ଶବକୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଜଳେଶ୍ୱର, ୧୮ା୮-ଜଳେଶ୍ୱର ଥାନା ମଣିପାଟଣା ଗ୍ରାମର ଶିବ ଜେନାଙ୍କ ପୁଅ ସତ୍ୟବ୍ରତ ଜେନା(୨୮)ଙ୍କ ଶୁକ୍ରବାର ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଶବ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ମଣିପାଟଣା ଗ୍ରାମ ପାଖକୁ ଅଣାଯାଇଥିଲା। ମାତ୍ର ଜଳେଶ୍ୱର ମ୍ୟୁନିସିପାଲିଟିରୁ ଏହି ଗ୍ରାମକୁ ଯିବା ପାଇଁ କୌଣସି ରାସ୍ତା ନ ଥିବାରୁ ଗ୍ରାମବାସୀ ଓ ପରିବାର ଲୋକମାନେ ବାଧ୍ୟ ହୋଇ ମୃତଦେହକୁ କାନ୍ଧରେ ବୋହି ମୁଖ୍ୟ ରାସ୍ତାରୁ ଗ୍ରାମକୁ ନେଇ ଆସିଥିଲେ। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନାମ୍ପୋ ନିକଟରେ ଏକ ବାଇକରେ ଦୁଇ ବନ୍ଧୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଖୁଣ୍ଟରେ ଧକ୍କା ଦେବାରୁ ସତ୍ୟବ୍ରତଙ୍କ ମୃତ୍ୟୁ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri