ଶହୀଦ ସେନାଙ୍କ ସମ୍ମାନରେ ୪ ଦିନ ଅର୍ଦ୍ଧନମିତ ରହିବ ଆମେରିକାର ଜାତୀୟ ପତାକା

ୱାଶିଂଟନ,୨୭ ।୮: କାବୁଲରେ ହୋଇଥିବା ବୋମା ବିସ୍ଫୋରଣରେ ୧୩ ଆମେରିକୀୟ ଯବାନ ଶହୀଦ ହେବା ପରେ ସେଠାରେ ଆମେରିକା ପୁଣିଥରେ ସକ୍ରିୟ ହୋଇ ଉଠିଛି । ରାଷ୍ଟ୍ରପତି ଜୋ ବାଇଡେନ ଏହି ଘଟଣାକୁ ନେଇ କହିଛନ୍ତି, ଆମେ କେବେହେଲେ ଆପଣଙ୍କୁ କ୍ଷମା କରିବୁ ନାହିଁ । ଏବେ ଆମର ମିଶନ ପୂର୍ଣ୍ଣ ହୋଇନାହିଁ । ଗୁରୁବାର ହ୍ୱାଇଟ ହାଉସରେ ଖବରଦାତାଙ୍କୁ ବାଇଡେନ କହିଛନ୍ତି ଆମେରିକାକୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ବା ସଙ୍ଗଠନକୁ କେବେହେଲେ ଆମେରିକା ଛାଡିବ ନାହିଁ । ସୂଚନାଯୋଗ୍ୟ, ଉକ୍ତ ବିସ୍ଫୋରଣରେ ୧୩ ଆମେରିକୀୟ ସେନାଙ୍କର ମୃତ୍ୟୁ ହୋଇଥିବାରୁ ଦେଶର ଜାତୀୟ ପତାକାକୁ ୪ ଦିନ ପାଇଁ ଅର୍ଥାତ୍ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଅର୍ଦ୍ଧନମିତ ରଖାଯିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ଗୁଳିକରି ହତ୍ୟା କଲେ ପୋଲିସ ଅଧିକାରୀ

ଆଟଲାଣ୍ଟା, ୧୪।୬: ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କୁ ଗିରଫ କରିବା ସମୟରେ ଗୁଳି କରାଯାଇଥିବା କୁହାଯାଉଛି।...

ଇରାକ ପାର୍ଲାମେଣ୍ଟରେ ସହମତି: ବିଦା ହେବେ ଆମେରିକା ସୈନ୍ୟ

ବେରୁଟ,୬ା୧(ଏପି): ଇରାକରୁ ଆମେରିକା ସୈନ୍ୟଙ୍କୁ ବିଦା କରାଯିବ। ଦେଶରୁ ଆମେରିକା ସେନାକୁ ବିତାଡ଼ିତ କରିବା ପାଇଁ ରବିବାର ଇରାକ ପାର୍ଲାମେଣ୍ଟରେ ସହମତି ପ୍ରକାଶ ପାଇଛି। ପାର୍ଲାମେଣ୍ଟ...

ରାଷ୍ଟ୍ରପତିଙ୍କ ପଛରେ ଛତା ଧରି ଛିଡ଼ା ହେଉଥିବା ବିଶ୍ୱସ୍ତ କଲେ କ୍ଷମତା ଦଖଲ…

କୋନାକ୍ରେ,୭।୯: ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ବିଦ୍ରୋହୀ ସୈନ୍ୟମାନେ କ୍ଷମତା ଦଖଲ କରିଛନ୍ତିି। ତେବେ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ନେଇ କୌଣସି ଘୋଷଣା କରାଯାଇ...

ପୁଟିନ୍‌ଙ୍କ ବଡ଼ ଖୁଲାସା

ମସ୍କୋ,୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଏକ ବଡ଼ ଖୁଲାସା କରିଛନ୍ତି। ସେ...

ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଅଳ୍ପ ଘଣ୍ଟା ମଧ୍ୟରେ ପୃଥିବୀର ହେବେ ନିକଟତର: ଧକ୍କା ଲାଗିବାର ରହିଛି ଆଶଙ୍କା

ଓ୍ବାଶିଂଟନ,୯।୭: ଗ୍ରହଖଣ୍ଡ ଏମ୍‌ବି-୪ ଏବଂ ଏନ୍‌ଏନ୍‌-୩ ଏବେ ପୃଥିବୀର ନିକଟତର ହେବାରେ ଲାଗିଛନ୍ତି। ଅଳ୍ପ କିଛି ଘଣ୍ଟା ମଧ୍ୟରେ ଏହି ଗ୍ରହଖଣ୍ଡ ଦ୍ୱୟ ପୃଥିବୀର ଅତି...

ମାତ୍ର ଗୋଟିଏ ଦିନର ପେଟ୍ରୋଲ ବାକି

କଲମ୍ବୋ,୧୬।୫: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍‌ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା...

ମାର୍ଗାରେଟ, ବର୍ନାର୍ଡାଇନ୍‌ଙ୍କୁ ବୁକର୍‌ ପୁରସ୍କାର

ଲଣ୍ଡନ,୧୬ା୧୦: କାନାଡା ଲେଖିକା ମାର୍ଗାରେଟ ଅଟଉଡ୍‌ ଏବଂ ବ୍ରିଟିଶ୍‌ ଲେଖିକା ବର୍ନାର୍ଡାଇନ୍‌ ଏଭାରିଷ୍ଟୋ ଚଳିତ ବର୍ଷ ମିଳିତ ଭାବେ ବୁକର୍‌ ପୁରସ୍କାର ପାଇବେ। ପ୍ରଥମ ଥର...

ଡୋନବାସର ପ୍ରାକୃତିକ ସମ୍ପଦ ଉପରେ ରୁଷିଆ ନଜର, ୟୁକ୍ରେନ୍‌ ହେବ ଦୁଇଭାଗ !…

ମସ୍କୋ/କ୍ୱିଭ୍‌, ୨୦।୪ : ଗତ ଦୁଇ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନା ଧରୁନି। କ୍ୱିଭ୍‌ ଦଖଲ କରିବାରେ ବିଫଳ...

Advertisement
Archives

Model This Week