Posted inଖେଳ

ଶର୍ଟ କଟ୍‌ ନେବାକୁ ଅର୍ଜୁନଙ୍କୁ ମନା କରିଛନ୍ତି ସଚିନ

ମୁମ୍ବାଇ,୨୭।୫(ପିଟି)- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାପା ସଫଳ ହେବା ପାଇଁ କୌଣସି ସହଜ ବାଟ ଆପଣେଇବାକୁ ମନା କରିଥିଲେ। ସମାନ କଥାକୁ ସେ ପୁଅ ଅର୍ଜୁନଙ୍କୁ କହିଛନ୍ତି। ପୂର୍ବତନ କ୍ରିକେଟରଙ୍କ ପୁଅ ନିକଟରେ ଶେଷ ହୋଇଥିବା ମୁମ୍ବାଇ ଟି୨୦ ଲିଗ୍‌ରେ ଖେଳିଥିଲେ। ଏହି ଲିଗ୍‌ରେ ଅର୍ଜୁନ ଉଭୟ ବଲ ଓ ବ୍ୟାଟ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କୁ ୫ ଲକ୍ଷ ଟଙ୍କାରେ ଆକାଶ ଟାଇଗର୍ସ ଦଳ କିଣିଥିଲା। ଏକ ପ୍ରଶ୍ନର ଉତ୍ତର ଦେଇ ସଚିନ କହିଛନ୍ତି, ଅର୍ଜୁନଙ୍କ କ୍ରିକେଟ ପ୍ରତି ଭଲ ପାଇବା ଅଛି। ମୁଁ ତାଙ୍କୁ କିଛି କରିବା ଲାଗି ବାଧ୍ୟ କରିନାହିଁ। ପୂର୍ବରୁ ସେ ଫୁଟ୍‌ବଲ ଖେଳୁଥିଲେ। ପରେ ଚେସ୍‌ ଓ କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା ବୃଦ୍ଧି ପାଇଲା। ମୁଁ ତାଙ୍କୁ କହିଛି, ଜୀବନରେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କର। କିନ୍ତୁ କୌଣସି ଶର୍ଟ କଟ୍‌ ନିଅନାହିଁ, ଯାହା ମୋ ବାପା ରମେଶ ତେନ୍ଦୁଲକର ମୋତେ କହିଥିଲେ। ପୁଅକୁ ପୂରା ସମାନ କଥା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେବ୍ୟୁ ମ୍ୟାଚ୍‌ ଦିନ ହୋଟେଲ ରୁମ୍‌କୁ ଯାଇ ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟର ମନୋଜ ତିୱାରୀ ଆଜିକାଲି କ୍ରିକେଟଠାରୁ ଦୂରରେ ଅଛନ୍ତି। ସେ ପୂର୍ବ ଆଇପିଏଲ ସିଜନରେ ଅଂଶଗ୍ରହଣ କରି ନ ଥିବା ବେଳେ ୨୦୧୫ ମସିହାରୁ...

୧ ନିୟୁତ ଡଲାର ଦାନ କଲେ ଫେଡରର

ଜେନେଭା,୨୬ା୩ (ଏଏଫ୍‌ପି)-ସୁଇଜରଲାଣ୍ଡରେ କରୋନା ଭାଇରସ୍‌ ଜନିତ ସଂକଟ ଦେଖା ଦେଇଥିବାବେଳେ ଷ୍ଟାର ଟେନିସ୍‌ ଖେଳାଳି ରୋଜର ଫେଡରର ସହାୟତାର ହାତ ବଢାଇଛନ୍ତି। କୋଭିଡ୍‌-୧୯ର ମୁକାବିଲା ପାଇଁ...

ଥାଇଲାଣ୍ଡ ଓପନ୍‌: ସାଇନା, ଶ୍ରୀକାନ୍ତଙ୍କ ଅଗ୍ରଗତି; କାଶ୍ୟପ ଓହରିଲେ

ବ୍ୟାଙ୍କକ୍‌,୧୪।୧(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନ୍‌ ସୁପର ୧୦୦୦ ଟୁର୍ନାମେଣ୍ଟରେ ଭାରତର କିଡାମ୍ବୀ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି...

ଏକଦିବସୀୟ ମ୍ୟାଚ୍‌ରେ ୧୦ ହଜାର ରନ ସହ ୧୦୦ ଉଇକେଟ, ୧୦୦ କ୍ୟାଚ୍‌ ନେଇଛନ୍ତି ବିଶ୍ୱର ଏହି ୬ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। କିଛି ଖେଳାଳି କେବଳ ବ୍ୟାଟିଂରେ ନୁହେଁ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ କ୍ରିକେଟ୍‌...

ଜାତିଆଣ ମନ୍ତବ୍ୟ ନେଇ କ୍ଷମା ମାଗିଲେ ଯୁବରାଜ

ନୂଆଦିଲ୍ଲୀ,୫।୬(ପି.ଟି.): ଏକ ଇନ୍‌ଷ୍ଟାଗ୍ରାମ୍‌ ଚାଟ ଅବସରରେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କ୍ଷମା ମାଗିଛନ୍ତି।...

ଆଲୋକ ମଙ୍ଗରାଜଙ୍କ ଅବସର

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି): ଦ୍ରୁତ ବୋଲର ଆଲୋକ ମଙ୍ଗରାଜ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ବୁଧବାର...

ଆଜି ମହାମୁକାବିଲା: ପଞ୍ଚମ ଥର ବିଶ୍ୱକପ୍‌ ଟାଇଟଲ ଜିତିବା ଲକ୍ଷ୍ୟରେ ଭାରତ

ଆଣ୍ଟିଗୁଆ,୫।୨: ଶନିବାର ଅଣ୍ଡର-୧୯ ବିଶ୍ୱକପ୍‌ର ଫାଇନାଲ ମୁକାବିଲା ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ଚାରିଥର ବିଶ୍ୱକପ୍‌ ବିଜେତା ଭାରତ ଏହି ଟୁର୍ନାମେଣ୍ଟକୁ ଜିତି ପଞ୍ଚମ...

ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବେ କି ପ୍ରୀତି ଜିଣ୍ଟାଙ୍କ ଏହି ବ୍ୟାଟ୍ସମ୍ୟାନ! ୪୮ ବଲ୍‌ରେ ମାରିଛନ୍ତି ଶତକ

ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍‌ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦...

Advertisement
Archives

Model This Week