ଶବ ପାଇଁ ବିଛାନ୍ତି ଶେଯ

ବନ୍ତଳା,୨୪।୧୧: ଜଣା ହେଉ ଅବା ଅଜଣା, ଶବକୁ ଉପଯୁକ୍ତ ସମ୍ମାନ ଦେବାକୁ ଅନେକେ ଆଗ୍ରହ ଦେଖାନ୍ତିନି। ବଞ୍ଚିଥିବା ବେଳେ ଅତି ଆପଣାର ଲାଗୁଥିବା ମଣିଷଟିଏ ମୃତ୍ୟୁ ପରେ ହଠାତ୍‌ ଯେମିତି ପର ପରି ସ୍ବଭାବ ଦେଖାନ୍ତି। ଶ୍ମଶାନରେ ଯେନତେନ ସଂସ୍କାର କାର୍ଯ୍ୟ କରିଦେଲେ କାମ ସରିଯାଏ ବୋଲି ସେମାନେ ଭାବିନିଅନ୍ତି। ହେଲେ ଏ କ୍ଷେତ୍ରରେ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ଅଚ୍ୟୁତ ଦେହୁରୀ(୮୫)ଙ୍କ କାର୍ଯ୍ୟ ଅତି ପ୍ରଶଂସନୀୟ। କାରଣ ପର-ଆପଣାର ଭାବ ରଖି ନ ଥିବା ଅଚ୍ୟୁତ୍‌ ନିଜ ଜୀବନକାଳ ମଧ୍ୟରେ ଶତାଧିକ ଶବକୁ ସମ୍ମାନର ସହ ସଂସ୍କାର କରିଛନ୍ତି। କୋକେଇ ବନ୍ଧାଠାରୁ ଶବ ପାଇଁ ଶ୍ମଶାନରେ ଜୁଇର ଶେଯ ପ୍ରସ୍ତୁତ କରିବାରେ ତାଙ୍କ ଭୂମିକା ଜଣେ ନିଆରା ମଣିଷ ଭାବେ ତାଙ୍କୁ ପରିଚିତ କରିପାରିଛି। ସେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଜଣେ ଦେବଦୂତ ବୋଲି ମଧ୍ୟ କେହି କେହି କହିଥାନ୍ତି।

କେବଳ ଚାଟଶାଳି ମାଟି ମାଡ଼ିଥିବା ଅଚ୍ୟୁତ କୁହନ୍ତି, ପିଲାବେଳେ ଜଙ୍ଗଲରେ ଛେଳି ଚରାଇ ସେ ପେଟ ପୋଷୁଥିଲେ। ତାଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା ଜଣେ ବ୍ୟକ୍ତି ଚେରମୂଳି ଔଷଧ ସମ୍ପର୍କରେ କିଛି ଜ୍ଞାନ ଦେଇଥିଲେ, ଯାହା ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଗ୍ରାମବାସୀଙ୍କ ନିକଟତର କରିଥିଲା। ସେତେବେଳେ ଗଁାର ପିଲାମାନେ ନାନା ରୋଗରେ ଆକ୍ରାନ୍ତ ହେଉଥିଲେ। ସେ ଜାଣିଥିବା ଚେରମୂଳି ଔଷଧ ଦେଇ ସେ ପିଲାମାନଙ୍କୁ ରୋଗମୁକ୍ତ କରୁଥିଲେ। ଏହା ଧୀରେ ଧୀରେ ପ୍ରଚାର ହେବାରୁ ତାଙ୍କ ନିକଟକୁ ଧୋକୁଟା, ଲାଛବନ୍ଧ, ଶଙ୍ଖପୁର, ନନ୍ଦପୁର, ମଧୁପୁର, ମାଧପୁର, ବ୍ରହ୍ମପୁର, କରତପଟା, ବନ୍ଦନପସି ଆଦି ଗ୍ରାମର ଲୋକେ ଔଷଧ ନେବାକୁ ଆସିଲେ। ବିନା ପାରିଶ୍ରମିକରେ ଏହି କାର୍ଯ୍ୟ ଖୁସି ଦେଉଥିବା ଅନୁଭବ କରିବାପରେ ସେ ଗ୍ରାମବାସୀଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବା ଆରମ୍ଭ କଲେ। ବିନା ନିମନ୍ତ୍ରଣରେ ସେ କାହାର ବିବାହ ଉତ୍ସବରେ ଯୋଗଦେଉଥିଲେ ତ କାହାର ଶବ ସଂସ୍କାର ପାଇଁ ପହଞ୍ଚି ଯାଉଥିଲେ। ବିଭିନ୍ନ ଯାନିଯାତ୍ରାରେ ମଧ୍ୟ ସେ ଦାୟିତ୍ୱ ମାଗି ତାହାକୁ ସୁଚାରୁରୂପେ ତୁଲାଉଥିଲେ। ବିଶେଷକରି ଗଁା କି ଆଖପାଖ ଅଞ୍ଚଳରେ କାହାର ମୃତ୍ୟୁ ହେଲେ ସେ ସୁନ୍ଦର ଭାବେ କୋକେଇ ତିଆରି କରିଦେବା ସହ ଶ୍ମଶାନରେ ପହଞ୍ଚି କାଠର ଜୁଇ ପ୍ରସ୍ତୁତ କରିଦେଉଥିଲେ। ଏବେ କିନ୍ତୁ ତାଙ୍କୁ ଆଉ ବିନା ନିମନ୍ତ୍ରଣରେ ଯିବାକୁ ପଡ଼ୁନି। କାରଣ ତାଙ୍କ ସେବା ପ୍ରତି ଲୋକଙ୍କ ମନରେ ଏପରି ଆଦର ଭାବ ଜାଗ୍ରତ ହୋଇଛି ଯେ ଚାରିଆଡ଼ୁ ତାଙ୍କ ପାଖକୁ ଡାକରା ଆସୁଛି। ବର୍ତ୍ତମାନ ସୁଦ୍ଧା ସେ ଦୁଇଶହରୁ ଅଧିକ ଶବ ଦାହ କରିସାରିଛନ୍ତି। ଏପରି କାର୍ଯ୍ୟ ତାଙ୍କୁ ଆତ୍ମସନ୍ତୋଷ ଦେଉଥିବାରୁ ଆଗାମୀ ଦିନରେ ଅଧିକ ଲୋକଙ୍କ ସହ ସେ ଜଡିତ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଅଚ୍ୟୁତ କୁହନ୍ତି, ମଣିଷ ଜନ୍ମ ହୋଇଛି ଅନ୍ୟକୁ ସହଯୋଗ କରିବା ପାଇଁ। ସମସ୍ତଙ୍କ ଦୁଃଖ ସୁଖରେ ସାମିଲ ହେବା ପାଇଁ। କୌଣସି କାର୍ଯ୍ୟ କରିବାକୁ ତାଙ୍କୁ କଷ୍ଟ ଲାଗି ନ ଥାଏ। ବୟସ ବଢିଯାଇଥିଲେ ମଧ୍ୟ ସେ ପୂର୍ବପରି ଚଳଚଞ୍ଚଳ ରହିଛନ୍ତି। ତାଙ୍କର ଯୋଗଦାନ ସବୁ ଜାଗାରେ ରହିଛି ଓ ଆଗାମୀ ଦିନରେ ରହିବ। ଅଚ୍ୟୁତ୍‌ଙ୍କ ଏପରି ନିଆରା କାର୍ଯ୍ୟକୁ ପୋକତୁଙ୍ଗା ଗ୍ରାମର ପୂର୍ବତନ ସରପଞ୍ଚ ସୁରେଶ ପ୍ରଧାନ, କୁମୁଦ ଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ପୂର୍ବତନ ସଭାପତି ରତ୍ନାକର ପ୍ରଧାନ, ଗୋକୁଳାନନ୍ଦ ପ୍ରଧାନ, ଶତ୍ରୁଘନ ପ୍ରଧାନ, କୃପାସିନ୍ଧୁ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ବର୍ତ୍ତମାନର ସଭାପତି ପପୁ ପ୍ରଧାନ, ବିବେକାନନ୍ଦ ପ୍ରଧାନ ପ୍ରମୁଖ ଉଚ୍ଚ ପ୍ରଶଂସା କରିଛନ୍ତି। ସେମାନଙ୍କ ମତରେ ଅଚ୍ୟୁତଙ୍କ ଭଳି ଲୋକ ଦୁନିଆରେ ଖୁବ୍‌ କମ୍‌ ଅଛନ୍ତି। ତାଙ୍କ ଉପସ୍ଥିତି ଗଁାର ସମସ୍ତଙ୍କୁ ଆନନ୍ଦ ଦେଇଥାଏ। ଏକାଠି ବଞ୍ଚିବା ମରିବାର ବାର୍ତ୍ତା ଦେଇଥାଏ। ଭାଇଚାରା ଓ ନିଃସ୍ବାର୍ଥପର ସେବା କ’ଣ ତାହା ତାଙ୍କଠାରୁ ହିଁ ଶିଖିବାକୁ ମିଳେ ବୋଲି ଗ୍ରାମବାସୀ କହିବା ସହ ଅଚ୍ୟୁତ୍‌ ଆମ ପାଇଁ ଦେବଦୂତ ବୋଲି ପ୍ରକାଶ କରିଛନ୍ତି।

-ଦିନେଶ ଦେହୁରୀ 


Enter your email to get our daily news in your inbox.

All Right Reserved By Dharitri.Com

ଫର୍ଜନା ଏବେ ସ୍ବପ୍ନାରାଣୀ

ତିହିଡ଼ି, ୧୬।୭ (ଡି.ଏନ.ଏ.) – ଭଲପାଇବା ମାନେନି ଜାତିଭେଦ କି ସାମାଜିକ ବନ୍ଧନ। ପ୍ରଶାନ୍ତ ଓ ଫର୍ଜନା ଏହା ବିରୋଧରେ ସାହସର ସହ ଲଢ଼ି ଏବେ...

ପାଟକୁରା ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୨% ମତଦାନ

ଡେରାବିଶ, ୨୦।୭(ସ୍ବ.ପ୍ର.): ପାଟକୁରା ବିଧାନସଭା ଆସନ ଲାଗି ଶନିବାର ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଭୋଟ...

ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ‘ଓଡ଼ିଶାକୁ ଅନ୍ତର୍ଜାତୀୟ ବିମାନ ସଂଖ୍ୟା ବୃଦ୍ଧି କରାଯାଉ’

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ସଂଯୋଗ ଓ ଘରୋଇ ବିମାନ ଚଳାଚଳକୁ ଆହୁରି ବ୍ୟାପକ କରିବା ପାଇଁ ମଙ୍ଗଳବାର...

ଇ-ବ୍ୟବସ୍ଥାରେ ୫ଟି ବାଟାଲିଅନ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ଏଣିକି ରାଜ୍ୟର ୫ଟି ବାଟାଲିଅନ ଇ-ବ୍ୟବସ୍ଥାରେ ରହିବ। ସେଗୁଡ଼ିକ ହେଲା କଟକ, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି ଓ ରାଉରକେଲା । ଅତ୍ୟାଧୁନିକ ଟେକ୍‌ନୋଲୋଜି...

ପିଏମ୍‌ଏଓ୍ବାଇରେ ଅନିୟମିତତା: ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ଅନିୟମିତତା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଚିଠି ଲେଖି ଜଣାଇଛନ୍ତି। ଚିଠିରେ ସେ...

ଚାନ୍ଦିନୀଚୌକରେ ହେବନି ରଥଯାତ୍ରା

କଟକ ଅଫିସ,୧୭ା୬: ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ରଥାଯାତ୍ରା ପାଳନ ନ ହେବା ପାଇଁ ରଥଯାତ୍ରା ପରିଚାଳନା ସମିତି ବୈଠକରେ ନିଷ୍ପତ୍ତି ହୋଇଛି। ପରିଚାଳନା ସମିତି ସମ୍ପାଦକ...

ଜୟନ୍ତୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୁଣା ଭୁବନେଶ୍ୱର,୮ା୧୦(ଡି.ଏନ୍‌.ଏ.):ଜାତୀୟ ମହିଳା କମିଶନର ପ୍ରଥମ ଅଧ୍ୟକ୍ଷା, ପୂର୍ବତନ ଏମ୍‌ପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଧର୍ମିଣୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ...

ସଂକୀର୍ତ୍ତନ କଳାକାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩୨ ଆହତ

ବରଗଡ଼ ଅଫିସ,୮।୫: ବରଗଡ଼ ଜିଲା ଭଟଲି ଥାନା ଅଧୀନ ପିପଲମୁଣ୍ଡା ନିକଟରେ ସୋମବାର ସଂକୀର୍ତ୍ତନ କଳାକାରଙ୍କୁ ଧରି ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ...

Advertisement
Archives

Model This Week