ଶରୀର ପାଇଁ ଉପଯୋଗୀ କଞ୍ଚା ପିଆଜ

ପିଆଜ ବିଭିନ୍ନ ବ୍ୟଞ୍ଜନର ସୁଆଦ ବଢ଼ାଇଥାଏ। ତେବେ ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ ଖୁବ ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମରେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଉଚିତ୍‌। ଭାତ ହେଉ କିମ୍ବା ରୁଟି ଭୋଜନ ସମୟରେ କଞ୍ଚା ପିଆଜର ସାଲାଡ ଖାଆନ୍ତୁ। ନଚେତ ଦହିରେ ଟିକ୍‌ ଟିକ୍‌ କାଟି ପିଆଜକୁ ଖାଇପାରିବେ। ଏହା ଶରୀରର ପାଇଁ ବେଶ୍‌ ଲାଭଦାୟକ।
* ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବା ସାଧାରଣ କଥା। ହେଲେ ଆପଣ ଜାଣିଛନ୍ତି କି ଏଥିରୁ ବର୍ତ୍ତିବା ପାଇଁ କଞ୍ଚା ପିଆଜର ବ୍ୟବହାର ଅତ୍ୟନ୍ତ ଲାଭଦାୟକ। କଞ୍ଚା ପିଆଜ ଖାଇବା ଦ୍ୱାରା ଅଂଶୁଘାତ ହୋଇ ନ ଥାଏ। ଓ ଅଂଶୁଘାତ ହୋଇଥିଲେ ପିଆଜ ରସ ପିଇଲେ ଭଲ ହୋଇଥାଏ।
* ଗ୍ରୀଷ୍ମରେ ଅଧିକାଂଶ ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ବୃଦ୍ଧି ପାଇଥାଏ। ଏହି ବର୍ଗର ଲୋକେ ଦ୍ବିପହର ଭୋଜନ ସମୟରେ କଞ୍ଚା ପିଆଜ ଫାଳେ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।
* କଞ୍ଚା ପିଆଜ ଖାଇବା ଦ୍ବାରା ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
* ପିଆଜ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାର ଉପଯୋଗ କରିବା ସହ ସ୍ୟାଣ୍ଡୱିଚ ଘରେ ପ୍ରସ୍ତୁତ କରି କଞ୍ଚା ପିଆଜର ଉପଯୋଗ କରନ୍ତୁ। କଞ୍ଚା ପିଆଜରେ ଥିବା ବିଭିନ୍ନ ପୋଷକତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
* ସେହିପରି ଦୁର୍ଗନ୍ଧ ସମସ୍ୟା ଦେଖାଦେଲେ ମଧ୍ୟ କଞ୍ଚା ପିଆଜର ବ୍ୟବହାର କରିପାରିବେ। ଏହାକୁ ଖାଇଲେ ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇରଏଡ ରୋଗରୁ ମୁକ୍ତି ପାଇବା ପାଇଁ, ଆପଣାନ୍ତୁ ଏହି ଘରୋଇ ଉପଚାର

ଥଣ୍ଡା ଦିନରେ ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଚୀନ ଆୟୁର୍ବେଦିକ ଉପାୟରୁ ଆମେ ଘରେ...

ପୃଥିବୀର ମୃତ୍ୟୁ

ଯାହାର ଜନ୍ମ ଅଛି, ତା’ର ମଧ୍ୟ ଦିନେ ମୃତ୍ୟୁ ଅଛି। ଆମର ଗ୍ରହ ପୃଥିବୀ ଅତୀତରେ ୪୫୦ କୋଟି ବର୍ଷ ପୂର୍ବେ ସୌର ନେବୁଲାରୁ ଜନ୍ମ...

ହୃଦରୋଗ, କ୍ୟାନସର ଆଶଙ୍କା ଦୂର କରେ କାଙ୍କଡ଼

ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବାହାର ଖାଦ୍ୟ ଖାଇ ନାନା ରୋଗ...

ରୋଜଗାରର ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି

ରୋଜଗାରର ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି ଗ୍ରାଜୁଏଶନ୍‌ ପରେ ସିଟି ଟ୍ରେନିଂ ସରିଲା ଆଉ ତା’ପରେ ମୋ ବାହାଘର ହୋଇଗଲା। ବାପଘର କୋରାପୁଟ ଜିଲାର ଲକ୍ଷ୍ମୀପୁର...

ସଂଗୀତ ଶୁଣିଲେ ଦୂର ହୋଇଥାଏ ଏହି ରୋଗ

ପ୍ରତିଦିନ ୩୦ ମିନିଟ୍‌ ସଂଗୀତ ଶୁଣିଲେ କ୍ୟାନସର ପରି ମାରାତ୍ମକ ରୋଗ ଭଲ ହୋଇଥାଏ ବୋଲି ତାଇବାନ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ କ୍ୟାନସର...

ପ୍ରେମ ବିବାହ କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ବହୁତ ଭାଗ୍ୟଶାଳୀ ଏମାନଙ୍କ ପାର୍ଟନର…

ଆଜିକାଲିର ସମୟରେ ସମସ୍ତେ ନିଜ ପସନ୍ଦର ଜୀବନସାଥୀ ପାଇବାକୁ ଚେଷ୍ଟିତ। ଭବିଷ୍ୟତରେ ଯେପରି ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ନ କରିବାକୁ ପଡେ...

ଜାଣି ରଖନ୍ତୁ

ଡେଙ୍ଗୁର ଶିକାର ହୋଇ କିଛି ଲୋକ ମୃତ୍ୟୁମୁଖରେ ବି ପଡ଼ିଥାନ୍ତି। ତେଣୁ ଠିକ୍‌ ସମୟରେ ଏହି ରୋଗର ଚିକିତ୍ସା କରିବା ଉଚିତ। ତେବେ ଘରୋଇ ଉପାୟରେ...

ଘରୋଇ ଉପାୟରେ ଦୂର କରନ୍ତୁ ଗ୍ୟାସ ସମସ୍ୟା

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ପ୍ରାୟ ସମସ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ଛୋଟ ପିଲା ମଧ୍ୟ ବାଦ୍‌ ପଡ଼ୁ ନାହାନ୍ତି।...

Advertisement
Archives

Model This Week