Posted inଖେଳ

ଶରଣାର୍ଥତ୍ ଭାବେ ଅଲିମ୍ପିକ୍ସରେ ଖେଳିପାରିବେ ଇରାନିଆନ ମୋଲାଇ

ଟୋକିଓ,୨।୯(ଏଏଫ୍‌ପି): ନିକଟରେ ବିଶ୍ୱ ଚାମ୍ପିୟନଶିପ ପ୍ରିତଯୋଗିତାରେ ଏକ ଫାଇଟ୍‌ ଜାଣିଶୁଣି ହାରିବା ପାଇଁ ନିର୍ଦ୍ଦେଶ ପାଇଥିବା ନେଇ ଦାବି କରୁଥିବା ଇରାନିଆନ ଜୁଡୋ ଷ୍ଟାର ସାଇଦ ମୋଲାଇ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଖେଳିପାରନ୍ତି। କିନ୍ତୁ ତାଙ୍କୁ ଶରଣାର୍ଥୀ ଆଥ୍‌ଲେଟ୍‌ ଭାବେ ଅଂଶଗ୍ରହଣ କରିବାକୁ ପଡ଼ିପାରେ। ଅନ୍ତର୍ଜାତୀୟ ଜୁଡୋ ଫଡେରେଶନ (ଆଇଜେଏଫ୍‌) ସଭାପତି ମାରିଅସ ଭିଜେର ରବିବାର ପୂର୍ବତନ ବିଶ୍ୱ ଚାମ୍ପିୟନ ମୋଲାଇଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି। ଜୁଡୋ ଆଥଲେଟଙ୍କୁ ସୁରକ୍ଷା ଦେବା ଆମ କାର୍ଯ୍ୟ। ତାଙ୍କୁ ଅଲିମ୍ପିକ୍ସରେ ଖେଳାଇବା ପାଇଁ ଆମ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯିବ। କିନ୍ତୁ ସେ କେଉଁ ଦଳରୁ ପ୍ରତିନିଧିତ୍ୱ କରିବେ, ସେ ନେଇ ଆମେ ପରେ ଚିନ୍ତା କରିବା ବୋଲି ଭିଜେର କହିଛନ୍ତି। ଉଲ୍ଲେଖଥାଉ କି, ପୁରୁଷ ୮୧ କିଲୋ କ୍ଲାସରେ ମୋଲାଇ ବେଲଜିୟମର ମାଥିଆସ କାସେଙ୍କଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲେ। ଏହାପରେ ଇସ୍ରାଏଲର ଆଥ୍‌ଲେଟ ସାଗି ମୁକିଙ୍କ ବିପକ୍ଷ ମ୍ୟାଚ୍‌କୁ ଟାଳିବା ପାଇଁ ଇରାନିଆନ କର୍ମକର୍ତ୍ତା ଜାଣିଶୁଣି ଏକ ମୁକାବିଲା ହାରିବାକୁ ତାଙ୍କ ଉପରେ ଚାପ ପକାଇଥିବା ମୋଲାଇ ଦାବି କରିଥିଲେ। ଏ ସମ୍ପର୍କରେ ଭିଜେର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ପ୍ରଥମେ ତାଙ୍କ କ୍ୟାରିୟର ଜାରି ରଖିବା ପାଇଁ ଆମେ ସବୁକିଛି କରିବୁ। ଚଳିତ ସପ୍ତାହରେ ଏକ ଆପତ୍ତକାଳୀନ ବୈଠକ ଡକାଯିବ। ଏଥିରେ ମୋଲାଇ ଓ ତାଙ୍କ ପରିବାର ଉପରେ ରାଜନୈତିକ ଚାପ ପ୍ରୟୋଗ କିମ୍ବା ଧମକ ଦିଆଯାଇଥିବା ଅଭିଯୋଗ ଉପରେ ତଦନ୍ତ ହେବ। ଏହାପରେ ଇରାନିଆନ ଜୁଡୋ ଫେଡେରେଶନକୁ ଦଣ୍ଡିତ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଦର୍ଶକ ଅନୁମତି ସମ୍ଭାବନା

ନୂଆଦିଲ୍ଲୀ, ୧।୬ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ...

ଏହି ଖେଳାଳିଙ୍କୁ ହୋଇଛି ବ୍ରେନ୍‌ ଟ୍ୟୁମର୍‌:କହିଲେ, ଯୁବରାଜଙ୍କ ଭଳି ରୋଗ ସହ ଲଢିବି

ଢାକା,୧।୧୦: ବାଲାଂଦେଶର ବାମହାତୀ ସ୍ପିନର୍‌ ମୋଶରଫ ହୁସେନ୍‌ ମାରାତ୍ମକ ରୋଗ ବ୍ରେନ୍‌ ଟ୍ୟୁମର୍‌ ସହ ଲଢୁଛନ୍ତି। ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ପରି ରୋଗ...

ଦ୍ୱିତୀୟ ଦିନିକିଆ: ସିରିଜ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ସିଡ୍‌ନୀ,୨୯।୧୧(ପି.ଟି.): ଦ୍ୱିତୀୟ ଦିନିକିଆରେ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ରବିବାର ପରସ୍ପରକୁ ଭେଟିବେ। ପୁଣି ଥରେ ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି) ମ୍ୟାଚ୍‌ ଖେଳାଯିବ।...

କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ

ଭୁବନେଶ୍ୱର,୨୬।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପୁଲ୍‌...

ପାକିସ୍ତାନ ବୋଲର୍‌ଙ୍କ ବୟାନବାଜି: ଟି-୨୦ ବିଶ୍ୱକପ୍‌ରେ ଆମେ ଭାରତକୁ ଏଭଳି ହରାଇବାକୁ ଚାହୁଁଛୁ

ନୂଆଦିଲ୍ଲୀ,୧୬।୯: ଅନ୍ତର୍ଜାତୀୟ ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍‌ର ଖେଳାଳିମାନେ ବୟାନବାଜି କରିଥାନ୍ତି। ହେଲେ ଦିନିକିଆ କିମ୍ବା ଟି-୨୦ ବିଶ୍ୱକପ୍‌ରେ ସେମାନେ ଭାରତକୁ ପରାସ୍ତ କରିପାରିନାହାନ୍ତି। ଏପରିକି...

ଭାରତ- ଇଂଲଣ୍ଡ ସିରିଜ୍‌ ଫଳାଫଳରେ ଖୁସି ଅଛନ୍ତି ଏହି ୪ ଆଇପିଏଲ ଟିମ୍‌

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗତ ୫୨ ଦିନ ମଧ୍ୟରେ ୪ଟି ଟେଷ୍ଟ, ପାଞ୍ଚଟି ଟି-୨୦ ଏବଂ ତିନୋଟି ଏକଦିବସୀୟ ମ୍ୟାଚ୍‌ ଖେଳାଯାଇଥିଲା। ଟିମ...

ରାଇନାଙ୍କୁ ମୋଦିଙ୍କ ଚିଠି: ‘ଯୁବକ ହୋଇଥବାରୁ ଅବସର ଶବ୍ଦ ବ୍ୟବହାର କରିବାକୁ ଚାହେଁନି’

ନୂଆଦିଲ୍ଲୀ,୨୧॥୮(ପି.ଟି.): ଗୁରୁ ମହେନ୍ଦ୍ର ସିଂ ଧୋନୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ଅବସର ଘୋଷଣା କରିବାର କିଛି ସମୟ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ...

ମୁଖ୍ୟ କୋଚ୍‌ ପଦରେ ରହିଲେ ରଶ୍ମି : ଦୀପକ ବୋଲିଂ ଓ ଗୋପାଳ ଫିଲ୍ଡିଂ କୋଚ୍‌

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ରାଜ୍ୟ ସିନିୟର ଦଳପାଇଁ କୋଚିଂ ଷ୍ଟାଫ୍‌ ନିଯୁକ୍ତ କରାଯାଇଛି। ରଶ୍ମିରଞ୍ଜନ ପରିଡ଼ା ମୁଖ୍ୟ କୋଚ୍‌...

Advertisement
Archives

Model This Week