ଷକମାନେ ସାଧନା କରନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ବକ୍ସି ଜଗବନ୍ଧୁ ଇଂଲିଶ୍‌ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଡ୍ରିମ୍‌ସ୍କେପ୍‌-୨୦୧୯ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର...

Advertisement
Archives

Model This Week