Posted inଫୁରସତ

ଶରୀର କଳାଜାଇରେ ଭରା, ତଥାପି ହେଲେ ମଡେଲ

ବ୍ରିଙ୍ଗହାମ୍‌ର ଚେରିଲ ସ’ ଏକ ବିରଳ ଚର୍ମ ରୋଗ କଞ୍ଜେନିଟାଲ ମାଲାନୋସାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ଶରୀର ସାରା ବଡ ବଡ କଳା ଜାଇ ହୋଇଯାଇଥିଲା। ସେଥିପାଇଁ ପିଲାଦିନୁ ସେ ସମାଜର ଅନେକ ଗଞ୍ଜଣା ଶୁଣିଛନ୍ତି। କିଏ ତାଙ୍କୁ ‘ଡାଲମେସିଆନ୍‌’ ତ କିଏ ‘ସ୍ପଟି ଫେସ୍‌’ ଓ ‘କୁକି’ ଡାକୁଥିଲେ। କେହି କେହି ତ ତାଙ୍କୁ ପାଖରେ ବସେଇବାକୁ ବି ଭଲ ପାଉ ନ ଥିଲେ। ଦୁଇ ସନ୍ତାନର ମା’ ଚେରିଲ କିନ୍ତୁ ଏଥିପାଇଁ ନିଜକୁ କେବେ ଘର କୋଣରେ ଲୁଚାଇ ରଖି ନାହାନ୍ତି। ଯଦିଓ ପ୍ରଥମେ ପ୍ରଥମେ ଲୋକଙ୍କ କଥା ତାଙ୍କୁ ଖରାପ ଲାଗୁଥିଲା, ହେଲେ ପରବର୍ତ୍ତୀ ସମୟରେ ସେ ନିଜକୁ ଭଲ ପାଇବା ଆରମ୍ଭ କରିଦେଇଥିଲେ। ନିକଟରେ ସେ ନିଜର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରିଥିଲେ। ଆଶ୍ଚର୍ଯ୍ୟଜନକଭାବେ କିଛିଦିନ ପରେ ତାଙ୍କୁ ‘ମଡେଲ୍ସ ଅଫ୍‌ ଡାଇଭର୍ସିଟି’ ନାମକ ମଡେଲିଂ ଏଜେନ୍ସିରୁ ମଡେଲିଂର ଅଫର୍‌ ଆସିଲା, ଯାହାକୁ ଚେରିଲ ଆଦୌ ବିଶ୍ୱାସ କରିପାରି ନ ଥିଲେ। ଏହି ମଡେଲିଂ ଏଜେନ୍ସି ଭିନ୍ନ ଶରୀରଧାରୀ ମହିଳା, ଯାହାଙ୍କୁ ସମାଜ ଅସୁନ୍ଦର କହେ, ତାଙ୍କୁ ବାଛିଥାଏ ମଡେଲିଂ ପାଇଁ। ବର୍ତ୍ତମାନ ଚେରିଲ ଜଣେ ସଫଳ ମଡେଲ। ଆଉ ସେ ନିଜ ଜୀବନକୁ ନେଇ ବେଶ୍‌ ଖୁସି ଅଛନ୍ତି। ଆଉ ଅନ୍ୟ ପାଇଁ ଉଦାହରଣ ବି ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ୨୬୩ ଦିନରେ ୨୫ ଦେଶ ବୁଲି ବିଶ୍ୱ ରେକର୍ଡ କଲେ ଏହି ମହିଳା

ଲଣ୍ଡନ, ୧।୮: କ୍ୟାଟ୍‌ ଡିକ୍ସନ (୫୪ ବର୍ଷ) ଓ ରେଜ ମାର୍ସଡେନ (୫୫ ବର୍ଷ)। ବ୍ରିଟେନର ଏହି ଦୁଇ ମହିଳା ସାଇକ୍ଲିଷ୍ଟ ମିଳିତ ଭାବେ ୨୬୩...

ବଡ଼ ହୁଲା ହୁପ୍‌ ବୁଲାଇ ରେକର୍ଡ

ଅଣ୍ଟା ଚାରିପଟେ ହୁଲା ହୁପ୍‌ ବୁଲାଇବା ସହଜ କଥା ନୁହେଁ। ଅନେକ ଅଭ୍ୟାସ ପରେ ଏହା ସମ୍ଭବ ହୁଏ। ତେବେ ଗେଟି କେହାୟୋଭା ନାମ୍ନୀ ଜଣେ...

ବିଶ୍ୱ ପରିବେଶ ଦିବସ ଓ ଅନୁଚିନ୍ତା

ବିଶ୍ୱ ପରିବେଶ ଦିବସ ପ୍ରତିଶ୍ରୁତିବଦ୍ଧ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ବିଶ୍ୱ ପରିବେଶ ଦିବସ ୧୯୭୨ରୁ ଆରମ୍ଭ ହୋଇ ଅଦ୍ୟାବଧି ମିଳିତ ଜାତିସଂଘର ଏକ...

ପର୍ଯ୍ୟଟନ: ମହାରାଷ୍ଟ୍ରର’ମାଣିକଗଡ଼ ଦୁର୍ଗ’; କେବେ ଓ କେମିତି ଯିବେ..

ମହାରାଷ୍ଟ୍ରସ୍ଥିତ ମାଣିକଗଡ଼ ଦୁର୍ଗ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଏବେ ବି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ଖାସ୍‌କରି ଏଠାରେ ନୂଆକରି ନିର୍ମିତ ହୋଇଥିବା କାଠର...

ଦିଅଁ ନ ଥିବା ମନ୍ଦିର…

ମନ୍ଦିରରେ ସାଧାରଣତଃ ଦିଅଁ ରହିଥାନ୍ତି। ତେବେ ଦିଲ୍ଲୀର ଉଦୟପୁରରେ ଅବସ୍ଥିତ ବାହାଇ ମନ୍ଦିରରେ କୌଣସି ମୂର୍ତ୍ତି ନାହିଁ। ଏହି ମନ୍ଦିର ନିଜର ଅଦ୍ଭୁତ ନିର୍ମାଣଶୈଳୀ ପାଇଁ...

ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ୨ ବର୍ଷ ହେଲା ସରକାରୀ କାର୍ଯ୍ୟାଳୟରେ ଘୁରି ବୁଲୁଛନ୍ତି ମହିଳା

ଭୋପାଳ,୧।୩: ଫିଲ୍ମ କାହାଣୀରେ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେ ଜୀବିତ ଥିବା ଦେଖିବାକୁ ମିଳିଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କ ଜୀବନ ଏବେ ଫିଲ୍ମ...

ଏହି ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ, ଜାଣନ୍ତୁ କାହିଁକି

କୁହାଯାଏ, ମଣିଷ ଯଦି ଚାହେଁ ତେବେ ମାନବିକତା ମାଧ୍ୟମରେ ସେ ସମଗ୍ର ଦୁନିଆକୁ ଆହୁରି ସୁନ୍ଦର କରିପାରିବ। ଠିକ୍‌ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି...

ତେଜସ୍ବିନୀଙ୍କ ସାହସର ଗାଥା: ରୋଡ୍‌ ରୋମିଓଙ୍କୁ ଟେକି କଚାଡ଼ିଥିଲେ ବବିନା, ମହଙ୍ଗା ପଡ଼ିଲା ଚିନ୍ମୟୀଙ୍କଠାରୁ ଛିନତାଇ

ନାରୀ କେବେ ଲଜ୍ଜାର ଗହଣା ପିନ୍ଧା ଲାଜକୁଳୀ ଲତା ତ କେବେ ମମତାମୟୀ ମା’। କେବେ ପୁଣି ସେ ଧୈର୍ଯ୍ୟ ଓ ସହନଶୀଳତାର ଜୀବନ୍ତ ପ୍ରତିମା।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *