ଶରୀର ପାଇଁ ଲାଭଦାୟକ ମଞ୍ଜି ଜାତୀୟ ଖାଦ୍ୟ

ଆଧୁନିକ ଜୀବନଶୈଳୀ ଅନେକ ମାରାତ୍ମକ ରୋଗର କାରଣ ପାଲଟିଛି। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବା। ସମସ୍ତଙ୍କର ଧାରଣାଥାଏ ସୁସ୍ଥ ରହିବାକୁ ହେଲେ ଫଳ, ପନିପରିବା ଯଥେଷ୍ଟ ମାତ୍ରାରେ ଖାଇବା ଉଚିତ। ତାହା ଠିକ୍‌, ହେଲେ ଏମିତି କିଛି ମଞ୍ଜି ଅଛି ଯାହା ଖାଇଲେ ଶରୀରରୁ ୍ରନେକ ରୋଗ ଦୂରେଇ ଯାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ରାଶି: ଏଥିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟସ୍‌, କ୍ୟାଲସିୟମ ଓ ଅନ ସାଚ୍ୟୁରେଟେଡ୍‌ ଫ୍ୟାଟ୍ସ ରହିଛି। ଏହାକୁ ଖାଇଲେ ଉଚ୍ଚରକ୍ତଚାପ ଓ କ୍ୟାନସର ଭଳି ରୋଗ ଦୂରେଇ ଯାଇଥାଏ।

ଅଳସି ବା ଫେଶୀ: ଏଥିରେ ରହିଛି ଏସିଡ୍‌, ପ୍ରୋଟିନ୍‌, ଫାଇବର, ଭିଟାମିନ୍‌ ବି, ସେଲେନିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ ଓ ଜିଙ୍କ। ଏହା ଶରୀରକୁ ଏନର୍ଜି ବା ଶକ୍ତି ଯୋଗାଇ ଥାଏ। ଏହାଛଡା ନିୟମିତି ଅଳସି ମଞ୍ଜି ଖାଇଲେ ଥଣ୍ଡା ସର୍ଦ୍ଦି, କାଶ ଆଦି ହୋଇ ନ ଥାଏ।

କଖାରୁ ମଞ୍ଜି: କଖାରୁ ଅନେକଙ୍କୁ ଖାଇବାକୁ ଭଲ ଲାଗି ନ ଥାଏ। ହେଲେ ଏହାର ମଞ୍ଜି ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ରହିଛି ଭିଟାମିନ ସି, ଇ, ଆଇରନ୍‌, କ୍ୟାଲସିୟମ୍‌, ପୋଟାସିୟମ, ଜିଙ୍କ, ପ୍ରୋଟିନ ଓ ଫାଇବର। ଏହା ରକ୍ତ ସଫା କରିବା ସହ ପେଟ ସଫା ରଖିବାରେ ସାହାଯ୍ୟ କରିଥାଏ।

ପଣସ ମଞ୍ଜି: ଖରାଦିନେ ମିଳୁଥିବା ପଣସ ମଞ୍ଜିରେ ରହିଛି ଭିଟାମିନ୍‌ ଏ, ସି, ବି, କାର୍ବୋହାଇଡ୍ରେଟ୍ସ, ଜିଙ୍ଗ ଏବଂ ଫସଫରସ୍‌। ସାଧାରଣତଃ ଜ୍ୱର, ବାନ୍ତି, କାଶ ତଥା କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢିବାର ଗୁଣ ରହିଛି। ଏହାଛଡା ନିୟମିତ ଏହାକୁ ସେବନ କଲେ ହୃଦରୋଗ ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବେଶ୍‌ ଉପକାରୀ ତୁଳସୀ ଚେର

ତୁଳସୀ ଏକ ଔଷଧୀୟ ବୃକ୍ଷ। ଏହାର ପ୍ରତିଟି ଅଂଶ ବିଭିନ୍ନ ପ୍ରକାର ରୋଗର ନିଦାନ କରିବାରେ ସହାୟକ ହୋଇଥାଏ। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା...

ଖର୍ଚ୍ଚକାଟରୁ ସଞ୍ଚୟ

ଖର୍ଚ୍ଚକାଟ କରି ସମସ୍ତଙ୍କ ଅଜାଣତରେ ସଞ୍ଚୟ କରିବା ହେଉଛି ଏକ କଳା। ଆଉ ଏହି କଳାରେ ବେଶ୍‌ ପାରଙ୍ଗମ ଗୃହିଣୀମାନେ। ପରିବାରର ନିହାତି ଦରକାର ବେଳରେ...

ରକ୍ତ ଶର୍କରା ଅଂଶ କମ୍‌ କରେ କଞ୍ଚାଲଙ୍କା

କଞ୍ଚାଲଙ୍କାରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍‌ ଏ ଓ ସି। ଯାହା ଆମର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଆଜିକାଲି ଅଧିକାଂଶ ଲୋକେ ଲାଲ ଲଙ୍କାକୁ...

ବିବାହ ବାଧା ହେବ ଦୂର ପାଇଁ କରନ୍ତୁ ଏପରି…

ସିଧା ବାଦଲରୁ ଖସି ପଡୁଥିବା ବର୍ଷା ପାଣିକୁ ଅତି ପବିତ୍ର ଭାବେ ଗ୍ରହଣ କରାଯାଇଥାଏ। ତେବେ କେତେକ କାର୍ଯ୍ୟରେ ଏହାର ଉପଯୁକ୍ତ ଉପଯୋଗ ଦ୍ୱାରା ସୌଭାଗ୍ୟ...

ଦିନରେ ଅଧିକ ନିଦ ଲାଗିଲେ..

ଦିନତମାମ ଆମେ ନିଜକୁ ବିଭିନ୍ନ କାମରେ ବ୍ୟସ୍ତ ରଖିଥାଉ। ତେଣୁ ସେହି ଅନୁସାରେ ରାତିରେ ଆବଶ୍ୟକ ପରିମାଣର ଶୋଇବା ନିହାତି ଦରକାର। ନ ହେଲେ ଆମେ...

ଅମୃତଭଣ୍ଡା ଖାଉଥିଲେ…

ଅମୃତଭଣ୍ଡାରେ ଭରି ରହିଛି ଅନେକ ଉପକାରୀ ଗୁଣ। ଏହା ପାଚନତନ୍ତ୍ରକୁ ସକ୍ରିୟ କରିବା ସହ ମେଦବହୁଳତା ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ କ୍ୟାଲୋରିର ମାତ୍ରା ମଧ୍ୟ...

ବେଳେବେଳେ ଏପରି ହୁଏ: କଥା କହିବାକୁ ବି ଲାଗେ ଡର…

ନୂଆଦିଲ୍ଲୀ: କେତେକ ଲୋକଙ୍କଠାରେ ଏକ ପ୍ରକାର ସମସ୍ୟା ରହିଥାଏ। ସେମାନେ ସମବେତ ଲୋକଙ୍କ ସମ୍ମୁଖରେ କଥା କହିବାକୁ ଭୟ କରନ୍ତି। କିଛି ଲୋକ ନିଜର ପ୍ରଦର୍ଶନ...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଧନିଆ ପତ୍ର

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା...

Advertisement
Archives

Model This Week